ETV Bharat / international

ବିଟମୋଜି ସହ ଏବେ ଫେସବୁକରେ କ୍ରିଏଟ କରନ୍ତୁ ନିଜ ଅଭତାର

author img

By

Published : May 15, 2020, 1:11 AM IST

ଫେସବୁକ ୟୁଜର୍ସଙ୍କ ପାଇଁ ଆସିଛି ନୂଆ ଉପହାର । ସୋସିଆଲ ମିଡିଆ ଜଏଣ୍ଟ ଫେସବୁକ ଏବେ ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରିବାକୁ ଯାଉଛି ନିଜସ୍ବ ବିଟମୋଜି ଭର୍ସନ । ଯାହାର ନାମ ରହିଛି ଅଭତାର ।

bitmoji, avtar, latest facebook news, latest technology news, new feature in facebook, ବିଟମୋଜି, ଅଭତାର, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଫେସବୁକରେ ନୂଆ ଫିଚର
ବିଟମୋଜି ସହ ଏବେ ଫେସବୁକରେ କ୍ରିଏଟ କରନ୍ତୁ ନିଜ ଅଭତାର

ସାନ ଫ୍ରାନ୍ସିସ୍କୋ: ଫେସବୁକ ୟୁଜର୍ସଙ୍କ ପାଇଁ ଆସିଛି ନୂଆ ଉପହାର । ସୋସିଆଲ ମିଡିଆ ଜଏଣ୍ଟ ଫେସବୁକ ଏବେ ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରିବାକୁ ଯାଉଛି ନିଜସ୍ବ ବିଟମୋଜି ଭର୍ସନ । ଯାହାର ନାମ ରହିଛି ଅଭତାର । ହେଲେ ଏହି ଫିଚର କେବଳ ୟୁଏସ ରେ ଲଞ୍ଚ ହେବାକୁ ଥିବା ଘୋଷଣା କରିଛି ଫେସବୁକ ।

ଗତବର୍ଷ ଲଞ୍ଚ ହୋଇଥିବା ଏହି ବିଟମୋଜି ବା ଅଭତାର ଏହାପୂର୍ବରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁରୋପ ଓ କାନାଡାରେ ବ୍ୟବହୃତ ହୋଇ ଆସୁଥିଲା । ହେଲେ ବର୍ତ୍ତମାନ ୟୁଏସରେ ଏହି ଫିଚର ଲଞ୍ଚ କରିବା ସହ ଫେସବୁକ ଏଥିରେ ଅଧିକ ଓ କଷ୍ଟମାଇଜେବଲ ଅପ୍ସନ ମଧ୍ୟ ଆଡ କରିଛି । ଯାହା ୟୁଜର୍ସଙ୍କୁ ନିଜ ପରି ଦେଖାଯାଉଥିବା ଏକ ଇମୋଜି କ୍ରିଏଟ କରିବାରେ ସାହାଯ୍ୟ କରିବ । ଏନେଇ ଇମୋଜିକୁ କଷ୍ଟମାଇଜ କରିବା ପାଇଁ ଅଧିକ ରଙ୍ଗ ଓ ହେୟାରଷ୍ଟାଇଲ ଆଦିର ଅପ୍ସନ ଆଡ କରିଛି ଫେସବୁକ ।

ତେବେ ଏହି ଇମୋଜି ବା ଅଭତାର ନେଇ ଫେସବୁକ କହିଛି ଏହା ଏକ ଡିଜଟାଲ ଫର୍ସୋନା ଯାହା ଲୋକଙ୍କୁ ବ୍ୟକ୍ତିଗତସ୍ତରରେ ଓ ଅଧିକ ଗଭୀରତାର ସହ ଭାବନା ପରିପ୍ରକାଶ କରିବାର ସୁଯୋଗ ଦେବ । ତେଣେ ଆଗ ଅପେକ୍ଷା ବର୍ତ୍ତମାନ ଲୋକେ ଅନଲାଇନ ଲୋକଙ୍କ ସହ କଥାବାର୍ତ୍ତା କରିବାର ମାତ୍ରା ବଢିଥିବାରୁ ଏହି ସମୟରେ ଫେସବୁକ ଏହି ନୂଆ ଆଡିସନ ଲୋକଙ୍କୁ ସହାୟକ ହେବ ବୋଲି ଆଶା ରଖିଛି କମ୍ପାନୀ । ତେବେ ଜଣେ ୟୁଜର୍ସ ନିଜ ଅଭତାର କ୍ରିଏଟ କରିବାକୁ ଚାହିଁଲେ ଫେସବୁକ କିମ୍ବା ମେସେଞ୍ଜର କମେଣ୍ଟ କମ୍ପୋଜରକୁ ଯାଇ ସ୍ମାଇଲି ବଟନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଷ୍ଟିକର ତଳେ ଥିବା ‘କ୍ରିଏଟ ୟୋର ଅଭତାର’ ଅପ୍ସନରେ କ୍ଲିକ କରି ନିଜ ଅଭତାର କ୍ରିଏଟ କରିପାରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.