ETV Bharat / international

ଦକ୍ଷିଣ ଚୀନ ସାଗରକୁ ନେଇ ପୁଣି ଆମେରିକା-ଚୀନ ମୁହାଁମୁହିଁ

author img

By

Published : Jul 6, 2020, 3:30 PM IST

ଚୀନ ନିକଟରେ ଆଣ୍ଟି ଏୟାରକ୍ରାଫ୍ଟ ବାହକ ଅସ୍ତ୍ରଶସ୍ତ୍ର ରହିଛି ଏବଂ ଦକ୍ଷିଣ ଚୀନ ସାଗର ସମ୍ପୁର୍ଣ୍ଣ ରୂପରେ ଚୀନ କବ୍ଜାରେ ଅଛି ବୋଲି ଚୀନର ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ନେଇ ଚୀନକୁ କଡା ଜବାବ ଦେଇଛି ଆମେରିକାର ନୌସେନା ।

ଆଣ୍ଟି ଏୟାରକ୍ରାଫ୍ଟ ବାହକ
ଆଣ୍ଟି ଏୟାରକ୍ରାଫ୍ଟ ବାହକ

ୱାଶିଂଟନ: ଦକ୍ଷିଣ ଚୀନ ସାଗରକୁ ନେଇ ପୁଣିଥରେ ଚୀନକୁ କଡା ଜବାବ ଦେଇଛି ଆମେରିକା । ଚୀନ ନିକଟରେ ଆଣ୍ଟି ଏୟାରକ୍ରାଫ୍ଟ ବାହକ ଅସ୍ତ୍ରଶସ୍ତ୍ର ରହିଛି ଏବଂ ଦକ୍ଷିଣ ଚୀନ ସାଗର ସମ୍ପୂର୍ଣ୍ଣ ରୂପରେ ଚୀନ କବ୍ଜାରେ ଅଛି ବୋଲି ଚୀନର ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ନେଇ ଚୀନକୁ କଡା ଜବାବ ଦେଇଛି ଆମେରିକାର ନୌସେନା । ଆମେ ଏଥିରୁ ଭୟଭୀତ ହେଉନାହୁଁ ବୋଲି ଚୀନ ନୌସେନା ପକ୍ଷରୁ ଟ୍ୱିଟ କରି କୁହାଯାଇଛି ।

ଚୀନ ଗଣମାଧ୍ୟମ ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଥିଲା, ଚୀନ ନିକଟରେ ଡିଏଫ-21ଡି ଏବଂ ଡିଏଫ-26 ଭଳି ଅସ୍ତ୍ରଶସ୍ତ୍ର ରହିଛି । ଦକ୍ଷିଣ ଚୀନ ସାଗର ସମ୍ପୁର୍ଣ୍ଣ ରୂପରେ ଚୀନର କବ୍ଜାରେ ଅଛି । ଏହି ଅଞ୍ଚଳରେ ଆମେରିକୀୟ ଏୟାରକ୍ରାଫ୍ଟ ବାହକର ଯେକୌଣସି ଗତିବିଧି ଉପରେ ଚୀନ ନଜର ରଖିଛି ।

ତେବେ ଏହାର ପ୍ରତିକ୍ରିୟା ଦେଇ ଆମେରିକା ନୌସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଚୀନ ସାଗରରେ ଆମେରିକା ନୌସେନାର 2ଟି ବାହକ ଉପସ୍ଥିତ ରହିଛି । ୟୁଏସଏସନିମିଟ୍‌ଜ ଏବଂ ୟୁଏସଏସ ରୋନାଲ୍ଡରେଗାନ ଭୟଭୀତ ହୋଇନାହାନ୍ତି ।

ସୂଚନାଯୋଗ୍ୟ ଯେ, ଆମେରିକାର 2ଟି ଯୁଦ୍ଧପୋତ ୟୁଏସଏସନିମିଟ୍‌ଜ ଏବଂ ୟୁଏସଏସ ରୋନାଲ୍ଡରେଗାନକୁ ଆମେରିକା ନୌସେନା ଯୁଦ୍ଧାଭ୍ୟାସ ପାଇଁ ଦକ୍ଷିଣ ଚୀନ ସାଗରକୁ ପଠାଇଛି । ଏହି ଯୁଦ୍ଧାଭ୍ୟାସ ଦୀର୍ଘ ସମୟରୁ କରାଯାଉଛି । ସେପଟେ ଚୀନ ମଧ୍ୟ ପେରାଲେସ ଦ୍ବୀପପୁଞ୍ଜ ନିକଟରେ ସୈନ୍ୟାଭ୍ୟାସ ଆୟୋଜିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.