ETV Bharat / international

ଉତ୍ତର କୋରିଆର ମିଶାଇଲ୍ ପରୀକ୍ଷଣରେ ମୁଁ ପ୍ରଭାବିତ ନୁହେଁ: ଟ୍ରମ୍ପ - kim jung

ଉତ୍ତର କୋରିଆର ସ୍ବଳ୍ପଗାମୀ ମିଶାଇଲ୍ ପରୀକ୍ଷା ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ୍‌ ମିଡିଆ
author img

By

Published : May 26, 2019, 12:11 PM IST

ଟୋକିଓ: ନିକଟରେ ପରୀକ୍ଷଣ ହୋଇଥିବା ଉତ୍ତର କୋରିଆର ସ୍ବଳ୍ପଗାମୀ ମିଶାଇଲ୍ ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଉତ୍ତର କୋରିଆ କିଛି ଛୋଟ ମିଶାଇଲ ପରୀକ୍ଷଣ କରିଛି । ଏହା କେତେକ ଲୋକଙ୍କୁ ପ୍ରଭାବିତ କରିପାରେ କିନ୍ତୁ ତାଙ୍କୁ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି କିମ୍‌ ତାଙ୍କ ପାଖରେ କରିଥିବା ପ୍ରତିଜ୍ଞା ରକ୍ଷାକରିବେ ବୋଲି ଦୃଢତା ରହିଛି । କିମ୍‌ ଯେତେବେଳେ ଜୋଇ ବିଦାନଙ୍କୁ କମ ଆଇକ୍ୟୁ ଓ ଖରାପ ଲୋକ କହିଥିଲେ ସେ ମଧ୍ୟ ଏହି ଉକ୍ତିରେ ହସିଥିବା କଥା ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଜାପାନକୁ ଚାରିଦିନିଆ ଗ୍ରସ୍ତରେ ଯାଇଥିବା ଟ୍ରମ୍ପଙ୍କୁ ଉତ୍ତର କୋରିଆର ମିଶାଇଲ ପରୀକ୍ଷଣ ସଂପର୍କରେ ଜାପାନ ସରକାର ଅବଗତ କରାଇଥିଲେ । ଏହି ପରୀକ୍ଷଣ ଜାତିସଂଘର ନିର୍ଦ୍ଦେଶାବଳୀକୁ ଅବମାନନା କରୁଥିବା ମଧ୍ୟ ଜାପାନ ଦର୍ଶାଇଥିଲା ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଉତ୍ତରକୋରିଆ ଉପରେ ଆଣବିକ ନିରସ୍ତ୍ରୀକରଣ ପ୍ରସଙ୍ଗ ସହିତ ଇରାନ ସହ ବାଣିଜ୍ୟ, ସୁରକ୍ଷା ଓ ତିକ୍ତତା ଉପରେ ଆଲୋଚନା ହେବ ।

Intro:Body:

dfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.