ETV Bharat / international

ଦ୍ରୁତତମ 5ଜି ସ୍ପିଡରେ ନୋକିଆ ସୃଷ୍ଟି କଲା ବିଶ୍ବ ରେକର୍ଡ

ଫିନିସ ଟେଲିକମ ଗିଅର ମେକର ନୋକିଆ ସୃଷ୍ଟି କରିଛି ନୂଆ ବିଶ୍ବ ରେକର୍ଡ । ମଙ୍ଗଳବାର ଏହି କମ୍ପାନୀ ଟେକ୍ସାସସ୍ଥିତି ଓଭର ଦି ଏୟାର ନେଟୱାର୍କରେ ବିଶ୍ବର ଦ୍ରୁତତମ 5ଜି ସେବା ଯୋଗାଇ ରେକର୍ଡ ସୃଷ୍ଟି କରିଛି ।

author img

By

Published : May 20, 2020, 6:32 AM IST

fastest 5G speed, nokia, nokia's world record, world record in 5G speed, ଦ୍ରୁତତମ 5ଜି ସ୍ପିଡ, ନୋକିଆ, ନୋକିଆର ବିଶ୍ବ ରେକର୍ଡ, 5ଜି ସ୍ପିଡରେ ବିଶ୍ବ ରେକର୍ଡ
ଦ୍ରୁତତମ 5ଜି ସ୍ପିଡରେ ନୋକିଆ ସୃଷ୍ଟି କଲା ବିଶ୍ବ ରେକର୍ଡ

ହେଲସିଙ୍କି: ଫିନିସ ଟେଲିକମ ଗିଅର ମେକର ନୋକିଆ ସୃଷ୍ଟି କରିଛି ନୂଆ ବିଶ୍ବ ରେକର୍ଡ । ମଙ୍ଗଳବାର ଏହି କମ୍ପାନୀ ଟେକ୍ସାସସ୍ଥିତି ଓଭର ଦି ଏୟାର ନେଟୱାର୍କରେ ବିଶ୍ବର ଦ୍ରୁତତମ 5ଜି ସେବା ଯୋଗାଇ ରେକର୍ଡ ସୃଷ୍ଟି କରିଛି । କମ୍ପାନୀ କମର୍ସିଆଲ 5ଜି ସଫ୍ଟଓୱାର ଓ ହାର୍ଡଓୱାରର ବ୍ୟବହାରରେ ଟେଷ୍ଟ ପରିଚାଳିତ ହୋଇଥିଲା । ଯାହାର ସ୍ପିଡ 4.7 ଜିବିପିଏସ ଯାଏଁ ପହଞ୍ଚିଥିଲା ।

ଏହି ଟେଷ୍ଟ ପାଇଁ କମ୍ପାନୀ 800MHzର କମର୍ସିଆଲ ମିଲିମିଟର ୱେଭ 5ଜି ସ୍ପେକ୍ଟ୍ରମର ବ୍ୟବହାର କରିଛି । ଏଥିସହ ଡୁଆଲ କନେକ୍ଟିଭିଟି (EN-DC)ର ବ୍ୟବହାର ମଧ୍ୟ ହୋଇଛି । EN-DC ଡିଭାଇସକୁ ଏକାସଙ୍ଗରେ 5ଜି ଓ LTE ନେଟୱାର୍କ ସହ ସଂଯୋଗୀକରଣର ସୁଯୋଗ ଦିଏ । ଏଥିସହ ଏହା ଏୟାର ଇଣ୍ଟରଫେସରେ ଡାଟା ଟ୍ରାନ୍ସମିଟ କରିବାରେ ମଧ୍ୟ ସକ୍ଷମ । ଏହାର ଅର୍ଥ ୟୁଜର୍ସା ଏହାଦ୍ବାରା ଦ୍ବିଗୁଣିତ ଲାଭ ପାଇପାରିବେ ।

କେବଳ LTE ନେଟୱାର୍କ କିମ୍ବା 5ଜିରେ କନେକ୍ଟ କରିବା ଦ୍ବାରା ୟୁଜର୍ସ ଯେତିକି ଲାଭ ପାଇପାରିବେ EN-DC ଡୁଆନ କନେକ୍ଟିଭିଟି ଦ୍ବାରା ୟୁଜର୍ସା ଉଭୟ LTE ନେଟୱାର୍କ ଓ 5ଜିର ସୁବିଧା ପାଇପାରିବେ । ତେବେ ଏହି ଟେଷ୍ଟ ଆମେରିକାରେ 5ଜି ସର୍ଭିସ ପାଇଁ ଏକ ମାଇଲଖୁଣ୍ଟି ସଦୃଶ । ଏନେଇ ମତ ପ୍ରକାଶ କରିଛନ୍ତି ମୋବାଇଲ ନେଟୱାର୍କ ଆଟ ନୋକିଆର ଅଧ୍ୟକ୍ଷ ଟୋମ୍ମି ଉଇଟୋ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.