ଷ୍ଟକହୋମ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ଘୋଷଣା ହୋଇଥାଏ । ତେବେ ଏହି କ୍ରମରେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ଥର ଏହି କ୍ଷେତ୍ରରେ ପଲ ଆର. ମିଲଗ୍ରମ ଏବଂ ରବର୍ଟ ବି. ୱିଲସନଙ୍କୁ ନୋବେଲ ସମ୍ମାନରେ ସାମ୍ମାନିତ କରାଯିବ ।
ଅକ୍ସନ ଥିଓରୀ ଉପରେ ଏକ ନୂଆ ଫର୍ମାଟ ଆବିଷ୍କାର ନେଇ ମିଲଗ୍ରମ ଓ ରବର୍ଟ ( 2 ଅର୍ଥଶାସ୍ତ୍ରୀ)ଙ୍କୁ ଚଳିତ ଥର ନୋବେଲ ସମ୍ମାନ ମିଳିବ ।
ଅକ୍ସନ କିପରି କାର୍ଯ୍ୟ କରେ ଏନେଇ ଏହି 2 ଅର୍ଥଶାସ୍ତ୍ରୀ ଏହା ଉପରେ ଗବେଷଣା କରିଥିଲେ । ରେଡିଓ ଫ୍ରିକ୍ୟୁଏନ୍ସି ଭଳି ଯେଉଁ ବସ୍ତୁ ଓ ସେବା ପାରମ୍ପରିକ ଉପାୟରେ ବିକ୍ରି ପାଇଁ କଠିନ ସେସବୁର ନୂଆ ଅକ୍ସନ ଫର୍ମାଟ ବାହାର କରିବାରେ ସଫଳତା ଅର୍ଜନ କରିଛନ୍ତି ଏହି 2 ଅର୍ଥଶାସ୍ତ୍ରୀ ।