ନ୍ୟୁୟର୍କ: ଜାତିସଂଘର ସାଧାରଣ ସଚିବ ଜଣେ ମହିଳା ହେବା ଉଚିତ । ଗତକାଲି ଏପରି ମତପ୍ରକାଶ କରିଛନ୍ତି ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଅବଦୁଲ୍ଲା ସହିଦ । ଏହାର 76ଟି ଅଧିବେଶନରେ କେବଳ ଚାରିଜଣ ମହିଳା ସାଧାରଣ ସଭାର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ କୌଣସି ମହିଳାଙ୍କୁ ସାଧାରଣ ସଚିବ ଭାବେ ମନୋନୀତ କରାଯାଇ ନାହିଁ । ତେଣୁ ଏହାକୁ ସଂଶୋଧନ କରାଯିବା ଆବଶ୍ୟକ ବୋଲି ସହିଦ କହିଛନ୍ତି ।
ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ସଶକ୍ତିକରଣକୁ ନେଇ ଜାତିସଂଘ ବିଶ୍ବସ୍ତରରେ କିଛି ପଦକ୍ଷପ ନେଇନାହିଁ । ଏଥିସହ ଗୃହରେ ମଧ୍ୟ ଲାଗୁ କରାଯାଇନାହିଁ । ମୁଁ ବ୍ୟକ୍ତିଗତ ଭାବେ ଆଗାମୀ ଦିନରେ ଜାତିସଂଘର ସାଧାରଣ ସଚିବ ଜଣେ ମହିଳା ହୁଅନ୍ତୁ ବୋଲି ମୁଁ ଚାହୁଁଥିବା କହିଛନ୍ତି ଅବଦୁଲ୍ଲା ସହିଦ ।
ବିଗତ 76 ବର୍ଷ ମଧ୍ୟରେ, ଜାତିସଂଘର ସମସ୍ତ 9 ଜଣ ସଚିବ-ଜେନେରାଲ୍ ପୁରୁଷ ହୋଇଛନ୍ତି । ବର୍ତ୍ତମାନ ଜାତିସଂଘର ସାଧାରଣ ସଚିବ ରହିଛନ୍ତି ଆଣ୍ଟୋନିଓ ଗୁଟେରସ୍ ।
@ANI