ETV Bharat / international

କୋରାନାକୁ ନେଇ ଚେତାଇଲେ ଆମେରିକା ରାଷ୍ଟ୍ରପତି, ଆଗାମୀ 30 ଦିନ ବହୁ ଗୁରୁତ୍ବପୂର୍ଣ୍ଣ - କୋରୋନା

କୋରୋନାକୁ ନେଇ ଚେତାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ 30ଦିନକୁ ବହୁ ଗୁରୁତ୍ବ ରଖୁଥିବାବେଳେ, ଖୁବ ଶୀଘ୍ର ଏହି ସଙ୍କଟରୁ ବାହାରିବାରୁ ସେ କହିଛନ୍ତି । ଅଧିକ ପଢନ୍ତୁ...

କୋରାନାକୁ ନେଇ ଚେତାଇଲେ ଆମେରିକା ରାଷ୍ଟ୍ରପତି, ଆଗାମୀ 30 ଦିନ ବହୁ ଗୁରୁତ୍ବପୂର୍ଣ୍ଣ

author img

By

Published : Mar 31, 2020, 7:35 PM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏବେ ତାଣ୍ଡବ ରଚୁଛି ମହାମାରୀ ମାରାତ୍ମକ କୋରୋନା । ବର୍ତ୍ତମାନ ସେଠାରେ 164,000 ଜଣ ଆକ୍ରାନ୍ତ ହୋଇଥିବାବେଳେ3,100ରୁ ଊର୍ଦ୍ଧ୍ବ ମୃତ୍ୟୁ ଘଟିଛି । ଆଗାମୀ 30 ଦିନ ବହୁ ଗୁରୁତ୍ବ ପୂର୍ଣ୍ଣ ବୋଲି ଚେତାଇଛନ୍ତି ଟ୍ରମ୍ପ ।

ଆଗାମୀ 30 ଦିନ ଚାଲେଞ୍ଜିଂ ରହିଛି, ଏବଂ ଏହା ବହୁ ଗୁରତ୍ବ ରଖୁଛି ବୋଲି ସୋମବାର ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟ୍ରମ୍ପ । ଆମେରିକାରରେ 330 ମିଲିୟନରୁ ପାଖାପାଖି 250 ମିଲିୟନରୁ ଲୋକେ ଘରେ ରହିଛନ୍ତି । ଏହା ସହ କୋରୋନାକୁ ନେଇ ଜାତୀୟ ଜରୁରୀକାଳିନ ଘୋଷଣା କରାଯିବା ସହ 2 ଡର୍ଜନରୁ ଅଧିକା ରାଜ୍ୟକୁ ବିପର୍ଯ୍ୟୟ ସୂଚିତ କରାଯାଇଛି ।

ଦେଶର ବିଭିନ୍ନ ପାର୍କ, ରେସଟ୍ରାକ କିମ୍ବା ସର୍ବସାଧାରଣ ସ୍ଥାନମାନଙ୍କରେ ହସ୍ପିଟାଲ ନିର୍ମାଣ କରିବାକୁ ସେନାକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ଅଟୋ କମ୍ପାନୀଗୁଡିକ ଗାଡି ନିର୍ମାଣ କରିବା ବଦଳରେ ଭେଣ୍ଟିଲେଟର, ଚିକିତ୍ସା ଉପକରଣ ପ୍ରସ୍ତୁତ କରୁଛନ୍ତି । ତେଣୁ ଆଗାମୀ 30 ଦିନ ମଧ୍ୟରେ କୋରୋନାକୁ ହରାଇବାକୁ ପଡିବ । ଏଥିପାଇଁ ଆଜି ଠାରୁ ଆମକୁ ଆହୁରି ସଶକ୍ତ ହେବାକୁ ପଡିବ । ଆମେ କିଭଳି ଶୀଘ୍ର ସଙ୍କଟରୁ ମୁକୁଳିବା ଏବେ ତାହା ହିଁ ଅପେକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.