ନ୍ୟୁୟର୍କ: ସାରା ବିଶ୍ବରେ କୋରୋନା ନିଜର ପ୍ରକୋପ ଦେଖାଇଛି । ସମସ୍ତ ରାଷ୍ଟ୍ରରେ ତାଣ୍ଡବ ରଚିଛି ଏହି ମହାମାରୀ । ଚୀନ ପରେ ଇଟାଲୀ, ସ୍ପେନ ଓ ଆମେରିକାରେ ଏହା କାୟା ବିସ୍ତାର କରିଛି ।
ବିଶେଷ କରି ଆମେରିକାରେ ଏହି ମହାମାରୀ ଗତ 2 ସପ୍ତାହ ହେଲା ଅଧିକ ଭୟଙ୍କର ରୂପ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାର କରିଛି । ଏବେ ସୁଦ୍ଧା ଦେଶରେ ମୋଟ 3 ଲକ୍ଷ 77 ହଜାର 538 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା 11 ହଜାର 384ରେ ପହଞ୍ଚିଛି ।
ତେବେ ବିଶ୍ବର ସବୁଠାରୁ ବଡ ବାଣିଜ୍ୟ ସହର ନ୍ୟୁୟର୍କ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି । ଗତ 24 ଘଣ୍ଟାରେ ଏଠାରେ 731 ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଗୋଟିଏ ଦିନରେ ଏଠାରେ ଏତେ ସଂଖ୍ୟକ ମୃତ୍ୟୁ ହୋଇନାହିଁ ବୋଲି ନ୍ୟୁୟର୍କ ଗଭର୍ଣ୍ଣର କହିଛନ୍ତି ।
ସୌଜନ୍ୟ@ANI