ETV Bharat / international

ଫେସବୁକରେ ନୂଆ ଆଡିସନ, ଟ୍ରେଣ୍ଡ କରୁଛି କେୟାର ଇମୋଜି - ଫେସବୁକରେ କେୟାର ଇମୋଜି

କୋଭିଡ-19 ମହାମାରୀରେ ବିଶ୍ବକୁ ସ୍ନେହ, ଭଲ ପାଇବା ଓ ଆଦରର ରହିଛି ଯଥେଷ୍ଟ ଆବଶ୍ୟକତା । ଏମିତିରେ ଫେସବୁକ ପୋଷ୍ଟରେ ଏହି ସ୍ନେହ ଓ ଆଦରକୁ ଦେଖାଇବା ପାଇଁ ଫେସବୁକ ଲଞ୍ଚ କରିଛି ନୂଆ ‘କେୟାର ଇମୋଜି’ ।

facebook latest news, technology news, care emoji on facebook, care emoji, ଫେସବୁକ ଲାଟେଷ୍ଟ ନ୍ୟୁଜ, ଟେକ୍ନୋଲୋଜି ନ୍ୟୁଜ୍‌, ଫେସବୁକରେ କେୟାର ଇମୋଜି, କେୟାର ଇମୋଜି
ଫେସବୁକରେ ନୂଆ ଆଡିସନ, ଟ୍ରେଣ୍ଡ କରୁଛି କେୟାର ଇମୋଜି
author img

By

Published : May 2, 2020, 11:59 PM IST

ସାନ ଫ୍ରାନ୍ସିସ୍କୋ: କୋଭିଡ-19 ମହାମାରୀ ସମୟରେ ବିଶ୍ବକୁ ସ୍ନେହ, ଭଲ ପାଇବା ଓ ଆଦରର ରହିଛି ଯଥେଷ୍ଟ ଆବଶ୍ୟକତା । କଠିନ ସମୟରେ ପରସ୍ପର ପ୍ରତି ଭଲ ପାଇବା ଓ ସହଯୋଗର ହାତ ବଢଇଛନ୍ତି ଅନେକ । ଏମିତିରେ ଫେସବୁକ ପୋଷ୍ଟରେ ଏହି ସ୍ନେହ ଓ ଆଦରକୁ ଦେଖାଇବା ପାଇଁ ଫେସବୁକ ଲଞ୍ଚ କରିଛି ନୂଆ ‘କେୟାର ଇମୋଜି’ । ଏହି ଇମୋଜି ବ୍ୟବହାରରେ ଆପଣ ବି ବିଶ୍ବ ପ୍ରତି ନିଜର ସମବେଦନା ଓ ଆଦର ଦେଖାଇପାରିବେ ।

ତେବେ ନିକଟରେ ଲଞ୍ଚ ହୋଇଥିବା ଏହି ଇମୋଜି ବର୍ତ୍ତମାନ ଖୁବ କମ ଲୋକଙ୍କ ପାଖରେ ପହଞ୍ଚିଛି । ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହା ସମସ୍ତ ୟୁଜର୍ସଙ୍କ ପାଖରେ ପହଞ୍ଚିବ ବୋଲି ପ୍ରକାଶ କରିଛନ୍ତି ଫେସବୁକ ଆପ ମୁଖ୍ୟ ଫିଡଜି ସିମୋ । ଏହି ଇମୋଜି ବର୍ତ୍ତମାନ ଫେସବୁକରେ 2015ରୁ ଥିବା ଥମ୍ବସ୍‌ ଅପ୍‌, ହାର୍ଟ, ହସ, ଆଶ୍ଚର୍ଯ୍ୟ, ଦୁଃଖ ଓ ରାଗ ଇମୋଜି ସହ ସାମିଲ ହୋଇଛି । ଏହାକୁ ୟୁଜର୍ସ କମେଣ୍ଟ ବକ୍ସରେ କମେଣ୍ଟ କରିବା ସମୟରେ ପାଇପାରିବେ ।

ସମାନ ଭାବେ ଫେସବୁକ ଅଧିକୃତ ମେସେଞ୍ଜରରେ ଆଡ ହୋଇଛି ନୂଆ ହାର୍ଟ ଇମୋଜି । ଆଗକୁ ଆହୁରି ଅନେକ ଇମୋଜି ଆଡ ହେବ ବୋଲି ମଧ୍ୟ ସୂଚନା ରହିଛି । ତେବେ ବର୍ତ୍ତମାନ ଆଡ ହୋଇଥିବା ହଗ୍‌ ଇମୋଜି ବା କେୟାର ଇମୋଜି ନେଇ ବହୁ ପୂର୍ବରୁ ଯୋଜନା ରହିଥିବା ବୋଲି ମଧ୍ୟ ଫିଡଜି ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.