ETV Bharat / international

30 ପ୍ରତିଶତ ଆମେରିକୀୟଙ୍କ ମତ, ଲ୍ୟାବରୁ କୋରୋନା ଜନ୍ମ - ଆମେରିକୀୟଙ୍କ ମତ

ସର୍ବେକ୍ଷଣରେ ଦର୍ଶାଯାଇଛି 29% ଆମେରିକୀୟ ବିଶ୍ବାସ କରନ୍ତି ଯେ ମାରାତ୍ମକ କରୋନାଭାଇରସ୍ ଲ୍ୟାବରୁ ଜନ୍ମ।

29-americans-believe-covid-19-was-grown-in-a-lab-
30 ପ୍ରତିଶତ ଆମେରିକୀୟଙ୍କ ମତ, ଲ୍ୟାବରୁ କୋରୋନା ଜନ୍ମ
author img

By

Published : Apr 13, 2020, 11:27 AM IST

ନୂଆଦିଲ୍ଲୀ: ଦିନକୁ ଦିନକୁ ବିଶ୍ବରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏବେ ସୁଦ୍ଧା ସାରା ବିଶ୍ବରେ ଲକ୍ଷାଧିକ ଲୋକଙ୍କ ପ୍ରାଣ ନେଇସାରିଲାଣି ଏହି ମହାମାରୀ। କିନ୍ତୁ ଏହାର ପ୍ରତିକାର ପାଇଁ ଭ୍ୟାକସିନ ବାହାରି ପାରି ନାହିଁ।

ତେବେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ସୁଦ୍ଧା ସାରା ବିଶ୍ବରେ କାୟା ମେଲାଇ ସାରିଲେଣି। ଯାହା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି। ହେଲେ ଏହି ଭାଇରସ ସମଗ୍ର ଆମେରିକାରେ ନିଜର ତାଣ୍ଡବ ଲୀଳା ରଚିଚାଲିଛି।

ଏକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଦଶ ଜଣ ଆମେରିକୀୟଙ୍କ ମଧ୍ୟରୁ ପ୍ରାୟ ତିନି ଜଣ କିମ୍ବା ଆମେରିକୀୟ ଜନସଂଖ୍ୟାର ଏକ ଚତୁର୍ଥାଂଶ, ସର୍ବେକ୍ଷଣ କରିଥିବା ଲୋକଙ୍କ ମଧ୍ୟରୁ 29% ବିଶ୍ବାସ କରନ୍ତି ଯେ ମାରାତ୍ମକ କରୋନାଭାଇରସ୍ ଏକ ଲ୍ୟାବରେ ଜନ୍ମ।

43% ଆମେରିକୀୟ ବିଶ୍ବାସ କରନ୍ତି ଯେ ଏହି ଜୀବାଣୁ ପ୍ରାକୃତିକ ଭାବରେ ଆସିଥିଲା। ମାର୍ଚ୍ଚ 10 ରୁ 16 ମଧ୍ୟରେ ଏକ ସର୍ଭେ କରିବା ପରେ ଏହି ତଥ୍ୟ ମିଳିଥିଲା । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଆମେରିକା 1,514 କୋରୋନାଭାଇରସ୍ ମୃତ୍ୟୁହାର ରେକର୍ଡ କରିଛି। ତେବେ ପୂର୍ବ ଦିନର ଟୋଲ୍ 1,920 ତୁଳନାରେ ସାଂଘାତିକ ସଂଖ୍ୟା କମ୍ ରହିଛି। ଏବେ ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 22 ହଜାର ପାର କଲାଣି।

ଏପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଅଗ୍ରଣୀ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ (NYT) ରେ ତାଙ୍କ ପ୍ରଶାସନର କୋଭିଡ -19 ପ୍ରତିକ୍ରିୟାରେ ନକଲି ରିପୋର୍ଟ ଆଣିଥିବା ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.