ETV Bharat / international

ଚିକିତ୍ସା ପାଇଁ ଲଣ୍ଡନରୁ ଆମେରିକା ଯିବେ ନୱାଜ - london to america

ଚିକିତ୍ସା ପାଇଁ ଲଣ୍ଡନରୁ ଆମେରିକା ଯିବେ ନୱାଜ ସରିଫ । ଉନ୍ନତ ଚିକିତ୍ସା ପାଇଁ ଆମେରିକା ଯିବାକୁ ପରାମର୍ଶ ଦେଲେ ଡାକ୍ତର। ଆଗକୁ ପଢନ୍ତୁ...

london, america,nawaz
ଚିକିତ୍ସା ପାଇଁ ଲଣ୍ଡନରୁ ଆମେରିକା ଯିବେ ନୱାଜ
author img

By

Published : Dec 9, 2019, 8:04 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ଚିକିତ୍ସା ପାଇଁ ଲଣ୍ଡନରୁ ଆମେରିକା ଯିବେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଲଣ୍ଡନରୁ ଆମେରିକା ନିଆଯିବ। ବର୍ତ୍ତମାନର ସ୍ବାସ୍ଥ୍ୟବସ୍ଥା ଦେଖିଲେ ତାଙ୍କୁ ଆମେରିକା ସ୍ଥାନାନ୍ତର କରିବା ମେଡିକାଲ ଟିମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପିଏମଏଲ-ଏନର ମୁଖପାତ୍ର ମାରିୟମ ଔରଙ୍ଗଜେବ।

ନୱାଜଙ୍କ ଶରୀରରେ ପ୍ରାୟ 88 ପ୍ରତିଶତ ରକ୍ତ ଜମାଟ ବାନ୍ଧି ରହିଛି, ଯାହା ମସ୍ତିଷ୍କରେ ସଞ୍ଚାରିତ ହୋଇଥାଏ। ଆମେରିକାରେ ଜଣେ ଭଲ ଚିକିତ୍ସିକଙ୍କ ନିକଟରେ ଚିକିତ୍ସା କରିବା ନେଇ ଲଣ୍ଡନର ଡାକ୍ତର ତାଙ୍କୁ ଉପଦେଶ ଦେଇଛନ୍ତି।

ଅନେକ ଦିନ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଶରୀରର ପ୍ଲେଟଲେଟ ସଂଖ୍ୟା ଜାଣିବା ଉଦ୍ଦେଶ୍ୟରେ ତାଙ୍କର ବାଇଓପ୍ସି ଏବଂ ସ୍କାନ କରାଯିବ। ବର୍ତ୍ତମାନ ଲଣ୍ଡନର ହାର୍ଭେ କ୍ଲିନିକରେ ନୱାଜ ସରିଫଙ୍କ ଚିକିତ୍ସା ଚାଲିଛି। ତାଙ୍କୁ ନଭେମ୍ବର 20ରେ ଏହି ହସ୍ପିଟାଲକୁ ଏୟାର ଆମ୍ବୁଲାନ୍ସ ଦ୍ବାରା ଅଣା ଯାଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.