ETV Bharat / international

ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ: ନାସା

author img

By

Published : Oct 27, 2020, 9:55 AM IST

ଚନ୍ଦ୍ରପଷ୍ଠରେ ଜଳ ସନ୍ଧାନ । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ଚନ୍ଦ୍ରପୃଷ୍ଠରେ ଜଳ ଠାବ କରିଥିବା ଦାବି କରିଛି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠରେ ପାଣି ମିଳିଥିବା ନାସା କହିଛି । ଅଧିକ ପଢନ୍ତୁ...

ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ : ନାସା
ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ : ନାସା

ୱାଶିଂଟନ: ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ। ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ଚନ୍ଦ୍ରପୃଷ୍ଠରେ ଜଳ ଠାବ କରିଥିବା ଦାବି କରିଛି । ପର୍ଯ୍ୟବେକ୍ଷଣ ଯାନ 'ସୋଫିଆ’ ଜରିଆରେ ଜଳ ସନ୍ଧାନ କରାଯାଇଥିବା ନାସା କହିଛି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ନାସା ପକ୍ଷରୁ ପ୍ରକାଶ କରାଯାଇଛି।

ନେଚର ଆଷ୍ଟ୍ରୋନୋମିରେ ସୋମବାର ପ୍ରକାଶିତ ଦୁଇଟି ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଆମର ପୁରୁଣା ଆକଳନ ଅପେକ୍ଷା ଚନ୍ଦ୍ରରେ ଅଧିକ ଜଳ ଥାଇପାରେ। ଚନ୍ଦ୍ରପୃଷ୍ଠରେ 14.6 ମିଲିୟନ ବର୍ଗମାଇଲ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନ ମିଟର ପୃଷ୍ଠରେ 12 ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି । ନାସାର ଏହି ଆବିଷ୍କାର ଭବିଷ୍ୟତରେ ମହାକାଶ ମିଶନକୁ ଆହୁରି ଖୋରାକ ଯୋଗାଇବ ।

ପୂର୍ବରୁ ଚନ୍ଦ୍ରମାରେ ପାଣି ଥିବା ଦାବି ହୋଇଆସୁଥିଲା । ଏନେଇ ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଅଧ୍ୟୟନ କରୁଥିଲେ । ବର୍ତ୍ତମାନ ନାସା ଚନ୍ଦ୍ରର ବିରାଟକାୟ ଗର୍ତ୍ତ କ୍ଲାଭିୟସ କାର୍ଟର ଅଞ୍ଚଳରେ ଜଳକୁ ଖୋଜି ବାହାର କରିଥିବା ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.