ETV Bharat / international

ହ୍ୟୁମାନ ସ୍ପେଶଲିଫ୍ଟ ମିଶନ ପାଇଁ ନାସା ଚୟନ କଲା ନୂଆ ମୁଖ୍ୟ - ନାସା ଲାଟେଷ୍ଟ ନ୍ୟୁଜ୍‌

ଆମେରିକୀୟ ମହାକାଶ ସଂସ୍ଥାୟ ନାସା ନିଜ ହ୍ୟୁମାନ ସ୍ପେଶଲିଫ୍ଟ ବା ମନୁଷ୍ୟକୁ ମହାକାଶ ପଠାଇବା ମିଶନରେ ଜଣେ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି ।

cathy leuder in nasa, cathy leuder, nasa latest news, nasa' human spacelift mission, ନାସାରେ କ୍ୟାଥି ଲ୍ୟୁଡର, କ୍ୟାଥି ଲ୍ୟୁଡର, ନାସା ଲାଟେଷ୍ଟ ନ୍ୟୁଜ୍‌, ନାସାର ହ୍ୟୁମାନ ସ୍ପେଶଲିଫ୍ଟ ମିଶନ
ହ୍ୟୁମାନ ସ୍ପେଶଲିଫ୍ଟ ମିଶନ ପାଇଁ ନାସା ଚୟନ କଲା ନୂଆ ମୁଖ୍ୟ
author img

By

Published : Jun 14, 2020, 1:25 AM IST

ୱାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥାୟ ନାସା ନିଜ ହ୍ୟୁମାନ ସ୍ପେଶଲିଫ୍ଟ ବା ମନୁଷ୍ୟକୁ ମହାକାଶ ପଠାଇବା ମିଶନରେ ଜଣେ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି । ଏହି ମିଶନରେ ସ୍ପେଶଏକ୍ସ ଫାଲକନ 9 ରକେଟ ସହାୟତାରେ ଦୁଇ ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପଠାଯାଇସାରିଛି । ଏବେ ଏହାର ପରବର୍ତ୍ତୀ ଲକ୍ଷ୍ୟ ରହିଛି 2024 ମସିହାରେ ମାନବକୁ ଚନ୍ଦ୍ରପୃଷ୍ଠକୁ ପଠାଇବା ।

ଏନେଇ ନାସା ପ୍ରଶାସକ ଜିମ ବ୍ରିଡେନଷ୍ଟାଇନ କମର୍ସିଆଲ କ୍ରିୟୁ ପ୍ରୋଗ୍ରାମ ମ୍ୟାନେଜର କ୍ୟାଥି ଲ୍ୟୁଡରଙ୍କୁ ସଂସ୍ଥାର ହ୍ୟୁମାନ ଏକ୍ସପ୍ଲୋରେସନ ଆଣ୍ଡ ଅପରସେନ(ଏଚଇଓ)ର ପରବର୍ତ୍ତୀ ଆସୋସିଏଟ ଆଡମିନିଷ୍ଟ୍ରେଟର ଭାବେ ଚୟନ କରିଛନ୍ତି । 2014 ମସିହାରୁ ଲ୍ୟୁଡର ମହାକାଶଚାରୀଙ୍କୁ ଘରୋଇ ସ୍ପେଶକ୍ରାଫ୍ଟରେ ମହାକାଶ ପଠାଇବାରେ ନାସାକୁ ସାହାଯ୍ୟ କରିଆସିଛନ୍ତି । ଏଥିମଧ୍ୟରେ ମେ’ 30ରେ କେନ୍ନେଡି ମହାକାଶ କେନ୍ଦ୍ରରୁ ଡେମୋ-2ର ସଫଳ ଉତ୍‌କ୍ଷେପଣ ଅନ୍ୟତମ ।

ତେବେ ଲ୍ୟୁଡରଙ୍କ ଚୟନ ନେଇ ବ୍ରିଡେନଷ୍ଟାଇନ କହିଛନ୍ତି କି ଲ୍ୟୁଡର ନାସାକୁ ଅନେକ ସଫଳତା ଦେବାରେ ସାହାଯ୍ୟ କରିଛନ୍ତି । ଏହି କ୍ରମରେ ନାସାର ଆଗାମୀ ଲକ୍ଷ୍ୟ, ଚନ୍ଦ୍ରପୃଷ୍ଠରେ ପ୍ରଥମ ମହିଳା ଓ ପରବର୍ତ୍ତୀ ପୁରୁଷଙ୍କୁ ପଦାର୍ପଣ କରିବାରେ ଲ୍ୟୁଡର ନିଶ୍ଚୟ ଅନେକ ସାହାଯ୍ୟ କରିପାରିବେ । ସେପଟେ 1992ରେ ନାସାରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଲ୍ୟୁଡର ମଧ୍ୟ ନିଜ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ବକୁ ସଠିକ୍‌ ଭାବେ ତୁଲାଇବା ସହ ନାସାକୁ ସଫଳତା ଦେବା ପାଇଁ ସଂକଳ୍ପବଦ୍ଧ ଥିବା କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.