ୱାଶିଂଟନ: ଦୀର୍ଘ 9 ବର୍ଷ ପରେ ଇତିହାସ ରଚିଲା ଆମେରିକା । ସଫଳତା ପୂର୍ବକ ସ୍ପେସ୍ ଏକ୍ସ ଲଞ୍ଚ କଲା ’ମାନବ ମହାକାଶ ମିଶନ’ । ଆମେରିକା ଗବେଷଣା କେନ୍ଦ୍ର ନାସାର ଏକ ଘରୋଇ କମ୍ପାନୀ ସ୍ପେସ୍ ଏକ୍ସ ଜରିଆରେ ଡ୍ରାଗନ ସ୍ପେସକ୍ରାଫ୍ଟ ରେ 2 ମହାକାଶଚାରୀଙ୍କୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଛି ।
ଗତ 3 ଦିନ ପୂର୍ବରୁ ଖରାପ ପାଣିପାଗ ଯୋଗୁ ଏଥିରେ ବିଳମ୍ବ ହୋଇଥିଲା । ହେଲେ ଏହା ଆଜି ସଫଳତା ପୂର୍ବକ ଅନ୍ତରୀକ୍ଷ କକ୍ଷକୁ ଯାତ୍ରା କରିଛି । ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା ଆରମ୍ଭ କରିଛନ୍ତି ଦୁଇ ମହାକାଶଚାରୀ ରୋବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲି ।
ସେପଟେ, ସ୍ପେଶ ଏକ୍ସର ସଫଳତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଟ୍ବିଟ କରି ଜଣାଇଛନ୍ତି । ପୃଥିବୀର କକ୍ଷରେ ସଫଳତା ସହ କ୍ୟାପସୁଲ ପହଞ୍ଚିଛି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଏହା ସହ 2 ମହାକାଶଚାରୀଙ୍କ ସୁରକ୍ଷିତ ସହିତ ସୁସ୍ଥ ଥିବା ମଧ୍ୟ କହିଛନ୍ତି ଟ୍ରମ୍ପ । ବର୍ଷ ବର୍ଷ ବର୍ଷ ଅନୁସନ୍ଧାନ ଏବେ ଶେଷ ହୋଇଛି । ଏହା ହେଉଛି ଆମେରିକାର ଉଚ୍ଚାଭିଳାଷର ଏକ ନୂତନ ଯୁଗର ଆରମ୍ଭ ।
ଖରାପ ପାଗ ଯୋଗୁଁ ଗତ ମେ 27 ରେ ମାନବ ମହାକାଶ ମିଶନକୁ ବନ୍ଦ କରିବାକୁ ପଡିଥିଲା। ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ଘରୋଇ କମ୍ପାନୀ ସ୍ପେସ୍ ଏକ୍ସ୍ର ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍) କୁ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ହେଉଥିଲା।
ମେ 27, 2020 ରେ 2.03 ଅପରାହ୍ନରେ ନାସା ଦୁଇ ଜଣ ଆମେରିକୀୟ ମହାକାଶଚାରୀଙ୍କୁ ଫାଲକନ୍ ରକେଟ୍ ସହିତ ISS କୁ ଯାତ୍ରା କରିଥାନ୍ତେ, କିନ୍ତୁ 16.54 ମିନିଟ୍ ପୂର୍ବରୁ ଏହି ମିଶନକୁ ରୋକି ଦିଆଯାଇଥିଲା ।
ଏନେଇ ନାସା କହିଥିଲା, ଖରାପ ପାଗ ଯୋଗୁଁ ଉତକ୍ଷେପଣ ହୋଇପାରୁନାହିଁ । ଏହି ମିଶନ ତିନି ଦିନ ପରେ ହେବ । ସ୍ପେସ୍ ଏକ୍ସ ର ଡ୍ରାଗନ୍ ସ୍ପେସକ୍ରାଫ୍ଟ ଫାଲକନ ରକେଟ 2 ମହାକାଶଚାରୀଙ୍କୁ ନେଇ ଯାତ୍ରା କରିଛି । ଉଭୟ ମହାକାଶଚାରୀ ପୂର୍ବରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିସାରିଛନ୍ତି ।
ସ୍ପେସ୍-ଏକ୍ସ ହେଉଛି ଆମେରିକୀୟ ଶିଳ୍ପପତି ଏଲୋନ୍ ମସ୍କଙ୍କ କମ୍ପାନୀ । ଭବିଷ୍ୟତ ପାଇଁ ଏହା ନାସା ସହିତ ଅନେକ ସ୍ପେସ୍ ମିଶନରେ କାମ କରୁଛି । ଏହି ସ୍ପେସ କ୍ରାଫ୍ଟ ସଫଳ ହେବା ପରେ ଏବେ ଆମେରିକା ନିଜ ମହାକାଶଚାରୀଙ୍କୁ ପଠାଇବା ପାଇଁ ରୁଷ ଓ ୟୁରୋପ ଉପରେ ନିର୍ଭର ହେବାକୁ ପଡିବ ନାହିଁ । ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।