ETV Bharat / international

ମାତ୍ର 6 ବର୍ଷରୁ ଅପହୃତ ତିବ୍ଦତୀୟ ଧର୍ମଗୁରୁଙ୍କ ସୂଚନା ସାର୍ବଜନୀନ କରୁ ଚୀନ: ପମ୍ପିଓ

author img

By

Published : May 19, 2020, 7:29 PM IST

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସୋମବାର ଦାବି କରିଛନ୍ତି ଯେ ତିବ୍ଦତୀୟ ଧର୍ମ ଗୁରୁ ପଞ୍ଚେନ୍ ଲାମା କେଉଁଠାରେ ଅଛନ୍ତି ତାହା ଚୀନ୍ ତୁରନ୍ତ ପ୍ରକାଶ କରୁ । ତାଙ୍କ ସୂଚନା ସାର୍ବଜନୀନ କରାଯିବା ଉଚିତ୍ | ସେ କହିଛନ୍ତି ଯେ 25 ବର୍ଷ ପୂର୍ବେ ତାଙ୍କୁ ଚୀନ୍ କର୍ତ୍ତୃପକ୍ଷ ଅପହରଣ କରି ନେଇଥିଲେ।

ଅପହୃତ ତିବ୍ଦତୀୟ ଧର୍ମ ଗୁରୁଙ୍କ ସୂଚନା
ଅପହୃତ ତିବ୍ଦତୀୟ ଧର୍ମ ଗୁରୁଙ୍କ ସୂଚନା

ୱାଶିଂଟନ: ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । କୋରୋନାକୁ ନେଇ ଚୀନକୁ ଘେରିବାରେ ଲାଗିଛି ଆମେରିକା । ଏପରିସ୍ଥଳେ ଏକ ନୂଆ ପ୍ରସଙ୍ଗରେ ବିଶ୍ବ ଆଗରେ ଚୀନକୁ ଟାର୍ଗେଟ କରିଛି ଆମେରିକା । ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସୋମବାର ଦାବି କରିଛନ୍ତି ଯେ ତିବ୍ଦତୀୟ ଧର୍ମ ଗୁରୁ ପଞ୍ଚେନ୍ ଲାମା କେଉଁଠାରେ ଅଛନ୍ତି ତାହା ଚୀନ୍ ତୁରନ୍ତ ପ୍ରକାଶ କରୁ । ସେମାନଙ୍କର ସୂଚନା ସାର୍ବଜନୀନ କରାଯିବା ଉଚିତ୍ | ସେ କହିଛନ୍ତି ଯେ 25 ବର୍ଷ ପୂର୍ବେ ତାଙ୍କୁ ଚୀନ୍ କର୍ତ୍ତୃପକ୍ଷ ଅପହରଣ କରି ନେଇଥିଲେ। ସେତେବେଳେ ତାଙ୍କୁ ମାତ୍ର 6 ବର୍ଷ ହୋଇଥିଲା। ବର୍ତ୍ତମାନ ତାଙ୍କୁ 31 ବର୍ଷ ବୟସ |

ମାତ୍ର 6 ବର୍ଷରୁ ଅପହୃତ ତିବ୍ଦତୀୟ ଧର୍ମ ଗୁରୁଙ୍କ ସୂଚନା ସାର୍ବଜନୀନ କରୁ ଚୀନ: ପମ୍ପିଓ

14 ମଇ 1995 ରେ, ତିବ୍ଦତୀୟ ମୁଖ୍ୟ ଧର୍ମ ଗୁରୁ ଦଲାଇ ଲାମା ପଞ୍ଚେନ୍ ଲାମା ମାନ୍ୟତା ଘୋଷଣା କରିଥିଲେ। ଛଅ ବର୍ଷ ବୟସ୍କା ଗେଜୁନ୍ ଚୋକି ନିମାଙ୍କୁ ପଞ୍ଚେନ୍ ଲାମାର ଅବତାର ଘୋଷିତ କରାଯାଇଥିଲା । ସେ ତିବ୍ଦତର ସର୍ବ ବୃହତ ବୌଦ୍ଧ ବିଦ୍ୟାଳୟରେ ଦ୍ବିତୀୟ ଜ୍ୟେଷ୍ଠ ଭାବରେ ବିବେଚିତ ହୋଇଥିଲେ । ଏହାର ତିନି ଦିନ ପରେ ତାଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ତାଙ୍କୁ ଦେଖାମିଳି ନଥିଲା । ମାନବ ଅଧିକାର ସଂଗଠନ ତାଙ୍କୁ ଦୁନିଆର ସବୁଠାରୁ କନିଷ୍ଠ ରାଜନୈତିକ ବନ୍ଦୀ ବୋଲି କହିଛନ୍ତି।

ପମ୍ପିଓ କହିଛନ୍ତି ଯେ ଚୀନ୍ ଧାର୍ମିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ସମସ୍ତ ଧର୍ମର ଲୋକମାନଙ୍କ ପରି ତିବ୍ଦତୀୟ ବୌଦ୍ଧଧର୍ମୀମାନଙ୍କୁ ସେମାନଙ୍କର ପରମ୍ପରା, ଧାର୍ମିକ ନେତା ବାଛିବା ଏବଂ ସରକାରୀ ହସ୍ତକ୍ଷେପ ବିନା ସେମାନଙ୍କ ବିଶ୍ବାସ ଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ୍।

ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମେରିକାର ବୈଦେଶିକ ବିଭାଗର ରାଷ୍ଟ୍ରଦୂତ ସାମ ବ୍ରାଉନବ୍ୟାକ୍ ଗତ ସପ୍ତାହରେ ଚେତାବନୀ ଦେଇଛନ୍ତି ଯେ ଚାଇନା ପଞ୍ଚେନ୍ ଲାମାକୁ କେବଳ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏକ ମଡେଲ ଭାବରେ ଦେଖିବା ଉଚିତ୍ ନୁହେଁ ।

ଚୀନ୍ ସରକାର ତାଙ୍କ ତରଫରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିଛନ୍ତି । ସେ ଅନେକ ଥର ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଛନ୍ତି । ତଥାପି, ତାଙ୍କୁ ତିବ୍ଦତୀୟମାନେ ଦଲାଇ ନାମା ବିବେଚନା କରନ୍ତି ନାହିଁ। ଦଲାଇ ଲାମାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଘୋଷିତ ହେବାକୁ ଚୀନ୍ ଚାହୁଁନାହିଁ । ଏହା କରିବା ଦ୍ବାରା ସମଗ୍ର ବିଶ୍ବରେ ତିବ୍ଦତର ସ୍ବାଧୀନତା ଆନ୍ଦୋଳନ ଦୁର୍ବଳ ହୋଇଯିବ। ତିବ୍ଦତୀୟମାନେ ବୌଦ୍ଧର14 ତମ ଧାର୍ମିକ ନେତା ଦ୍ବିତୀୟ ପଞ୍ଚେନ୍ ଲାମାଙ୍କୁ ଘୋଷଣା କରିବାକୁ ଚାହୁଁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.