ETV Bharat / international

ଡିପ୍ରେସନରେ ଓବାମାଙ୍କ ପତ୍ନୀ ମିସେଲ

author img

By

Published : Aug 6, 2020, 9:39 PM IST

ମହାମାରୀ କୋରୋନା, ଜାତିଗତ ଅନ୍ୟାୟ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର କପଟ କାରଣରୁ ସେ ନିମ୍ନମାନର ଅବସାଦରେ ପୀଡିତ ଅଛନ୍ତି ବୋଲି ମିସେଲ ଓବାମା କହିଛନ୍ତି।

ଆମେରିକାର ପୂର୍ବତନ ଲେଡି ମିସେଲ ଓବାମା
ଆମେରିକାର ପୂର୍ବତନ ଲେଡି ମିସେଲ ଓବାମା

ୱାଶିଂଟନ : ଡିପ୍ରେସନର ଶିକାର ହେଲେ ଆମେରିକାର ପୂର୍ବତନ ଲେଡି ମିସେଲ ଓବାମା । ମହାମାରୀ କୋରୋନା, ଜାତିଗତ ଅନ୍ୟାୟ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର କପଟ କାରଣରୁ ସେ ନିମ୍ନମାନର ଅବସାଦରେ ପୀଡିତ ଅଛନ୍ତି ବୋଲି ମିସେଲ ଓବାମା କହିଛନ୍ତି। ବୁଧବାର ସେ ତାଙ୍କର ଇପୋନିମ ପୋଡକାଷ୍ଟର ଦ୍ବିତୀୟ ଏପିସୋଡରେ ଏହି ସୂଚନା ଦେଇଛନ୍ତି।

ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ କହିଛନ୍ତି, ମୁଁ ମଧ୍ୟରାତ୍ରିରେ ଉଠୁଛି କାରଣ ମୁଁ କିଛି ବିଷୟରେ ଚିନ୍ତିତ ଅଛି । ମୁଁ ନିମ୍ନମାନର ଅବସାଦ ସହିତ ମୁକାବିଲା କରୁଛି। କେବଳ କ୍ବାରେଣ୍ଟାଇନ ଯୋଗୁଁ ନୁହେଁ ବରଂ ଜାତିଗତ କଳହ, ଟ୍ରମ୍ପ ପ୍ରଶାସନର ଛଳନା ଯୋଗୁଁ ଦିନକୁ ଦିନ ସୃଷ୍ଟି ହେଉଥିବା ବିବାଦ ମୋତେ ଚିନ୍ତିତ କରୁଛି ବୋଲି ସେ କହିଛନ୍ତି ।

ମିସେଲ ଓବାମା ଆହୁରି କହିଛନ୍ତି ଯେ, ଜଣେ ଶ୍ୟାମଳ ରଙ୍ଗର ବ୍ୟକ୍ତିଙ୍କ କାହାଣୀକୁ ଜାଗ୍ରତ କରିବା ଅତ୍ୟନ୍ତ କଷ୍ଟଦାୟକ । ଏହି ପ୍ରଶାସନରେ ସେମାନଙ୍କୁ ଆଘାତ ଦିଆଯାଉଛି ହତ୍ୟା କରାଯାଉଛି କିମ୍ବା ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆସୁଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.