ETV Bharat / international

ଲସ୍‌ ଆଞ୍ଜଲେସରେ ଆଖିବୁଜା ଗୁଳିମାଡରେ ଆଖି ବୁଜିଲେ 4 - ଲସ୍‌ ଆଞ୍ଜଲେସ ଗୁଳିକାଣ୍ଡ ଖବର

ଲସ୍‌ ଆଞ୍ଜଲେସ୍‌ ନିକଟରେ ଆୟୋଜିତ ଏକ ଘରୋଇ ପାର୍ଟିରେ ଗୁଳିକାଣ୍ଡ । ଘଟଣାରେ ୪ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଲସ୍‌ ଆଞ୍ଜଲେସରେ ଆଖିବୁଜା ଗୁଳିକାଣ୍ଡ, 4 ମୃତ
ଲସ୍‌ ଆଞ୍ଜଲେସରେ ଆଖିବୁଜା ଗୁଳିକାଣ୍ଡ, 4 ମୃତ
author img

By

Published : Jan 24, 2022, 10:39 AM IST

Updated : Jan 24, 2022, 11:16 AM IST

ୱାଶିଂଟନ: ଲସ୍‌ ଆଞ୍ଜଲେସର ଇଙ୍ଗିଲ୍‌ଉଡ୍‌ ସହରରେ ଗୁଳିକାଣ୍ଡ । ଲସ୍‌ ଆଞ୍ଜଲେସ୍‌ ନିକଟରେ ଆୟୋଜିତ ଏକ ଘରୋଇ ପାର୍ଟିରେ ଏକାଧିକ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ମେୟର୍‌ ଜେମ୍‌ସ୍‌ ବଟସ୍‌ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଇଙ୍ଗିଲ୍‌ଉଡ୍‌ ସହରର ଗୋଟାଏ ଘରେ ଘଟିଥିବା ଗୁଳିକାଣ୍ଡ ବିଷୟରେ ସୂଚନା ପାଇ ରାତି ଗୋଟାଏ ୩୦ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସିବିଏସ୍‌ 2 ରିପୋର୍ଟ ଅନୁଯାୟୀ, ଗୁଳି ମାଡରେ ୨ଜଣ ମହିଳା ଏବଂ ୨ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ପୁରୁଷକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୯୯୦ ଦଶକ ପରଠାରୁ ଇଙ୍ଗିଲ୍‌ଉଡ୍‌ରେ ଏଭଳି ଗୋଟିଏ ମଧ୍ୟ ଗୁଳିକାଣ୍ଡ ହୋଇନାହିଁ । ମୃତାହାତମାନଙ୍କୁ ଉଦ୍ଦେଶ୍ୟ କରି ଗୁଳି ଚଳାଯାଇଥିବା କଥା ମେୟର୍‌ ଜେମ୍‌ସ୍‌ ବଟସ୍‌ କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ସହ ସମ୍ଭାବ୍ୟ ସିକ୍ୟୁରିଟି କ୍ୟାମେରା ଫୁଟେଜ୍‌ ପାଇଁ ଆଖପାଖ ଲୋକମାନଙ୍କୁ କୁହାଯାଇଛି । ସନ୍ଦିଗ୍ଧମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି, ନଚେତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କହିଛନ୍ତି ଜେମ୍‌ସ୍‌ ବଟସ୍‌ । ଗୁଳି ମାଡରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଜଣକ ଅନ୍ୟ ଏକ ସହରର ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌ ସଦସ୍ୟ ଥିବା ଜଣାପଡିଛି । ଉକ୍ତ ଗୁଳିକାଣ୍ଡ ସହ ଷ୍ଟ୍ରିଟ୍‌ ଗ୍ୟାଙ୍ଗର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତକାରୀମାନେ ଉଦ୍ୟମ ଚଳାଇଛନ୍ତି ବୋଲି ସିବିଏସ୍‌ ୨ ରିପୋର୍ଟରେ ପ୍ରକାଶ କରାଯାଇଛି ।

Last Updated : Jan 24, 2022, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.