ETV Bharat / international

ଟାଇଟାନିକ ବ୍ୟତୀତ 2ଟି ଜାହାଜ ବୁଡିରୁ ବର୍ତ୍ତିଥିଲେ ଲକି ଗାର୍ଲ ‘ଭାଓଲେଟ ଜେସୋପ’

author img

By

Published : Oct 3, 2020, 2:59 PM IST

ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିବା ଜେସୋପ ପେଶାରେ ଜଣେ ନର୍ସ ଓ ଷ୍ଟେୱାର୍ଡସ ବା ଖାଦ୍ୟ ବିତରକ ଭାବେ ଜାହାଜମାନଙ୍କରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏପରି ଆଖ୍ୟ ଦିଆଯିବା ପଛରେ କାରଣ ହେଉଛି ସେ ଟାଇଟାନିକ ପରି ଦୁର୍ଭାଗ୍ୟଜନକ ଜାହାଜବୁଡି ସମେତ ଅନ୍ୟ 2 ଭୟଙ୍କର ଜାହାଜ ବୁଡିର ମଧ୍ୟ ଶିକାର ହୋଇଥିଲେ ।

violet jessop, unknown fact, lucky girl Violet Jessop, unknown fact on Violet Jessop, ଭାଓଲେଟ ଜେସୋପ, ଅଜଣା କଥା, ଲକି ଗାର୍ଲ ଭାଓଲେଟ ଜେସୋପ, ଭାଓଲେଟ ଜେସୋପଙ୍କୁ ନେଇ ଅଜଣା କଥା
ଟାଇଟାନିକ ବ୍ୟତୀତ 2ଟି ଜାହାଜ ବୁଡିରୁ ବର୍ତ୍ତିଥିଲେ ଲକି ଗାର୍ଲ ‘ଭାଓଲେଟ ଜେସୋପ’

ଟାଇଟାନିକ ଜାହାଜ ବୁଡା କଥା କାହାକୁ ବା ଅଜଣା । ଛୁଆଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ଇତିହାସର ଏହି ଚର୍ଚ୍ଚତ ଘଟଣା ବିଷୟରେ ଅଳ୍ପ ବହୁତେ ଧାରଣା ରଖନ୍ତି । ଯାହା କିଛି ବି ଲୋକେ ଅଜ୍ଞ ଥିଲେ, ଟାଇଟାନିକ ଚଳଚ୍ଚିତ୍ର ଏହି ବିଖ୍ୟାତ ଘଟଣା ଉପରେ ସମ୍ୟକ ଆଲୋକପାତ କରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣାରେ ପ୍ରାୟ 40 ଜଣ ଯାତ୍ରୀ ବର୍ତ୍ତି ଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥିଲେ ଜଣେ ଏପରି ମହିଳା ଯାହାଙ୍କୁ ବିଶ୍ବର ଏକମାତ୍ର ସୌଭାଗ୍ୟବତୀ ଅଭାଗିନୀର ଆଖ୍ୟା ଦିଆଯାଇଥିଲା । ସେ ହେଉଛନ୍ତି ଭାଓଲେଟ ଜେସୋପ ।

ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିବା ଜେସୋପ ପେଶାରେ ଜଣେ ନର୍ସ ଓ ଷ୍ଟେୱାର୍ଡସ ବା ଖାଦ୍ୟ ବିତରକ ଭାବେ ଜାହାଜମାନଙ୍କରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏପରି ଆଖ୍ୟ ଦିଆଯିବା ପଛରେ କାରଣ ହେଉଛି ସେ ଟାଇଟାନିକ ପରି ଦୁର୍ଭାଗ୍ୟଜନକ ଜାହାଜବୁଡି ସମେତ ଅନ୍ୟ 2 ଭୟଙ୍କର ଜାହାଜ ବୁଡିର ମଧ୍ୟ ଶିକାର ହୋଇଥିଲେ । ହେଲେ ଭାଗ୍ୟବଶତଃ ସମସ୍ତ ଜାହାଜବୁଡିରୁ ସେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ ।

ୱିଲିୟମ ଓ କ୍ୟାଥେରିନ ଜେସୋପଙ୍କ ଔରସରୁ ଜନ୍ମ ନେଇଥିବା ପ୍ରଥମ ସନ୍ତତି ଥିଲେ ଭାଓଲେଟ ଜେସୋପ । 1887 ମସିହା ଅକ୍ଟୋବର 2 ତାରିଖରେ ଆର୍ଜେଣ୍ଟିନାର ବହିଆ ବ୍ଲାନକାରେ ତାଙ୍କର ଜନ୍ମ ହୋଇଥିଲା । ଭାଇ ଭଉଣୀଙ୍କ ମଧ୍ୟରେ ବଡ ହୋଇଥିବାରୁ ସବୁବେଳେ ଜଣେ ମା’ ଭଳି ଆଦର ସହ ସେ ନିଜ ସାନ ଭାଇ ଭଉଣୀଙ୍କ ସେବା କରୁଥିଲେ । ମାତ୍ର 16 ବର୍ଷତ ବୟସରେ ସେ ନିଜ ପିତାଙ୍କୁ ହରାଇଥିବା ବେଳେ ମା’ଙ୍କ ସହ ସେମାନେ ଇଂଲଣ୍ଡ ସ୍ଥାନାନ୍ତର ହୋଇଥିଲେ । ଘରର ପ୍ରତିପୋଷଣ ପାଇଁ ମା’ ଜଣେ ଖାଦ୍ୟ ବିତରକ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବାରୁ ସ୍କୁଲ ଯିବା ସହ ସାନ ଭାଇ ଭଉଣୀଙ୍କ ଦେଖାଶୁଣା କରୁଥିଲେ ଜେସୋପ ।

ସମୟ କ୍ରମେ ମାତ୍ରାଧିକ ଚିନ୍ତା ଓ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅସୁସ୍ଥ ହେବାରେ ଲାଗିଲେ ଜେସୋପଙ୍କ ମା’ । ଏମିତିରେ ଉପାୟଶୂନ୍ୟ ହୋଇ ନିଜ ପଢା ଛାଡି ମାତ୍ର 21 ବର୍ଷ ବୟସରେ ଜେସୋପ 1908 ମସିହାରେ ରୟାଲ ମେଲ ଲାଇନରେ ଖାଦ୍ୟ ବିତରକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାର 3 ବର୍ଷ ପରେ ସେ ଆରଏମଏସ ଅଲିମ୍ପିକରେ କାର୍ଯ୍ୟ ଆରମ୍ଭ କରିଥିଲେ । 1911 ମସିହାର ଏହା ବୃହତ୍ତମ ବେସାମରିକ ସର୍ଭିସ ବୋଲି ଜଣା ଯାଉଥିଲା ।

1911 ମସିହା ସେପ୍ଟେମ୍ବର 20 ତାରିଖରେ ସେ ଏହି ଜାହାଜରେ ଯାତ୍ରା ଆରମ୍ଭ କରିଥିଲେ । ଇଂଲଣ୍ଡର ସାଉଥମ୍ପଟନରୁ ଏହା ଯାତ୍ରା ଆରମ୍ଭ କରିବା ପରେ ଏହା ବ୍ରିଟିଶ ଯୁଦ୍ଧପୋତ ଏଚଏମଏସ ହକ ସହ ଧକ୍କା ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିବା ବେଳେ ସୁରକ୍ଷିତ ଭାବେ ଏହା ସମୂଦ୍ର କୂଳକୁ ଫେରିଆସିବାରେ ସକ୍ଷମ ହୋଇଥିଲା । ପରେ 1912 ମସିହା ଏପ୍ରିଲ 10 ତାରିଖରେ ସେ ଆରଏମଏସ ଟାଇଟାନିକରେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ମାତ୍ର 4 ଦିନ ପରେ ଏହା ବିଶାଳକାୟ ବରଫଖଣ୍ଡ ସହ ଧକ୍କା ହୋଇ ସମୂଦ୍ର ମଝିରେ ହିଁ ବୁଡି ଯାଇଥିଲା । ଏଥିରେ ପ୍ରାୟ 1500 ଯାତ୍ରୀ ବୁଡିଯାଇ ପ୍ରାଣ ହରାଇଥିବା ବେଳେ ଜେସୋପ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତି ଯାଇଥିଲେ ।

ଏହି ଘଟଣା ପରେ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ସେ ବ୍ରିଟିଶ ରେଡ କ୍ରସ ଅଧିନରେ ପୁଣି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ 1916 ମସିହା ନଭେମ୍ବର 21ରେ ସେ ଏଚଏମଏସ ବ୍ରିଟାନିକରେ ଯାତ୍ରୀ ଆରମ୍ଭ କରିଥିଲେ । ଯାହା କୌଣସି କାରଣବଶତଃ ସମୂଦ୍ର ମଝିରେ ବୁଡିୟାଇଥିଲା । ପରବର୍ତ୍ତୀ ସମୟରେ ଏହା ପଛରେ ବିସ୍ଫୋରଣ ଦାୟୀ ବୋଲି ଜଣା ପଡିଥିଲା । ଏହିପରି 3ଟି ଜାହାଜବୁଡିରୁ ବର୍ତ୍ତିଥିବା ଏକମାତ୍ର ମହିଳା ଭାବେ ଲକି ଗାର୍ଲର ପରିଚୟ ହାସଲ କରିଛନ୍ତି ଜେସୋପ ।

ହେଲେ ଏ ସମସ୍ତ ଘଟଣା ସତ୍ତ୍ବେ ସେ ନିଜ ଦାୟିତ୍ବ ସମ୍ପର୍ଣ୍ଣରେ ହେଳା କରିନଥିଲେ । ପାରୁ ପର୍ଯ୍ୟନ୍ତ ସେ ସେବା ଜାରି ରଖିଥିଲେ । ଏହିପରି ଭାବେ ସେ ସମୂଦ୍ରରେ ନିଜ ଜୀବନର ପ୍ରାୟ 42 ବର୍ଷ ବିତାଇଥିଲେ । ଶେଷରେ 1971 ମସିହା ମେ’ ମାସ 5 ତାରିଖରେ ଆଖି ବୁଜିଥିଲେ ଲକି ଗାର୍ଲି ଭାଓଲେଟ ଜେସୋପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.