ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ତେବେ ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମତଦାନ କଲେ ମେଲାନିଆ - US Election 2020
21:22 November 03
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମତଦାନ କଲେ ମେଲାନିଆ
19:29 November 03
ଆମେରିକା ନିର୍ବାଚନ: ରେକର୍ଡ ସଂଖ୍ୟକ ମତଦାନ, ଟ୍ରମ୍ପ-ବିଡେନଙ୍କ ମଧ୍ୟରେ କଡା ଟକ୍କର
ଆମେରିକା ନିର୍ବାଚନରେ ମତଦାନ ପାଇଁ ୱାଶିଂଟନ ଓ ଡିସି ବାହାରେ ମଙ୍ଗଳବାର ଜନସାଧାରଣଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଏଥର ନିର୍ବାଚନରେ ମତଦାନ ଗତଥରର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଉତ୍ତର କେରୋଲିନାରେ ଶାର୍ଲୋଟର ମତଦାନ କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଉତ୍ତର କେରୋଲିଲା ସେହି ରାଜ୍ୟଗୁଡିକ ମଧ୍ୟରୁ ଗୋଟିଏ ଯେଉଁଠି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେଙ୍କ ମଧ୍ୟରେ କଡା ଟକ୍କରର ଅନୁମାନ କରାଯାଉଛି ।
18:02 November 03
କମଲା ହରିଶଙ୍କ ଟ୍ବିଟ, ସେୟାର କଲେ ୱାବସାଇଟ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ମତଦାନ ମଧ୍ୟରେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହରିଶଙ୍କ ଟ୍ବିଟ । ହରିଶ ଟ୍ବିଟ କରି ସେୟାର କଲେ ୱାବସାଇଟ । ଏହି ୱାବସାଇଟ ଜରିଆରେ ମତଦାତା ନିଜର ମତଦାନ କେନ୍ଦ୍ର ବିଷୟରେ ସୂଚନା ପାଇପାରିବେ ।
17:55 November 03
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବର୍ତ୍ତମାନସୁଦ୍ଧା 10 କୋଟି ପୋଷ୍ଟାଲ ମତଦାନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବର୍ତ୍ତମାନସୁଦ୍ଧା 10 କୋଟି ପୋଷ୍ଟାଲ ମତଦାନ ହୋଇଥିବା ଜଣାପଡିଛି ।
16:46 November 03
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଡିକ୍ସଭିଲ୍ ନଚ୍ର ସମସ୍ତ 5 ଭୋଟରେ ବିଡେନ ବିଜୟୀ
ଆମେରିକାର ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଆମେରିକା-କାନାଡା ସୀମାରେ ଥିବା ଏକ ଛୋଟ ନ୍ୟୁ ହାମ୍ପସାୟର ସହରର ଡିକ୍ସଭିଲ୍ ନଚ୍ର ସମସ୍ତ ପାଞ୍ଚଟି ଆସନରେ ବିଜୟଲାଭ କରିଛନ୍ତି । ମଧ୍ୟରାତ୍ରିରେ ଏହି ମତଦାନ ହୋଇଥିଲା ।
16:26 November 03
ବିଡେନଙ୍କ ବୟାନ, ବିଜୟ ପରେ ଉଭୟ ଡେମୋକ୍ରାଟ ଓ ରିପବ୍ଲିକ ସହ ମିଶି କାର୍ଯ୍ୟ କରିବି
ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ ବଡ ବୟାନ । ବିଡେନ କହିଛନ୍ତି, ଯଦି ସେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଉଛନ୍ତି ତାହେଲେ ଡେମୋକ୍ରାଟ ଏବଂ ରିପବ୍ଲିକାଲ ମିଳିମିଶି କାମ କରିବେ । ଏହା ଜଣେ ରାଷ୍ଟ୍ରପତିଙ୍କ ପ୍ରକୃତ କାମ । ବିଡେନ କହିଛନ୍ତି ଯେ ବର୍ତ୍ତମାନ ସେ ଜଣେ ଗର୍ବିତ ଡେମୋକ୍ରାଟ ଭାବରେ ନିର୍ବାଚନ ଲଢୁଛନ୍ତି, କିନ୍ତୁ ବିଜୟ ପରେ ଆମେରିକାର ରାଷ୍ଟ୍ରପତି ଭାବରେ ଶାସନ କତରିବେ ।
16:01 November 03
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ନ୍ୟୁ ହାମ୍ପସାୟରରେ ପ୍ରଥମ ଭୋଟ ଗ୍ରହଣ
ଆମେରିକାରେ 45 ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ । ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପସାୟରରେ ପ୍ରଥମ ଭୋଟ ଗ୍ରହଣ ହୋଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ନ୍ୟୁ ହାମ୍ପସାୟରର ଡିକ୍ସଭିଲ୍ ନଚ୍ ଏବଂ ମିଲ୍ସଫିଲ୍ଡରେ ଜଣେ ଭୋଟର ପ୍ରଥମ ମଦଦାନ କରିଛନ୍ତି । ଡିକ୍ସଭିଲ୍ ନଚ୍ରେ କେବଳ ପାଞ୍ଚ ଜଣ ଭୋଟର ଅଛନ୍ତି। ଏହି ଭୋଟରମାନଙ୍କ ମଧ୍ୟରୁ ଜଣେ ପ୍ରଥମେ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।
15:55 November 03
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଆରମ୍ଭ ହେଲା ମତଦାନ
ଜାରି ରହିଛି ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନର ମତଦାନ । ଯୁକ୍ତରାଷ୍ଟ୍ରର ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିବାକୁ ମତଦାନ ଆରମ୍ଭ ହୋଇଛି। ନ୍ୟୁ ହାମ୍ପସାୟରର ସହର ଡିକ୍ସଭିଲ୍ ନଚ୍ ଏବଂ ମିଲ୍ସଫିଲ୍ଡରେ ପ୍ରଥମ ମତଦାନ ହୋଇଥିବା ଜଣାପଡିଛି ।
ରିଅଲ୍ କ୍ଲିୟର ପଲିଟିକ୍ସ ମତଦାନ ଅନୁଯାୟୀ, ବିଡେନ 6.7 ପ୍ରତିଶତ ପଏଣ୍ଟରେ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି । ହେଲେ ଫ୍ଲୋରିଡା, ଉତ୍ତର କାରୋଲିନା, ପେନସିଲଭାନିଆ, ମିଚିଗାନ, ୱିସ୍କନ୍ସିନ୍, ଏବଂ ଆରିଜୋନାରେ ମାତ୍ର 2.8 ପ୍ରତିଶତ ପଏଣ୍ଟରେ ବିଡେନ ଟ୍ରମ୍ପଙ୍କଠାରୁ ଆଗରେ ଥିବା ସୂଚନା ମିଳିଛି ।
ସୋମବାର ଉତ୍ତର କାରୋଲିନା, ପେନସିଲଭାନିଆ, ମିଚିଗାନରେ ଟ୍ରମ୍ପ ପ୍ରଚାର ଅଭିଯାନ ଶେଷ କରିଥିବାବେଳେ ବିଡେନ ନିର୍ବାଚନ ଅବସରରେ ପେନସିଲଭାନିଆ ଯାତ୍ରା କରିଥିଲେ।
ପୂର୍ବତଟରେ ଥିବା କେତେକ ପ୍ରମୁଖ ସହରରେ ମତଦାନ କେନ୍ଦ୍ର ମଙ୍ଗଳବାର (ସ୍ଥାନୀୟ ସମୟ) ସକାଳ 6 ଟାରୁ ଖୋଲିବ, ଏହା ପରେ ସାରା ଦେଶରେ ଭୋଟ ଗ୍ରହଣ ଆରମ୍ଭ ହେବ ।
ଅନ୍ତିମ ମତଦାନ ଆଲାସ୍କାରେ ବନ୍ଦ ଶେଷ ହେବ
ଆମେରିକାର ନିର୍ବାଚନର ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ନିର୍ବାଚନ ଦିନ ପୂର୍ବରୁ ଭୋଟରମାନେ 98 ମିଲିୟନରୁ ଅଧିକ ମତଦାନ ଦେଇଛନ୍ତି ।
ଏହି ତଥ୍ୟରେ ଦର୍ଶାଯାଇଛି ଯେ 35 ମିଲିୟନରୁ ଅଧିକ ବ୍ୟକ୍ତିଗତ ଭୋଟ ଏବଂ ପ୍ରାୟ 63 ନିୟୁତ ମେଲ-ଇନ୍ ବାଲାଟରେ ଦେଇଥିବା ଜଣାପଡିଛି ।
ଯେତେବେଳେ ମେଲ-ଇନ ବାଲାଟ ଗଣିବା ଆରମ୍ଭ କରିବାକୁ ଅନୁମତି ଦିଆଯାଏ, ସେତେବେଳେ ରାଜ୍ୟଗୁଡିକର ଭିନ୍ନ ନିୟମ ରହିଛି । କୋରୋନା ମହାମାରୀ ହେତୁ ଚଳିତ ବର୍ଷ ଏହି ବ୍ୟବସ୍ଥା କରାଯାଇଛି ।
ଆମେରିକାର ସଂସଦର ସମସ୍ତ 435ଟି ଆସନ ଏବଂ ସିନେଟର 100ଟି ଆସନ ମଧ୍ୟରୁ 35ଟି ନିର୍ବାଚନ ପାଇଁ ସରଗରମ ରହିବ ।