ETV Bharat / international

ନ୍ୟୁୟର୍କରେ ଲଞ୍ଚ ହେବ ବୃହତ ସଂଖ୍ୟକ କୋଭିଡ-19 ଆଣ୍ଟିବଡି ଟେଷ୍ଟିଂ - ଆଣ୍ଟିବଡି ଟେଷ୍ଟିଂ

ଆମେରିକାରେ ନ୍ୟୁୟର୍କ ଷ୍ଟେଟରେ କୋରୋନା ଜାରି ରଖିଛି ନିଜର ତାଣ୍ଡବ ଲୀଳା । ଇତି ମଧ୍ୟରେ ଆର୍ଥିକ ଅବସ୍ଥା ମଧ୍ୟ ଧିରେ ଧିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥିପାଇଁ ନ୍ୟୁୟର୍କର ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ବୃହତ ମାତ୍ରାର ଆଣ୍ଟିବଡି ଟେଷ୍ଟ । ଅଧିକ ପଢ଼ନ୍ତୁ...

corona in new york, corona update, antibody testing in new york, antibody testing, coronavirus news, ନ୍ୟୁୟର୍କରେ କୋରୋନା, କୋରୋନା ଅପଡେଟ, ନ୍ୟୁୟର୍କରେ ଆଣ୍ଟିବଡି ଟେଷ୍ଟିଂ, ଆଣ୍ଟିବଡି ଟେଷ୍ଟିଂ, କୋରୋନା ଭାଇରସ ନ୍ୟୁଜ୍‌
ନ୍ୟୁୟର୍କରେ ଲଞ୍ଚ ହେବ ବୃହତ ସଂଖ୍ୟକ କୋଭିଡ-19 ଆଣ୍ଟିବଡି ଟେଷ୍ଟିଂ
author img

By

Published : Apr 21, 2020, 1:40 AM IST

ନ୍ୟୁୟର୍କ: ଆମେରିକାରେ ନ୍ୟୁୟର୍କ ଷ୍ଟେଟରେ କୋରୋନା ଜାରି ରଖିଛି ନିଜର ତାଣ୍ଡବ ଲୀଳା । ଇତି ମଧ୍ୟରେ ଆର୍ଥିକ ଅବସ୍ଥା ମଧ୍ୟ ଧିରେ ଧିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହେଲେ ଆଉ ଅପେକ୍ଷା ନକରି ପୁଣି କାରବାର ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ନ୍ୟୁୟର୍କ । ଏଥିପାଇଁ ନ୍ୟୁୟର୍କର ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ବୃହତ ମାତ୍ରାର ଆଣ୍ଟିବଡି ଟେଷ୍ଟ ।

ରାଜ୍ୟପାଳ ଆଣ୍ଡିୟୁ କ୍ୟୁଓମୋଙ୍କ କହିବା ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ଏହା ହେଉଛି ଆଗାମୀ ଦିନରେ ହେବାକୁ ଥିବା ସବୁଠାରୁ ବଡ ଆଣ୍ଟିବଡି ଟେଷ୍ଟିଂ । ତେବେ ଏହା ଦ୍ବାରା ଜଣା ପଡିବ କି କେଉଁମାନେ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ଓ ପରେ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ସମ୍ପୂର୍ଣ୍ଣ ସୁସ୍ଥଙ୍କ ସଂଖ୍ୟା ଆକଳନ କରିବାରେ ସହାୟକ ହେବ । ଏଥିସହ କାରବାର ଆରମ୍ଭ ପାଇଁ ପରିସ୍ଥିତି କେତେ ଠିକ ତାହା ମଧ୍ୟ ଜଣା ପଡିବ ।

ଗତ 24 ଘଣ୍ଟା ମଧ୍ୟରେ ନ୍ୟୁୟର୍କରେ 507 ଜଣ ଆଖି ବୁଜିସାରିଛନ୍ତି । ସେଥିମଧ୍ୟରୁ 30 ଜଣ ନର୍ସିଂହୋମରେ ହିଁ ପ୍ରାଣ ହରାଇଛନ୍ତି । ଏଥିସହ କେବଳ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା 18,298ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.