ETV Bharat / international

ଭବିଷ୍ୟତର ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆବଶ୍ୟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ - ବିଶ୍ବ ସ୍ବାସ୍ଥ୍ୟ

ଦିନକୁ ଦିନ ବଢୁଥିବା ରୋଗବ୍ୟାଧୀକୁ ନଜରରେ ରଖି ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଆବଶ୍ୟକ ରହିଛି କିଛି ନୂତନତ୍ବର । ଆଧୁନିକ ସମୟର ରୋଗକୁ ମୁକାବିଲା ପାଇଁ ଆବଶ୍ୟକ ରହିଛି ଆଧୁନିକ ଚିକିତ୍ସା । ଏନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବିଶ୍ବସ୍ତରରେ ସମାଜକୁ ଚିକିତ୍ସା ପ୍ରଦାନ କରାଯିବାର ଯୋଜନା ରହିଛି ।

artificial intelligence, global health, covid-19, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବିଶ୍ବ ସ୍ବାସ୍ଥ୍ୟ, କୋଭିଡ-19
ଭବିଷ୍ୟତର ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆବଶ୍ୟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ
author img

By

Published : May 23, 2020, 6:35 AM IST

ୱାଶିଂଟନ: ଦିନକୁ ଦିନ ବଢୁଥିବା ରୋଗବ୍ୟାଧୀକୁ ନଜରରେ ରଖି ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଆବଶ୍ୟକ ରହିଛି କିଛି ନୂତନତ୍ବର । ଆଧୁନିକ ସମୟର ରୋଗକୁ ମୁକାବିଲା ପାଇଁ ଆବଶ୍ୟକ ରହିଛି ଆଧୁନିକ ଚିକିତ୍ସା । ଏନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବିଶ୍ବସ୍ତରରେ ସମାଜକୁ ଚିକିତ୍ସା ପ୍ରଦାନ କରାଯିବାର ଯୋଜନା ରହିଛି ।

କଲମ୍ବିଆ ୟୁନିଭର୍ସିଟି ମେଲମ୍ୟାନ ସ୍କୁଲ ଅଫ ପବ୍ଲିକ ହେଲଥର ଜନସଂଖ୍ୟା ଓ ପରିବାର ସ୍ବାସ୍ଥ୍ୟ ବିଭାଗର ପ୍ରଫେସର ନିନା ସ୍ବାଲବେ ଏନେଇ ଏକ ସମୀକ୍ଷା ଓ ପରାମର୍ଶ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ଜନ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲଥର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବିଭାଗ ସହକାରୀ ବୈଜ୍ଞାନିକ ବ୍ରିଆନ ବହଲ । ଏମାନଙ୍କ ପ୍ରସ୍ତୁତ ତଥ୍ୟ ଲାନସେଟରେ ପ୍ରକାଶିତ ହୋଇଥିଲା ।

ବିଭିନ୍ନ କ୍ଷୁଦ୍ର ଓ ମଧ୍ୟବିତ୍ତ ଆୟଯୁକ୍ତ ଦେଶରେ ସୂଚନା ପ୍ରଯୁକ୍ତିବିଦ୍ୟା ଇନଫ୍ରାଷ୍ଟ୍ରକଚରର ବିକାଶ ଓ ମୋବାଇଲ କମ୍ପ୍ୟୁଟିଂର ସାହାଯ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ବିଭିନ୍ନ ସମସ୍ୟାର ମୁକାବିଲା କରାଯାଇପାରେ । ଏହା ସାମୂହିକ ଚିକିତ୍ସା କ୍ଷେତ୍ର ପାଇଁ ଏକ ନୂଆ ପନ୍ଥା ହୋଇଥିବା ବେଳେ ଏହା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ଓ ବୈଶ୍ବିକ ସ୍ବାସ୍ଥ୍ୟ କଭରେଜ(ୟୁଏଚସି) ପାଇଁ ପ୍ରମୁଖ ଅଙ୍ଗ ପାଲଟିପାରେ । ତେବେ ସେ ଯାହା ବି ହେଉ ନା କାହିଁକି ଏଆଇ ବ୍ୟବହୃତ ଇଣ୍ଟରଭେନ୍ସନକୁ ଅତି ଦାୟିତ୍ବ ସହକାରେ ପ୍ରତ୍ୟେକ ବ୍ୟକ୍ତି ଓ ସମାଜକୁ ଲକ୍ଷ୍ୟ କରି ଡିଜିଟାଲ ଟୁଲ ଓ କୋରୋନା ମୁକାବିଲା ପାଇଁ ସିଷ୍ଟମରେ ବ୍ୟବହାର କରାଯାଇପାରେ ।

ସ୍ବାଲବେଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ପ୍ରତ୍ୟେକ ତଥ୍ୟର ଉପଲବ୍ଧି ଓ ସମସ୍ୟାର ସମାଧାନ ପାଇଁ ମଣିଷ କୌନ୍ଦ୍ରିକ ଡିଜାଇନର ବ୍ୟବହାର ଅପରିହାର୍ଯ୍ୟ । ଏମିତିରେ ଏଆଇ ଇଣ୍ଟରଭେନ୍ସନକୁ କିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ତାହା ବର୍ତ୍ତମାନ ସମସ୍ତ ଅଧ୍ୟୟନର ଏକ ଅଂଶ ରହିବା ଦରକାର। ସମୟ ସହ ପ୍ରଯୁକ୍ତିବିଦ୍ୟାର ବିକାଶ ହେଉଥିବାରୁ ଏଆଇ ଅନେକ ସୁଯୋଗ ସୃଷ୍ଟି କରିଛି । ସେପଟେ କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ଏବେ ବିଭିନ୍ନ ଟେକ୍ନୋଲୋଜି ବିକଶିତ ହେଉଛି ସତ । ହେଲେ ଏହାର କୌଣସି ସୁରକ୍ଷାସ୍ତର ଓ ପ୍ରମାଣ ନଥିବା ପ୍ରକାଶ କରିଛନ୍ତି ଲାନସେଟ ବରିଷ୍ଠ ଏକସିକ୍ୟୁଟିଭ ଏଡିଟର ଡ଼ଃ ନାଓମି ଲି ।

ସ୍ବାଲବେ ଓ ବହଲଙ୍କ କହିବା ଅନୁଯାୟୀ ବୃହତ ସମ୍ବଳ କ୍ଷେତ୍ରରେ ଏଆଇର ବ୍ୟବହାର ଆରମ୍ଭ ହୋଇସାରିଛି । ଏହାର ବ୍ୟବହାରରେ କୋରୋନାର ବିଭିନ୍ନ ଗତିବିଧି ଯଥା ଆକ୍ରାନ୍ତଙ୍କଠାରେ ସଂକ୍ରମଣର ତୀବ୍ରତା ଆଦି ଜଣାଯାଇପାରେ । ତେବେ ଏହାର ସଠିକ ବ୍ୟବହାର ପାଇଁ ଖୁବ କମ ମେକାନିଜିମ ଆବିଷ୍କାର ହୋଇଥିବା ବେଳେ ଏହା କମ ସମ୍ବଳରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ବୋଲି ଜଣା ପଡିଛି ।

ସମୟ ସହ ତାଳ ଦେଇ ବିଶ୍ବ ଚିକିତ୍ସା କ୍ଷେତ୍ରରେ ଏଆଇ ଦ୍ରୁତ ବେଗରେ ସାମିଲ ହେଉଥିବା ବେଳେ ଏହାର ସମୀକ୍ଷାକୁ ନଜରରେ ରଖି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦିଆଯାଇପାରେ :

- ଯାନ୍ତ୍ରିକ ବିକାଶ ଆଧାରରେ ନହୋଇ ଆବଶ୍ୟକତା ଆଧାରରେ ଏହି ମଣିଷ କୈନ୍ଦ୍ରିକ ଡିଜାଇନର ବିକାଶ ଆବଶ୍ୟକ ।

- ପ୍ରତୀକାତ୍ମକ ଡାଟା ସେଟର ଦ୍ରୁତଗାମୀ ଓ ବିଶ୍ବସନୀୟତାକୁ ଯାଞ୍ଚ କରାଯିବା ଦରକାର । ଏନେଇ ଏକ ଗ୍ଲୋବାଲ ସିଷ୍ଟମ ପ୍ରସ୍ତୁତ କରାଯିବା ଦରକାର, ୟାଗହା ଏଆଇ ବ୍ୟବହୃତ ଇଣ୍ଟରଭେନ୍ସନର ବ୍ୟବହାର ଓ ପ୍ରଭାବକୁ ବିଶ୍ବସ୍ତରରେ ରେକର୍ଡ କରିପାରିବ ।

- ନୂଆ ଏଆଇ ବ୍ୟବହୃତ ଇଣ୍ଟରଭେନ୍ସନର ବ୍ୟବହାର ପାଇଁ ଏକ ଏପରି ଗବେଷଣା ଏଜେଣ୍ଡା ପ୍ରସ୍ତୁତ ହେବା ଦରକାର ଯାହା ଇଣ୍ଟରଭେନ୍ସନର କାର୍ଯ୍ୟକାରିତା ଓ ସିଷ୍ଟମ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇପାରିବ ।

- ବିଶ୍ବସ୍ତରରେ ପରିଚାଳନା, ଅର୍ଥନୀତି ଓ ନୈତିକତା ଦୃଷ୍ଟିକୋଣରୁ ଏହା କ୍ଷୁଦ୍ର ଓ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କୁ ସୁହାଉଥିବା ଦରକାର ।

ବର୍ତ୍ତମାନ ବିଶ୍ବରେ ପ୍ରଳୟ ସୃଷ୍ଟି କରିଥିବା କୋରୋନା ମହାମାରୀ ଏପରି ପରିସ୍ଥିତି ସୃଷ୍ଟି କରିଛି ଯେଉଁଥିରେ କୌଣସି ନିୟମ ଲାଗୁ ପୂର୍ବରୁ ଏହାର ନୈତିକତା, ଡାଟା ସୁରକ୍ଷା ସ୍ତର ୟାଞ୍ଚ ହେବା ଦରକାର । ଏହା ନକଲେ ଆମେ ସୁରକ୍ଷା ପ୍ରଦାନ କରିବାକୁ ଚାହୁଁଥିବା ଜନସମୂଦ୍ରକୁ ଅଜାଣତରେ ଅପରିବର୍ତ୍ତନୀୟ ପରିଣାମ ଆଡକୁ ଠେଲିଦେବା କହିଲେ କିଛି ଭୁଲ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.