ଫ୍ରେଡେରିକ୍ଟନ: ୧୬ ଏବଂ ୧୭ ବର୍ଷ ବୟସ୍କ କିଶୋର/କିଶୋରୀଙ୍କ ଶରୀରରେ କୋଭିଡ୍ ଟିକା ପରୀକ୍ଷା ଆରମ୍ଭ କଲା ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ । ଗତବର୍ଷ ସେପ୍ଟେମ୍ବର ମାସରୁ ନ୍ୟୁ ବ୍ରୁନ୍ସ୍ଓ୍ଵିକ୍ରେ ପ୍ରାପ୍ତ ବୟସ୍କମାନଙ୍କ ଶରୀରରେ ଚାଲିଥିବା ଏହି ଟିକାର ଅଧ୍ୟୟନ ଏବେ କିଶୋର/କିଶୋରୀମାନଙ୍କ ଉପରେ କରାଯିବ ବୋଲି ନ୍ୟୁ-ଜର୍ସିର ଔଷଧ ନିର୍ମାତା ଶୁକ୍ରବାର କହିଛନ୍ତି । ତେବେ ଉପରୋକ୍ତ ବୟସର କିଶୋର/କିଶୋରୀମାନଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ପ୍ରାପ୍ତ ପ୍ରାଥମିକ ତଥ୍ୟ ସମୀକ୍ଷା ହେବା ପରେ ୧୨ ରୁ ୧୫ ବର୍ଷ ବୟସ୍କ ପିଲାମାନଙ୍କ ଉପରେ ଏହି ଟିକା ଅଧ୍ୟୟନ କରାଯିବ ।
ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କହିଛି ଯେ, ଏହି ପରୀକ୍ଷା ନିମନ୍ତେ ପ୍ରଥମେ ଇଂଲଣ୍ଡ୍ ଓ ସ୍ପେନ୍ର ତରୁଣ/ତରୁଣୀଙ୍କୁ ସ୍ବେଚ୍ଛାସେବୀ ଭାବେ ଗ୍ରହଣ କରାଯାଇଛି । ଏହାପରେ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ନେଦରଲ୍ୟାଣ୍ଡର , ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନାର ପିଲାମାନଙ୍କୁ ମଧ୍ୟ ଏହି ଅଧ୍ୟୟନରେ ସାମିଲ କରାଯିବ । ଉଭୟ ପ୍ରଥମ ଏବଂ ଦୁଇ ଡୋଜ୍ ବିଶିଷ୍ଟ ଟିକାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ଅଧ୍ୟୟନ ନିମନ୍ତେ ଏହି ପରୀକ୍ଷା କରାଯାଉଛି । ପ୍ରଥମ ଡୋଜ୍ ନେବାର ଦୁଇରୁ ତିନି ମାସ ମଧ୍ୟରେ ଏହି ଟିକାର ଦ୍ବିତୀୟ ଡୋଜ୍ ଦିଆଯିବ ।
ଏହାଛଡ଼ା ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ଉପରେ ମଧ୍ୟ ଏହି ଟିକା ଅଧ୍ୟୟନ କରାଯିବ ବୋଲି ଏହି କମ୍ପାନିର ‘ଜାନ୍ସେନ୍ ଫାର୍ମାସ୍ୟୁଟିକାଲ୍ସ୍ ୟୁନିଟ୍’ର ବୈଶ୍ବିକ ମୁଖ୍ୟ ଡାକ୍ତର ମାଥାଇ ମାମେନ୍ କହିଛନ୍ତି ।