ବ୍ରାଜିଲିଆ: ବିଶ୍ବରେ କୋରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବ୍ରାଜିଲରୁ ଏକ ଖବର ଆସିଛି । ନିୟାମକ ସଂସ୍ଥା ଅନ୍ବିସା କୋଭିଡ ଟୀକାର ତୃତୀୟ ପର୍ଯ୍ୟାୟ ପାଇଁ ମାନବ ପରୀକ୍ଷାକୁ ଅନୁମୋଦନ କରିଛି । ଏହି ତୃତୀୟ ପର୍ଯ୍ୟୟ ପରୀକ୍ଷଣରେ 7 ହଜାର ସ୍ବେଚ୍ଛାସେବୀ ସାମିଲ ହେବା ନେଇ ସୂଚନା ରହିଛି । ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ଏକ ୟୁନିଟ୍ ଜେନ୍ସନ୍ ଦ୍ବାରା ଏହି ଟିକା ପ୍ରସ୍ତୁତ କରାଯାଇଛି । ସୂଚନା ଥାଉକି ବ୍ରାଜିଲ ତିନୋଟି ଟୀକା ପରୀକ୍ଷାକୁ ଅନୁମୋଦନ କରିସାରିଛି ।
ଆମେରିକା ପରେ ବ୍ରାଜିଲ କୋରୋନା ବୃଦ୍ଧି ଘଟିବାରେ ବିଶ୍ୱର ଦ୍ୱିତୀୟ ଦେଶ । ଅନ୍ୟ ଦେଶ ତୁଳନାରେ ଏଠାରେ ଅଧିକ ମୃତ୍ୟୁ ଘଟିଛି । ଯେଉଁଥିପାଇଁ ଟିକା ବିକାଶ ପାଇଁ କମ୍ପାନୀଗୁଡିକ ପରୀକ୍ଷା କରିବା ଏହାକୁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରିଛନ୍ତି । ଏହି ସମୟରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ କୋଭିଡ ଟୀକା ପରୀକ୍ଷା ପାଇଁ ଅନୁମୋଦନ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଟିକାକରଣର ମାନବ ପରୀକ୍ଷା ସାତ ରାଜ୍ୟରେ ସାତ ହଜାର ସ୍ୱେଚ୍ଛାସେବୀମାନଙ୍କ ଠାରେ କରାଯିବ ।
ଏହି ପରୀକ୍ଷଣ ସମଗ୍ର ବିଶ୍ୱରେ 60,000 ସ୍ବେଚ୍ଛାସେବୀଙ୍କ ପରୀକ୍ଷଣର ଏକ ଅଂଶ ହେବାକୁ ଯାଉଛି । ଏହାପୂର୍ବରୁ ପିଫାଇଜର, ଅକ୍ସଫୋର୍ଡ ୟୁନିଭରସିଟି ସହଭାଗୀ ଆଷ୍ଟ୍ରା ଜେନେଙ୍କା, ଚାଇନାର ସିନୋଭାକ୍ ବାୟୋଟେକ୍ ଏବଂ ବାୟୋଟେକ୍ ସହିତ ମିଶି ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା କରୁଛି । ଏହା ବ୍ୟତୀତ ଚାଇନାର ସିନୋଫାରମ୍ ମଧ୍ୟ ବ୍ରାଜିଲରେ ମାନବ ପରୀକ୍ଷା ପାଇଁ ଯୋଜନା କରୁଛି ।
ଏହାପୂର୍ବରୁ ବ୍ରାଜିଲର ପାରାନା ରାଜ୍ୟରେ ଗତ ସପ୍ତାହରେ ଋଷ ସହିତ ଟିକା ପରୀକ୍ଷା ଏବଂ ଉତ୍ପାଦନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ତେବେ ବ୍ରାଜିଲ ଏବଂ ପାରାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ସ୍ପୁଟନିକ୍ ଭି ଟିକା ଏପର୍ଯ୍ୟନ୍ତ ଅନୁମୋଦନ ଦେଇଛି ନା ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟିକା ଉତ୍ପାଦନ କରିଥିବା ଘୋଷଣା କରିଛନ୍ତି । ଏବଂ ଏହି ଟିକା ତାଙ୍କର ଜଣେ ଝିଅ ଉପରେ ପ୍ରୟୋଗ କରାଯାଇଛି ବୋଲି ମଧ୍ୟ ସେ ଦାବି କରିଛନ୍ତି ।