ETV Bharat / international

ମାସେ ପରେ ହଂକଂରେ ଖୋଲିଲା ଜିମ, ରେସ୍ତୋରାଂ ଓ ଥିଏଟର

author img

By

Published : May 9, 2020, 12:26 PM IST

ହଂକଂ ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ଜରୁରୀ ଥିବା ସମସ୍ତ ସ୍ଥାନକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ଜିମ, ରେସ୍ତୋରାଁ, ବାର ଓ ଫିଲ୍ମ ହଲ ଆଦି ଖୋଲାଯାଇଛି । କିନ୍ତୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି ଓ ଏଥିପ୍ରତି ନିରୀକ୍ଷଣ ମଧ୍ୟ ରଖାଯାଉଛି ।

ମାସେ ପରେ ହଂକଂରେ ଖୋଲିଲା ଜିମ, ରେସ୍ତୋରାଂ ଓ ଥିଏଟର
ମାସେ ପରେ ହଂକଂରେ ଖୋଲିଲା ଜିମ, ରେସ୍ତୋରାଂ ଓ ଥିଏଟର

ୱାଶିଂଟନ: ଦୁନିଆରେ ଏବେ ସୁଦ୍ଧା 39 ଲକ୍ଷ 75 ହଜାର 593 ଲୋକ ସଂକ୍ରମିତ ହୋଇଛନ୍ତି । 2 ଲକ୍ଷ 73 ହଜାର 993 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଯେତେବେଳେ କି 13 ଲକ୍ଷ 71 ହଜାର 641 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାରି ଭିତରେ ହଂକଂ ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ଜରୁରୀ ଥିବା ସମସ୍ତ ସ୍ଥାନକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ଜିମ, ରେସ୍ତୋରାଁ, ବାର ଓ ଫିଲ୍ମ ହଲ ଆଦି ଖୋଲାଯାଇଛି । କିନ୍ତୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି ଓ ଏଥିପ୍ରତି ନିରୀକ୍ଷଣ ମଧ୍ୟ ରଖାଯାଉଛି ।

ଏଠାକୁ ଆସୁଥିବା ସମସ୍ତ ଲୋକଙ୍କ ତାପମାତ୍ରା ଯାଞ୍ଚ କରାଯିବ । ପ୍ରାୟ ଏକ ମାସ ପରେ ଏହି ଛୁଟ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ନାଗରିକ କହିଛନ୍ତି ଯେ ଆମେ ସର୍ତ୍ତ ଗୁଡିକ ପାଳନ କରିବାକୁ ପ୍ରସ୍ତୁତ । କାରଣ ଇଉରୋପୀୟମାନଙ୍କ ପରି ଘରେ ତାଲାବନ୍ଦରେ ରହିବାକୁ ଚାହୁଁନାହୁଁ ।

ସେପଟେ ଦକ୍ଷିଣ ଆଫ୍ରିକାରେ ଜେଲକୁ ମଧ୍ୟ କୋରୋନା ଗ୍ରାସ କରିବା ଆରମ୍ଭ କରିଦେଇଛି । ସେଥିପାଇଁ ସରକାର ଏହା ନିଷ୍ପତ୍ତି ନେଇଛନ୍ତି ଯେ ସେଠାରେ 20 ହଜାର କଏଦୀଙ୍କୁ ମୁକ୍ତ କରିବେ । ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି ଯେ ଦେଶରେ ବିଭିନ୍ନ ଜିଲ୍ଲାରେ ଥିବା କଏଦୀଙ୍କୁ ମୁକ୍ତ କରିଦିଆଯାଇଛି । 19 ହଜାର କଏଦୀ ଏମିତି ଅଛନ୍ତି ଯେଉଁମାନଙ୍କ ନାଁ ରେ ଗମ୍ଭୀର ଆରୋପ ନାହିଁ । ଜାତିସଙ୍ଘ ସମସ୍ତ ଦେଶକୁ ଏହା କହିଛି ଯେ ଜେଲରେ କଏଦୀଙ୍କ ସଂଖ୍ୟା କମ କର । କାରଣ ଏହା ଦ୍ବାରା ଜେଲ ମଧ୍ୟରେ କଏଦୀମାନେ ସେଲ୍ଫ ଆଇସୋଲେସନ ଓ ସାମାଜିକ ଦୂରତା ବଜାୟ ରଖି ରହିପାରିବେ । ଦକ୍ଷିଣ ଆଫ୍ରିକୀୟ ଜିଲ୍ଲାରେ ପ୍ରାୟ 1 ଲକ୍ଷ 55 ହଜାର କଏଦୀ ରହିଛନ୍ତି । ଏବେ ସୁଦ୍ଧା ଏଠାରେ 8 ହଜାର 232 ମାମାଲା ଆସିଥିବାବେଳେ 161 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ତେବେ ପ୍ରଧାନମନ୍ତ୍ରୀ ମ୍ୟାଟି ଫ୍ରେଡେରିକ୍ସନ୍ କିଛି ଦିନ ପୂର୍ବରୁ ସ୍ବୀକାର କରିଛନ୍ତି ଯେ ପ୍ରତିବନ୍ଧକକୁ ଛୁଟ ଦେଲେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । କିନ୍ତୁ ବର୍ତ୍ତମାନ ତାଙ୍କ ସରକାର 8 ଜୁନ୍ ରୁ ସମସ୍ତ ସଂଗ୍ରହାଳୟ, ପ୍ରେକ୍ଷାଳୟ, ସିନେମା ଏବଂ ଜୁ ଖୋଲିବାକୁ ଯାଉଛନ୍ତି । ବର୍ତ୍ତମାନ 10 ଜଣ ଗୋଟିଏ ସ୍ଥାନରେ ଏକତ୍ରିତ ହେବା ପାଇଁ ବାରଣ କରାଯାଉଛି । ସମାବେଶ ଉପରେ ଏକ ନିଷେଧାଦେଶ ରହିଛି । ସେପଟେ ମେ 11 ରୁ ସପିଂ ସେଣ୍ଟର ଏବଂ ମଲ୍ ଖୋଲିବ । ରେଷ୍ଟୁରାଣ୍ଟ ଏବଂ ବିଦ୍ୟାଳୟଗୁଡ଼ିକ ମଧ୍ୟ 20 ମଇ ସୁଦ୍ଧା ଖୋଲିବ ବୋଲି ଜଣାପଡିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.