ନୂଆଦିଲ୍ଲୀ: ଆମେରେକା ମହାକାଶ ଗବେଷଣା ସଂସ୍ଥା (NASA)କୁ ବଡ ସଫଳତା । ଇତିହାସ ରଚିଲା ନାସା । ମଙ୍ଗଳ ଗ୍ରହରେ ଜୀବନ ଓ ପାଣିର ଅନୁସନ୍ଧାନ ପାଇଁ ଆମେରିକା ସ୍ପେସ ଏଜେନ୍ସି ନାସା ପକ୍ଷରୁ ଜାରି ଅଭିଯାନ ଅନ୍ତର୍ଗତ ସୋମବାର ମିଳିଛି ବଡ ସଫଳତା ।
ପ୍ରଥମଥର ଅନ୍ୟ ଗ୍ରହରେ ହେଲିକପ୍ଟର ଉଡାଇଛି ନାସା । ଏହି ହେଲିକପ୍ଟରର ନାଁ ରହିଛି ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ।
ନାସା ସୂଚନା ଦେଇଛି ଯେ ଏଜେନ୍ସି ପକ୍ଷରୁ ପର୍ସିଭରେନ୍ସ ରୋଭର ମାଧ୍ୟମରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର (ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର) ସେଠାରେ ପ୍ରଥମ ସଫଳ ଉଡ଼ାଣ ଭରିଛି । ଅନ୍ୟ କୌଣସି ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡ଼ାଣ ହୋଇଥିବା ସୂଚନା ଦେଇଛି ନାସା । ନାସା ଏହାର ଭିଡିଓ ମଧ୍ୟ ଜାରି କରିଛି ।