ETV Bharat / international

ଭାରତ-ଚୀନ ସୀମା ବିବାଦ, ୱାଶିଂଟନରେ ଭାରତୀୟ-ଆମେରିକୀୟଙ୍କ ବିକ୍ଷୋଭ - ବିଶ୍ବ ଶକ୍ତିଶାଳୀ ରାଷ୍ଟ୍ରଗୁଡିକୁ ଭାରତୀୟଙ୍କ ଆହ୍ବାନ

ଭାରତ-ଚୀନ ସୀମା ବିବାଦ ସମ୍ପୂର୍ଣ୍ଣ ସମାଧାନ ହୋଇ ପାରୁନାହିଁ । ପୂର୍ବ ଲଦାଖରେ 20 ଭାରତୀୟ ଯବାନ ଶହୀଦ ଘଟଣାକୁ ନେଇ ଚୀନ ବିରୋଧୀ ବିକ୍ଷୋଭ ଥମିବାର ନାଁ ଥରୁନି । ୱାଶିଂଟନ ଡିସିରେ ପୁଣି ଦେଖିବାକୁ ମିଳିଲା ଚୀନ ବିରୋଧରେ ବିକ୍ଷୋଭ । ଅଧିକ ପଢନ୍ତୁ...

ବେଜିଂ ଅର୍ଥିନୀତିରେ ପତନ ଆଣିବାକୁ ବିଶ୍ବ ଶକ୍ତିଶାଳୀ ରାଷ୍ଟ୍ରଗୁଡିକୁ ଭାରତୀୟଙ୍କ ଆହ୍ବାନ

author img

By

Published : Jul 20, 2020, 9:18 AM IST

ୱାଶିଂଟନ: ଚୀନର ଆକ୍ରମଣାତ୍ମକ ସ୍ବଭାବ ବିରୋଧରେ ଆମେରିକାରେ ଜୋରାଦାର ବିକ୍ଷୋଭ ପ୍ରଦର୍ଶନ । ରବିବାର ୱାଶିଂଟନ ଡିସି ସ୍ଥିତି ଚୀନ ଦୂତବାସ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଭାରତୀୟ-ଆମେରିକୀୟ। ଚୀନର ଏଭଳି ସ୍ବଭାବର ବଦଲା ନେବାକୁ ବିଶ୍ବର ଶକ୍ତିଶାଳୀ ଦେଶମାନଙ୍କୁ ବେଜିଂର ଆର୍ଥିକ ସ୍ଥିତିକୁ କମଜୋର କରିବାକୁ ଆହ୍ବାନ କରିଛନ୍ତି ପ୍ରଦର୍ଶନକାରୀ ।

ପ୍ରଦର୍ଶନକାରୀମାନେ, ସଂକ୍ରମଣ ବିସ୍ତାରକୁ ନଜରର ରଖି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟୀ ରଖିଥିଲେ । ହାତରେ ଫ୍ଲାଗ କାର୍ଡ ଧରି ନାରାବାଜି କରିଥିଲେ । "ଚାଇନା = # ବୁଲିଂ # ଡେବଟ୍ ଟ୍ରାପ୍ ଡିପ୍ଲୋମେସି # ମାନବ ଅଧିକାର ଉଲ୍ଲଂଘନ ଭଳି ଲେଖି ପ୍ରତିବାଦ କରିଥିଲେ । କେତେକ "କମ୍ୟୁନିଷ୍ଟ ପାର୍ଟି! ଡାଉନ! ଡାଉନ ! କହି ବିକ୍ଷୋଭ କରିଥିଲେ ।

ବିକ୍ଷୋଭକାରୀ ତଥା ସ୍ଥାନୀୟ କେରାଲାଇଟ୍ ଗୋଷ୍ଠୀର ସଭାପତି ମନୋଜ ଶ୍ରୀନାରାୟଣ କହିଛନ୍ତି, କିଛି ଦିନ ଧରି ଚୀନ ଭାରତ ସୀମାରେ ଥିବା ସେନାଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାକଳାପ କରିଆସୁଛି । ଭାରତ ଚୀନ ବିରୋଧରେ କଡା ପଦକ୍ଷେପ ନେଇଛି । କିନ୍ତୁ ଭାରତ ଏହି ପରିସ୍ଥିତିରେ ଦୀର୍ଘକାଳିନୀ ପାଇଁ ଶାନ୍ତିବଜାୟୀକୁ ଚେଷ୍ଟା କରୁଛି । ଏ ଦିଗରେ ଭାରତକୁ ଉପଯୁକ୍ତ କୂଟନୈତିକ ବିକଳ୍ପ ଖୋଜିବାକୁ ହେବ । ଯାହାର ଗୋଟିଏ ରାସ୍ତା ହେଉଛି, ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଚୀନ୍ ବିରୋଧରେ ଏକ ବିଶ୍ୱସ୍ତରୀୟ ମିଳିତ ମଞ୍ଚ ଗଠନ କରିବା। ତେବେ ଭାରତ କିଛି ସମୟ ପାଇଁ ଧୈର୍ଯ୍ୟ ରଖିପାରେ ଏବଂ ଯୁଦ୍ଧ ଚାହେଁ ନାହିଁ । ତେଣୁ ସମସ୍ତ ଭାରତୀୟ ଏହି ପ୍ରସଙ୍ଗର ସମାଧାନ ପାଇଁ ଛିଡା ରହିଛି ।

ଭାରତ-ଚୀନ ସୀମା ବିବାଦ ସମେତ ହଂକଂ, ଭିଏତନାମ ଓ ଦକ୍ଷିଣ ଚୀନ ସାଗର ଉପରେ ମଧ୍ୟ ଚୀନର ହରକତ ଉପରେ ପ୍ରଦର୍ଶନକାରୀମାନେ ପ୍ରତିବାଦ କରିଥିଲେ । ସେହି ସମୟରେ ଜଣେ ପ୍ରତିବାଦକାରୀ କହିଥିଲେ, ଆମେ ଏଠି କେବଳ ଭାରତ ପାଇଁ ଛିଡା ହୋଇନାହୁଁ ବରଂ ସମଗ୍ର ବିଶ୍ବରେ ଚୀନର ପ୍ରତିଟି ସ୍ବଭାବକୁ ଆମେ ବିରୋଧ କରୁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ମୂଳ ଲକ୍ଷ୍ୟ ହେଉଛି ଆମେ ବିଶ୍ବର ଶକ୍ତିଶାଳୀ ଦେଶ ଚୀନ୍‌ର ଏହି ବିପଦକୁ ହୃଦୟଙ୍ଗମ କରିବେ ଏବଂ ଚୀନର ଆର୍ଥିକ ପତନ କରିବା ସମେତ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.