ୱାଶିଂଟନ: ଭାରତୀୟ ବଂଶୋଭବ ସୀମା ବର୍ମାଙ୍କୁ ଆମେରିକାରେ ଗୁରୁଦାୟିତ୍ବ ଦେଇଛନ୍ତି ଟ୍ରମ୍ପ ସରକାର । କୋରୋନା ଭାଇରସ ଟ୍ୟାକ୍ସ ଫୋର୍ସ ଟିମର ସଦସ୍ୟ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ ।
ଆମେରିକାରେ କୋକୁଆ ଭୟ ସୃଷ୍ଟି କରିଛି କୋରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା 6ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲାଣି 100 । ଅନ୍ୟପଟେ ସୀମା ଦାୟିତ୍ବ ନେବା କ୍ଷଣି କାମରେ ଲାଗିପଡିଛନ୍ତି । ତେବେ ପୂର୍ବରୁ ଆମେରିକାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସୀମା । ସେ ସେଣ୍ଟର ଫର୍ ମେଡିକେୟାର ଆଣ୍ଡ ମେଡିକେଡ ସର୍ଭିସେସ୍ (CMS)ର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।
@IANS