ETV Bharat / international

ଆମେରିକାରେ ପହଞ୍ଚିଲେ ଟ୍ରମ୍ପ, କହିଲେ 'ଭାରତ ମହାନ'

author img

By

Published : Feb 26, 2020, 9:31 PM IST

ଦୁଇ ଦିନିଆ ଭାରତ ଗସ୍ତ ସାରି ଆମେରିକାରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତକୁ ମହାନ କହିବା ସହ ଯାତ୍ରା ସଫଳ ରହିଲା ବୋଲି ଟ୍ବିଟ କରି କହିଲେ ଟ୍ରମ୍ପ । ଅଧିକ ପଢନ୍ତୁ...

ଆମେରିକାରେ ପହଞ୍ଚିଲେ ଟ୍ରମ୍ପ, କହିଲେ 'ଭାରତ ମହାନ'
ଆମେରିକାରେ ପହଞ୍ଚିଲେ ଟ୍ରମ୍ପ, କହିଲେ 'ଭାରତ ମହାନ'

ହାଇଦ୍ରାବାଦ: ଦୁଇ ଦିନିଆ ଭାରତ ଗସ୍ତ ସାରି ଆମେରିକାରେ ପହଞ୍ଚିସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ପହଞ୍ଚିବା ପରେ ଭାରତ ଗସ୍ତକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ଭାରତକୁ ମହାନ କହିବା ସହ ଏହି ଦେଶକୁ ଯାତ୍ରା ସଫଳ ରହିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ଗତ 24ରୁ 25 ଫେବୃଆରୀ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତରେ ଥିଲେ । ତାଙ୍କ ସହ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଓ ଜ୍ବାଇଁ ଜରେଦ ମଧ୍ୟ ଭାରତ ଆସିଥିଲେ । ଭାରତରେ ଦୁଇ ଦିନର ରହଣି ସମୟରେ ଟ୍ରମ୍ପ ପରିବାର ଅହମଦାବାଦ ଗସ୍ତ କରିବା ସହ ଆଗ୍ରାର ତାଜମହଲ ମଧ୍ୟ ପରିଭ୍ରମଣ କରିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସୋମବାର ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରି ଭୋଜନରେ ଯୋଗଦେବା ପରେ ଟ୍ରମ୍ପ ଆମେରିକାକୁ ଏୟାରଫୋର୍ସ ଓ୍ବାନ ଯୋଗେଁ ଉଡାଣ ଭରିଥିଲେ । 36 ଘଣ୍ଟାର ଏହି ଲମ୍ବା ଯାତ୍ରା ସାରି ଆମେରିକାରେ ପହଞ୍ଚିବା ପରେ ଟ୍ରମ୍ପ ଟ୍ବିଟ କରି ଲେଖିଛନ୍ତି ଯେ ଭାରତ ମହାନ ଥିଲା । ଯାତ୍ରା ସଫଳ ରହିଲା ।

ସେହିପରି ଟ୍ରମ୍ପଙ୍କ ଝିଅ ଇଭାଙ୍କା ମଧ୍ୟ ଭାରତରେ ଆତିଥ୍ୟସତ୍କାର ପାଇଁ ଟ୍ବିଟ କରି ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଏହି ଯାତ୍ରାରେ ଆମେ ମାନବୀୟ କଳାତ୍ମକ ଓ ମନୁଷ୍ୟ ହୃଦୟର ଅନନ୍ତ କ୍ଷମତାର ପ୍ରମାଣକୁ ଦେଖିଲୁ ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.