ETV Bharat / international

ଜି-20 ଦେଶକୁ ଆହ୍ବାନ, ଫାର୍ମାସି ଅଫ୍ ଓ୍ଵାର୍ଲ୍ଡ ଭାଵେ ଭାରତ କରିବ ବିଶ୍ବକୁ ସହଯୋଗ - କୋଭିଡ୍ 19

ବିଶ୍ୱସ୍ତରୀୟ ଯୋଗଦାନକୁ ପୂର୍ଣ୍ଣ ସମର୍ଥନ ମଧ୍ୟ ପ୍ରଦାନ କରୁଛି। ଆମର “ଵସୁଧୈବ କୁଟୁମ୍ବକମ୍” ର ପରମ୍ପରାକୁ ପାଳନ କରି, ବିଶ୍ୱକୁ ଏକ ବଡ ପରିବାର ଭଳି ଅନୁଭଵ କରୁଛି ଭାରତ ବୋଲି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ୍ କହିଛନ୍ତି। ଏହି ରୋଗର ମୁକାବିଲା ପାଇଁ ଭାରତ 120 ରୁ ଅଧିକ ଦେଶକୁ ବିନା ସର୍ତ୍ତରେ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଛି।

india-asks-g-20-nations
ଭାରତର G_20 ଦେଶ ଗୁଡିକୁ ଆହ୍ବାନ, ଫାର୍ମାସି ଅଫ୍ ଓ୍ଵର୍ଲ୍ଡ ଭାଵେ ଭାରତ କରିବ ବିଶ୍ବକୁ ସହଯୋଗ
author img

By

Published : May 15, 2020, 10:50 AM IST

ନୂଆଦିଲ୍ଲୀ: ସାମ୍ପ୍ରତିକ ସ୍ଥିତିରେ ‘ଫାର୍ମାସି ଅଫ୍ ୱାର୍ଲ୍ଡ’ ଭାବରେ ଭାରତ ନିଜ ଗୋଡରେ ଠିଆ ହୋଇଛି। ମଜଭୂତ୍ ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଏକ ସୁସ୍ଥ ବିଶ୍ଵର ସ୍ଵପ୍ନ ଦେଖୁଛି। ହାତରେ ହାତ ଓ କାନ୍ଧରେ କାନ୍ଧ ମିଶେଇ ମହାମାରୀକୁ ବିଲୋପ କରିବା ଭାରତର ପ୍ରାଥମିକ ଏଜେଣ୍ଡା। ତେଵେ ଟୀକାକରଣ ତଥା ଏହି କୋରୋନା ରୋଗର ପ୍ରଭାବଶାଳୀ ଚିକିତ୍ସା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମରେ ସକ୍ରିୟ ଭାବରେ ସହଯୋଗ କରୁଛି।

ବିଶ୍ୱସ୍ତରୀୟ ଯୋଗଦାନକୁ ପୂର୍ଣ୍ଣ ସମର୍ଥନ ମଧ୍ୟ ପ୍ରଦାନ କରୁଛି। ଆମର “ଵସୁଧୈବ କୁଟୁମ୍ବକମ୍” ର ପରମ୍ପରାକୁ ପାଳନ କରି, ବିଶ୍ୱକୁ ଏକ ବଡ ପରିବାର ଭଳି ଅନୁଭଵ କରୁଛି ଭାରତ ବୋଲି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ୍ କହିଛନ୍ତି। ଏହି ରୋଗର ମୁକାବିଲା ପାଇଁ ଭାରତ 120 ରୁ ଅଧିକ ଦେଶକୁ ବିନା ସର୍ତ୍ତରେ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଛି।

ଯେଉଁଥିରୁ 43 ଟି ଦେଶ ଏହାକୁ ଅନୁଦାନ ଭାବରେ ଗ୍ରହଣ କରିଛନ୍ତି। ଏଥିସହ, 10 ମିଲିୟନ୍ ଡଲାରର କୋଭିଡ୍-19 ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରାଯାଇଛି ଏବଂ ଆମ ପଡ଼ୋଶୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ, ଯନ୍ତ୍ରପାତି ଏବଂ ମାନବିକ ସହାୟତା ଯୋଗାଇବା ପାଇଁ ଏଯାଵତ୍ ବ୍ୟବହାର କରାଯାଉଛି। ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କରି ଆମେ ଆମର ଡାକ୍ତରୀ ଏବଂ ଜନସ୍ୱାସ୍ଥ୍ୟ ଜ୍ଞାନ ଏବଂ ଦକ୍ଷତା ମଧ୍ୟ ସେମାନଙ୍କ ସହ ବାଣ୍ଟୁଛୁ। ଏବଂ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କରି ଜନସ୍ୱାସ୍ଥ୍ୟ ଦକ୍ଷତା ସୁବିଧା ଉପଲବ୍ଧ କରାଉଛୁ ବୋଲି ମନ୍ତ୍ରୀ ଗୋଏଲ୍ ସ୍ପଷ୍ଟ କରିଛନ୍ତି।

କୋଭିଡ୍-19 ମହାମାରୀ ମଧ୍ୟରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ, ଚିକିତ୍ସା ଏବଂ ଟିକା ପାଇବାକୁ ସୁନିଶ୍ଚିତ କରିବାକୁ G-20 ଦେଶଗୁଡ଼ିକୁ ଆହ୍ଵାନ ଦେଇଛି ଭାରତ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଦ୍ୱିତୀୟ G20 ଭର୍ଚୁଆଲ୍ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ G20 ସଦସ୍ୟମାନଙ୍କୁ ପ୍ରଥମେ ତୁରନ୍ତ ଏବଂ ଠୋସ୍ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଯାହା ଦ୍ଵାରା ସମଗ୍ର ବିଶ୍ୱରେ ଲୋକମାନେ ସମ୍ମୁଖୀନ ହେଉଥିବା ଦୁ଼ଃଖ ଦୁର୍ଦ୍ଦଶା ଦୂର ହୋଇପାରିବ।

ତେଵେ ଏହି ଭୟଙ୍କର ଅଦୃଶ୍ୟ ପରିସ୍ଥିତିରେ ଏକତା ଏବଂ ଏକ ସନ୍ତୁଳିତ ଋଣନୀତି କୋରୋନାକୁ ହରାଇ ପାରିବ। ଏହି ସମୟରେ ସମସ୍ତ ଦେଶ ପାଇଁ ଏକ ପ୍ରାଥମିକତା ହେଉଛି ମୂଲ୍ୟବାନ ଜୀବନ ବଞ୍ଚାଇବା। ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ, ଚିକିତ୍ସା ଏବଂ ଟୀକାକରଣକୁ ସୁନିଶ୍ଚିତ କରିବା ପାଇଁ ଭାରତ ନିଜକୁ ତୟାର୍ ରଖିଛି। ତେଵେ ଯେଉଁଠାରେ ଭାରତ ଅଧିକ ଉପଲବ୍ଧି କରିବ ଯେ, ସେଠାରେ ଡାଇଗ୍ନୋଷ୍ଟିକ୍ ଏବଂ ପ୍ରତିରକ୍ଷା ଉପକରଣ ଏବଂ ସ୍ୱାସ୍ଥ୍ୟସେବା, ପ୍ରଫେସନାଲ ଜରୁରୀ-ସେଠାରେ ତୁରନ୍ତ ଏସଵୁ ଯୋଗାଇବାକୁ ବ୍ୟବସ୍ଥା କରିବ ବୋଲି ବୈଠକରେ ସ୍ଥିର ହୋଇଛି।

ଅନ୍ୟପକ୍ଷରେ ଗତ କିଛି ମାସ ମଧ୍ୟରେ ଆମେ ଆମ ଦେଶକୁ ପରିବର୍ତ୍ତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଏଜେଣ୍ଡା ଆରମ୍ଭ କରିଛୁ ବୋଲି ବୈଠକରେ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ଗଣତନ୍ତ୍ରର ବିଶାଳ ଜନସଂଖ୍ୟା ବିଭାଜନ ଏବଂ 1.3 ବିଲିୟନ ଭାରତୀୟଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପାଇଁ ଥିବା ଚାହିଦାକୁ ପୂରଣ କରାଯାଉଛି। ଆମର ନିଶ୍ଚିତ ଯେ ଆମର ଜିଡିପିର ପ୍ରାୟ 10% ପରିମାଣର ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା କାର୍ଯ୍ୟକାରୀ ହେବା ପରେ ଆମେ ଅଧିକ ଶକ୍ତିଶାଳୀ ହେବୁ ବୋଲି ବୈଠକରେ ଭାରତ ପକ୍ଷରୁ କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.