ETV Bharat / international

ପ୍ରଥମ ଥର ମାସ୍କ ପିନ୍ଧିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ - covid-19

ବିଶ୍ବରେ ସବୁଠାରୁ ଅଧିକ କୋରୋନା ପ୍ରଭାବିତ ଆମେରିକା ହୋଇଛି । ଗତକାଲି ଦୈନିକ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ମହାମାରୀ ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ମାସ୍କ ପିନ୍ଧିନଥିବା ଆମେରିକା ରାଷ୍ଟ୍ରପତି ଶେଷରେ ମାସ୍କ ପିନ୍ଧିଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ଥମ ମାସ୍କ ପିନ୍ଧିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

author img

By

Published : Jul 12, 2020, 8:22 AM IST

ୱାଶିଂଟନ: ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଡରାଇଲା କୋରୋନା ! ପ୍ରଥମ ଥର ମାସ୍କ ପିନ୍ଧି ନଜର ଆସିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମରୁ ମାସ୍କ ପିନ୍ଧିବାକୁ ବାରଣ କରୁଥିବା ଟ୍ରମ୍ପ ଶନିବାର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କର ମାସ୍କ ପିନ୍ଧିବାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରୁଥିଲେ ଟ୍ରମ୍ପ । ସାର୍ବଜନୀନ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବାକୁ ସେ ରୋକଠୋକ ମନା କରିଦେଉଥିଲେ । କିନ୍ତୁ ଶନିବାର ଏକ ହସ୍ପିଟାଲକୁ ଗସ୍ତ ଅବସରରେ ମାସ୍କ ପିନ୍ଧିଥିବା ନଜର ଆସିଥିଲେ ଟ୍ରମ୍ପ ।

ୱାଲ୍ଟର୍ ରିଡ ଗସ୍ତରେ ଯାଇ ସେଠାରେ ଆହତ ସୈନିକଙ୍କୁ ଦେଖା କରିଥିଲେ ଆମେରିକା ରାଷ୍ଟ୍ରପତି । ଏହି ସମୟରେ ସେ ମାସ୍କ ପିନ୍ଧିଥିଲେ । କୋରୋନାରେ ବିଶ୍ବରେ ସର୍ବାଧିକ ପ୍ରଭାବିତ ଆମେରିକା ହୋଇଛି । ଗତକାଲି ଦୈନିକ ସର୍ବାଧିକ ସଂକ୍ରମିତ ମାମଲା 71 ହଜାର ମାମଲା ରିପୋର୍ଟ କରାଯାଇଛି । ଏପରି ସ୍ଥିତିରେ ଦେଶରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି ।

ସେପଟେ ଏନେଇ ଟ୍ରମ୍ପ କହିଛନ୍ତି, ମୁଁ କେବେ ମଧ୍ୟ ମାସ୍କ ବିପକ୍ଷରେ ନୁହେଁ । ସମୟ ଓ ସ୍ଥାନ ଦେଖି ଏହା ବ୍ୟବହାର କରିବା ଉଚିତ । ଯେତେବେଳେ ଆପଣ ହସ୍ପିଟାଲ ଗସ୍ତ କରୁଛନ୍ତି ଓ ଅନେକ ଲୋକଙ୍କ ସହ ମିଶିବାର ଅଛି, ସେହି ସମୟରେ ମାସ୍କ ପିନ୍ଧିବା ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.