ETV Bharat / international

କ୍ୟାନ୍ସର ରୋଗୀଙ୍କୁ କୋରୋନା ହୋଇଥିଲେ ଫଳପ୍ରଦ ଇମ୍ୟୁନୋଥେରାପି - କୋରୋନା ଚିକିତ୍ସା

କ୍ୟାନ୍ସର ଆକ୍ରାନ୍ତମାନେ କୋରୋନା ଭୂତାଣୁ ଦ୍ବାରା ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଏମିତିରେ ଉଭୟ କ୍ୟାନ୍ସର ଓ କୋରୋନା ଦ୍ବାରା ସଂକ୍ରମିତଙ୍କ ଶରୀରରେ ଇମ୍ୟୁନୋଥେରାପିର କାର୍ଯ୍ୟକାରିତା ନେଇ ୟୁନିଭର୍ସିଟି ଅଫ ସିନସିନାଟିର ଗବେଷକ ଲାୟେନ ୱେଦରଫୋର୍ଡ ଏକ ଅଧ୍ୟୟନ କରିଥିଲେ ।

cancer and covid-19 patient, immunotherapy, immonotherapy to cancer and corona patient, corona treatment, health news, କ୍ୟାନ୍ସର ଓ କୋରୋନା ଆକ୍ରାନ୍ତ, ଇମ୍ୟୁନୋଥେରାପି, କ୍ୟାନ୍ସର ଓ କୋରୋନା ରେଗୀଙ୍କୁ ଇମ୍ୟୁନୋଥେରାପି, କୋରୋନା ଚିକିତ୍ସା, ସ୍ବାସ୍ଥ୍ୟ ଖବର
କ୍ୟାନ୍ସର ଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ଫଳପ୍ରଦ ଇମ୍ୟୁନୋଥେରାପି
author img

By

Published : Jul 21, 2020, 10:35 PM IST

ନ୍ୟୁୟର୍କ: ସାଧାରଣତଃ କ୍ୟାନ୍ସର ବା କର୍କଟ ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅନେକ କେମିକାଲ ଓ ଡ୍ରଗ୍ସ ଆଦିର ବ୍ୟବହାର ହୋଇଥାଏ । ଏମିତିରେ କ୍ୟାନ୍ସର ଚିକିତ୍ସା ପାଇଁ ଇମ୍ୟୁନୋଥେରାପିରେ ବେଶ ସକାରାତ୍କ ପ୍ରଭାବ ରହିଥିବା ଜଣାଯାଏ । ଏହି ଥେରାପିରେ ରୋଗୀଙ୍କର ଇମ୍ୟୁନ ସିଷ୍ଟମକୁ ନିୟନ୍ତ୍ରଣ କରାଯାଇ ଆବଶ୍କ ପରିମାଣର ଇମ୍ୟୁନ ବା ପ୍ରତିରୋଧକ ସେଲ ଶରୀରରେ ପ୍ରସ୍ତୁତ ହୋଇଥାଏ । ଏହି ନବନିର୍ମିତ ସେଲ ଗୁଡିକ ଶରୀରରେ କ୍ୟାନ୍ସର ରୋଗ ସହ ଲଢି ପ୍ରଭାବିତ ସେଲଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରେ ।

ତେବେ ଏକ ଅଧ୍ୟୟନରୁ ଦେଖାଯାଇଛି କି କ୍ୟାନ୍ସର ଆକ୍ରାନ୍ତମାନେ କୋରୋନା ଭୂତାଣୁ ଦ୍ବାରା ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଏମିତିରେ ଉଭୟ କ୍ୟାନ୍ସର ଓ କୋରୋନା ଦ୍ବାରା ସଂକ୍ରମିତଙ୍କ ଶରୀରରେ ଇମ୍ୟୁନୋଥେରାପିର କାର୍ଯ୍ୟକାରିତା ନେଇ ୟୁନିଭର୍ସିଟି ଅଫ ସିନସିନାଟିର ଗବେଷକ ଲାୟେନ ୱେଦରଫୋର୍ଡ ଏକ ଅଧ୍ୟୟନ କରିଥିଲେ । ସେ ଏହି ଅଧ୍ୟୟନରେ ଗବେଷକମାନେ କୋରୋନା ଓ କ୍ୟାନ୍ସର ପୀଡିତଙ୍କ ଶରୀରରେ ଇମ୍ୟୁନୋଥେରାପିର ପ୍ରଭାବ ଯାଞ୍ଚ କରିଥିଲେ ।

ମୁଖ୍ୟତଃ କୋରୋନା ଆକ୍ରାନ୍ତଙ୍କ ଶରୀରରେ ଦେଖାଯାଏ କି ସୁସ୍ଥ ପ୍ରତିରୋଧକ ଶକ୍ତି ଥିବା ଆକ୍ରାନ୍ତଙ୍କ ଶରୀରରେ ଏତେ ମାତ୍ରାରେ ପ୍ରତିରୋଧକ ବା ଇମ୍ୟୁନିଟି ସେଲ ପ୍ରସ୍ତୁତ ହୋଇଥାଏ ଯାହା ଶରୀରର ଅନ୍ୟ କାର୍ଯ୍ୟକାରିତା ଯଥା ଶ୍ବାସକ୍ରିୟାରେ କଷ୍ଟ ସୃଷ୍ଟି କରେ । ଏମିତିରେ ଯଦି ଇମ୍ୟୁନୋଥେରାପିର ବ୍ୟବହାର କରାଯାଇ ତେବେ ଏହାର ପ୍ରଭାବ କ’ଣ ଜାଣିବା ପାଇଁ ଗବେଷକମାନେ ଉତ୍ସୁକ ଥିଲେ ।

ସେମାନେ ଦେଖିଥିଲେ କି ଏହା ଶରୀରରେ ସେପରି କୌଣସି ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରୁ ନାହିଁ । ବରଂ ଏହା ଉଭୟ କୋରୋନା ଓ କ୍ୟାନ୍ସର ଦ୍ବାରା ଆକ୍ରାନ୍ତଙ୍କ ଚିକିତ୍ସାର ସହାୟକ ହେଉଛି । ଏନେଇ ଅନ୍ୟ ଜଣେ ଗବେଷକ ୱାଇଜ ଡ୍ରେପରଙ୍କ କହିବା ଅନୁଯାୟୀ ଆଗକୁ ଏହି ଦିଗରେ ପରୀକ୍ଷା ଓ ଅଧ୍ୟୟନ ଜାରି ରହିଛି । କିନ୍ତୁ ପ୍ରାଥମିକ ଫଳାଫଳ ସକାରାତ୍ମକ ରହିଛି । ଏଥିପାଇଁ ସିନସିନାଟି ୟୁନିଭର୍ସିଟିର ବାୟୋରେପୋସିଜିଟୋରୀ ଲ୍ୟାବରୁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.