ETV Bharat / international

ହୁଲୁ କମ୍ପାନୀର ନୂଆ ଫିଚର ୱାଚ୍ ପାର୍ଟି

author img

By

Published : May 30, 2020, 6:31 AM IST

ୱାଚ୍ ପାର୍ଟି ଦ୍ବାରା ନିଜ ସାଙ୍ଗ କିମ୍ବା ପରିବାରଙ୍କ ସହ ଆପଣ ଏକାଠି ଏକ ଫିଲ୍ମ ଅବା ଶୋ ଦେଖିପାରିବେ । ଏହାସହ ମୁଭି ଦେଖିବାବେଳେ ଆପଣ ଚାଟ୍ ମଧ୍ୟ କରିପାରିବେ । ଅଧିକ ପଢନ୍ତୁ...

ହୁଲୁ କମ୍ପାନୀର ନୂଆ ଫିଚର ୱାଚ୍ ପାର୍ଟି
ହୁଲୁ କମ୍ପାନୀର ନୂଆ ଫିଚର ୱାଚ୍ ପାର୍ଟି

କାଲିଫର୍ଣ୍ଣିଆ: ଆମେରିକାର ଅନଲାଇନ ଷ୍ଟ୍ରିମିଂ ଆପ୍ ହୁଲୁ ପକ୍ଷରୁ ଏକ ନୂଆ ଫିଚର ବାହାରିଛି । ଦର୍ଶକଙ୍କ ପାଇଁ ଏକ ୱାଚ୍ ପାର୍ଟି ଫିଚର ବାହାର କରିଛି କମ୍ପାନୀ । ଏଥିରେ ୟୁଜର୍ସ ଗ୍ରୁପ ଷ୍ଟ୍ରିମିଂ କରିପାରିବେ ବୋଲି ଟିଭି ନେଟୱାର୍କ କମ୍ପାନୀ ସୂଚନା ଦେଇଛି ।

ଏହା ଅନୁସାରେ ଗୁରୁବାରଠାରୁ ଏହି ଫିଚର କାର୍ଯ୍ୟକାରୀ ହୋଇଛି । ୱାଚ୍ ପାର୍ଟି ଦ୍ବାରା ନିଜ ସାଙ୍ଗ କିମ୍ବା ପରିବାରଙ୍କ ସହ ଆପଣ ଏକାଠି ଏକ ଫିଲ୍ମ ଅବା ଶୋ ଦେଖିପାରିବେ । ଏହାସହ ମୁଭି ଦେଖିବାବେଳେ ଆପଣ ଚାଟ୍ ମଧ୍ୟ କରିପାରିବେ । ଡାହାଣ ପଟେ ଏଥିପାଇଁ ଏକ ଟେକ୍ସଟ ଚାଟ୍ ଅପସନ ଆସିବ । ପ୍ରଥମ ଥର ପାଇଁ କୌଣସି କମ୍ପାନୀ ଏପରି ଫିଚର ବାହାର କରିଛି । ଅଲଗା ଅଲଗା ଥିଲେ ମଧ୍ୟ ଏକାଠି ଗୋଟିଏ ଶୋ ଦେଖିବା ସହ ଚାଟ୍ ମଧ୍ୟ କରିପାରିବେ । ତେବେ ୱାଚ୍ ପାର୍ଟିରେ ଭିଡିଓ କିମ୍ବା ଭଏସ ଚାଟ୍ ନାହିଁ ।

ତେବେ ଏହା ଏବେ କେବଳ ଗୋଟିଏ ୱେବ ବ୍ରାଉଜରରେ ହୁଲୁ ଡଟ୍ କମରେ ଉପଲବ୍ଧ ହେବ । ଏଥିପାଇଁ ଜଣେ ୟୁଜର୍ସଙ୍କୁ ଆଡ୍ ଫ୍ରି ହୁଲୁ ଆକାଉଣ୍ଟ ଥିବା ଦରକାର । ଫଳରେ ଏବେ ଅଧିକାଂଶ ସବସ୍କ୍ରାଇବର ଯେଉଁମାନେ ଆଡ୍ ପ୍ଲସ ସହ ଶସ୍ତାରେ ହୁଲୁ ଆକାଉଣ୍ଟ ଖୋଲିଛନ୍ତି ସେମାନେ ଏହାକୁ ଦେଖିପାରିବେ ନାହିଁ । ଏହା ଏପରି ସମୟରେ ବାହାରିଛି ଯେତେବେଳେ ଷ୍ଟ୍ରିମିଂ ଆପ୍ ପ୍ରତି ଅଧିକ ଲୋକ ଉତ୍ସାହ ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.