ETV Bharat / international

‘ଟ୍ରମ୍ପ ଜାଣନ୍ତୁ ଅବା ନଜାଣନ୍ତୁ, ସେ ହ୍ବାଇଟ ହାଉସ ଛାଡିବେ’ - ହ୍ବାଇଟ ହାଉସ ଛାଡିବେ ଟ୍ରମ୍ପ

ଆମେରିକାରେ ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ମଙ୍ଗଳବାର ଟ୍ରମ୍ପଙ୍କୁ ନେଇ ନିଜ ମତ ଦେଇଛନ୍ତି ବରିଷ୍ଠ ରାଜନୀତିଜ୍ଞ ତଥା ଗୃହ ସଚିବ ନାନସୀ ପେଲୋସୀ । ତାଙ୍କ କହିବା ଅନୁଯାୟୀ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ପୂର୍ବରୁ ଟ୍ରମ୍ପ ଜାଣିବା ଦରକାର କି ତାଙ୍କୁ ହ୍ବାଇଟ ହାଉସରୁ ଯିବାକୁ ହେବ ।

white house, trump to leave white house, speaker pelosi targets trump, american presidential election, ହ୍ବାଇଟ ହାଉସ, ହ୍ବାଇଟ ହାଉସ ଛାଡିବେ ଟ୍ରମ୍ପ, ଟ୍ରମ୍ପଙ୍କୁ ବାଚସ୍ପତି ପେଲୋସୀଙ୍କ ଟାର୍ଗେଟ, ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ
‘ଟ୍ରମ୍ପ ଜାଣନ୍ତୁ ଅବା ନଜାଣନ୍ତୁ, ସେ ହ୍ବାଇଟ ହାଉସ ଛାଡିବେ’
author img

By

Published : Jul 21, 2020, 9:56 PM IST

ୱାଶିଂଟନ: ଆମେରିକାରେ ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ମଙ୍ଗଳବାର ଟ୍ରମ୍ପଙ୍କୁ ନେଇ ନିଜ ମତ ଦେଇଛନ୍ତି ବରିଷ୍ଠ ରାଜନୀତିଜ୍ଞ ତଥା ଗୃହ ସଚିବ ନାନସୀ ପେଲୋସୀ । ତାଙ୍କ କହିବା ଅନୁଯାୟୀ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ପୂର୍ବରୁ ଟ୍ରମ୍ପ ଜାଣିବା ଦରକାର କି ତାଙ୍କୁ ହ୍ବାଇଟ ହାଉସରୁ ଯିବାକୁ ହେବ । ଏପରି ମତାମତ ଦେଇ ପେଲୋସି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏନେଇ ଅନେକ ତର୍କ ବିତର୍କ ମଧ୍ୟ ଆରମ୍ଭ ହୋଇଛି ।

ମଙ୍ଗଳବାର ଏପରି ମନ୍ତବ୍ୟ ଦେଇ ପେଲୋସୀ କହିଛନ୍ତି କି ହ୍ବାଇଟ ହାଉସ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ସମ୍ପତ୍ତି ନୁହେଁ । ନା ଏଠାରେ ସେ ଚିର ସ୍ଥାୟୀ । ହ୍ବାଇଟ ହାଉସରେ ଜନନେତାଙ୍କ ରହଣୀ ପାଇଁ ଏକ ପ୍ରକ୍ରିୟା ରହିଛି । ସାମ୍ବିଧାନିକ ପ୍ରଣାଳୀ ଓ ନିର୍ବାଚନ ପରେ ହିଁ ଜଣଙ୍କ ହ୍ବାଇଟ ହାଉସରେ ଏକ ନିର୍ଦ୍ଧିଷ୍ଟ ଅବଧି ପାଇଁ ରହିବାକୁ ହୁଏ । ସେହି ଅବଧି ପୁଣି ଶେଷ ବି ହୁଏ । ସେପଟେ ପେଲୋସୀଙ୍କ ଏପରି ମତ ଦେବାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ କି ଆସନ୍ତା ନଭେମ୍ବର 3ରେ ହେବାକୁ ନିର୍ବାଚନର ଫଳାଫଳ ଗ୍ରହଣ କରିବାକୁ ସେ ରାଜି ନାହାନ୍ତି ।

ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ନେଇ ପେଲୋସୀ ସମସ୍ତ ମତଦାତା ଓ ସମ୍ବିଧାନିକ ପ୍ରଣାଳୀକୁ ପରାମର୍ଶ ଦେଇ କହିଛନ୍ତି କି 2021 ବର୍ଷରେ ଟ୍ରମ୍ପ ହ୍ବାଉଟ ହାଉସରୁ ବିଦା ହେବା ଦରକାର । ତେଣୁ ଏନେଇ ଟ୍ରମ୍ପ ଜାଣନ୍ତୁ ଅବା ନଜାଣନ୍ତୁ, ସେ ହ୍ବାଇଟ ହାଉସ ଛାଡୁଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପେଲୋସୀ । ସେ ଏହା ମଧ୍ୟ କହିଛନ୍ତି କି ଟ୍ରମ୍ପ ହ୍ବାଇଟ ହାଉସରୁ ଯିବାକୁ ଚାହୁଁ ନାହାନ୍ତି, ଏହାର ଅର୍ଥ ନୁହେଁ କି ସେ କେବେ ଏଠାରୁ ବାହାରିବେ ନାହିଁ କି ନୂଆ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ ନାହିଁ ।

ତେବେ ପେଲୋସୀଙ୍କ ଏପରି ମତ କିଛି ପୂର୍ବାନୁମାନ ରିପୋର୍ଟ ପ୍ରକାଶ ପାଇବା ପରେ ଦିଆଯାଇଥିବା ଆକଳନ କରାଯାଉଛି । ଏହି ରିପୋର୍ଟ ମୁତାବକ ପ୍ରତିଦ୍ବନ୍ଦୀ ଜୋ ବିଡେନଙ୍କଠାରୁ ଟ୍ରମ୍ପ 15 ପଏଣ୍ଟ ପଛରେ ରହିଥିବା ଜଣା ପଡିଛି । ଜୁନ ମାସରୁ ଏପରି 9ଟି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରୁ 7ଟିରେ ବିଡେନ ଦୁଇ ଅଙ୍କ ପଏଣ୍ଟ ବ୍ୟବଧାନରେ ଟ୍ରମ୍ପଙ୍କୁ କଡା ଟକ୍କର ଦେଉଥିବା ଦେଖାଯାଇଛି । ହେଲେ ଏସବୁ ରିପୋର୍ଟକୁ ଫେକ ବା ମିଛ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.