ETV Bharat / international

ଆମେରିକାରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ହେଲ୍ପଲାଇନ

author img

By

Published : Apr 21, 2020, 1:34 AM IST

କୋରୋନା ବିପତ୍ତି ସମୟରେ ବିଦେଶରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ଏମିତିରେ ଅତି ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଛାତ୍ରଛାତ୍ରଙ୍କ ପାଇଁ ଆମେରିକାସ୍ଥିତ ହିନ୍ଦୁ ଅନୁଷ୍ଠାନ ଲଞ୍ଚ କରିଛି ହେଲ୍ପ ଲାଇନ । ଅଧିକ ପଢ଼ନ୍ତୁ...

indian student in america, corona effct in america, helpline launched for indian students, corona update in america, ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀ, ଆମେରିକାରେ କୋରୋନା ପ୍ରଭାବ, ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ, ଆମେରିକାରେ କୋରୋନା ଅପଡେଟ
ଆମେରିକାରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ହେଲ୍ପଲାଇନ

ୱାଶିଂଟନ: କୋରୋନା ବିପତ୍ତି ସମୟରେ ବିଦେଶରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ପ୍ରାୟ 2,50,000 ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ଆମେରିକାନ ୟୁନିଭର୍ସିଟିରେ ପଢୁଥିବା ବେଳେ କୋରୋନା ପାଇଁ କେତେକ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରି ନିଜ ଆବାସ ନିଜେ ଠିକ କରିବା ପାଇଁ କହିଥିଲେ । ଏମିତିରେ ଅତି ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଛାତ୍ରଛାତ୍ରଙ୍କ ପାଇଁ ଆମେରିକାସ୍ଥିତ ହିନ୍ଦୁ ଅନୁଷ୍ଠାନ ଲଞ୍ଚ କରିଛି ହେଲ୍ପ ଲାଇନ ।

‘କୋଭିଡ-19 ଷ୍ଟୁଡେଣ୍ଟ ସପୋର୍ଟ ନେଟୱାର୍କ’ ନାମକ ଏହି ହେଲ୍ପଲାଇନ ହେଉଛି ହିନ୍ଦୁ ଯୁବା, ଭାରତୀୟ, ବିବେକାନନ୍ଦ ହାଉସ ଓ ସେବା ଅନ୍ତର୍ଜାତୀୟ ଆଦି ଅନୁଷ୍ଠାନର ଏକ ମିଳିତ ସାହାଯ୍ୟ । ଏହି ହେଲ୍ପଲାଇନରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନମ୍ବର ଦିଆଯାଇଛି । ଯେଉଁଥିରେ ସେମାନ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ନିବେଦନ କରିପାରିବେ । ହଠାତ୍‌ ହଷ୍ଟେଲ ଖାଲି କରାଯିବାରୁ ଅନେକ ଛାତ୍ରଛାତ୍ରୀ ଘର ଅଭାବରୁ ଏଣେତେଣେ ଜୀବନ କାଟୁଛନ୍ତି ।

ତେବେ ଆବଶ୍ୟକସ୍ଥଳେ ସେହି ଛାତ୍ରଛାତ୍ରୀମାନଙ୍କୁ ରହିବା ପାଇଁ ଛାତ ଯୋଗଇବାକୁ ହେଲ୍ପଲାଇନ ଜରିଆରେ ଆବେଦନ କରିହେବ । ଆବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ମଧ୍ୟ ଏହି ହେଲ୍ପଲାଇନ ଦ୍ବାରା ଆବଶ୍ୟକଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତେବେ ହେଲ୍ପଲାଇନରେ ଥିବା ଏକ୍ସପର୍ଟମାନେ ଛାତ୍ରଛାତ୍ରୀଙ୍କୁ ଇମିଗ୍ରେସନ ବା ଦେଶ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମଧ୍ୟ ସାହାଯ୍ୟ କରିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.