ETV Bharat / international

ଘରେ ବସି ‘ଗ୍ରୋ ୱିଥ ଗୁଗୁଲ ଅନଏୟାର’ରେ ଶିଖନ୍ତୁ ଡିଜିଟାଲ ସ୍କିଲ - ଗୁଗୁଲ

କୋରୋନା ପ୍ରକୋପରେ ଅଧିକାଂଶ ଲୋକେ ବର୍ତ୍ତମାନ ଘରେ ବସି ରହିଥିବା ବେଳେ ଅନେକ ଲୋକେ ଯେଉଁମାନେ ଚାକିରୀ ସନ୍ଧାନରେ ରହିଥିଲେ ସେମାନେ ହୋଇପଡିଛନ୍ତି ହତାଶ । ଏମିତିରେ ଘରେ ବସି କିଛି ଶିଖିବା ପାଇଁ ଗୁଗୁଲ ଲଞ୍ଚ କରିଛି ‘ଗ୍ରୋ ୱିଥ ଗୁଗୁଲ ଅନଏୟାର’ ।

grow with google onair, grow with google, google, digital skill traning, ଗ୍ରୋ ୱିଥ ଗୁଗୁଲ ଅନଏୟାର, ଗ୍ରୋ ୱିଥ ଗୁଗୁଲ, ଗୁଗୁଲ, ଡିଜିଟାଲ ସ୍କିଲ ଟ୍ରେନିଂ
ଘରେ ବସି ‘ଗ୍ରୋ ୱିଥ ଗୁଗୁଲ ଅନଏୟାର’ରେ ଶିଖନ୍ତୁ ଡିଜିଟାଲ ସ୍କିଲ
author img

By

Published : May 12, 2020, 6:55 AM IST

ସାନ ଫ୍ରାନ୍ସିସ୍କୋ: ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାବାସୀଙ୍କ ପାଇଁ ଗୁଗୁଲ ଆଣିଛି ନୂଆ ଅବସର । ବର୍ତ୍ତମାନ କୋରୋନା ପ୍ରକୋପରେ ଅଧିକାଂଶ ଲୋକେ ବର୍ତ୍ତମାନ ଘରେ ବସି ରହିଥିବା ବେଳେ ଅନେକ ଲୋକେ ଯେଉଁମାନେ ଚାକିରୀ ସନ୍ଧାନରେ ରହିଥିଲେ ସେମାନେ ହୋଇପଡିଛନ୍ତି ହତାଶ । ପ୍ରଥମେ ଚାକିରୀକୁ ନେଇ ଏତେ ପ୍ରତିଯୋଗିତ ରହିଥିବା ବେଳେ ଏବେ ପୁଣି କୋରୋନା ପାଇଁ ବଢିଛି ମାର୍କେଟରେ ପ୍ରତିଯୋଗିତା । ଅଳ୍ପ ସ୍ଥାନ ପାଇଁ ବଢିଚାଲିଛି ଆଗ୍ରହୀଙ୍କ ସଂଖ୍ୟା । ଏମିତିରେ ଘରେ ବସି ସମୟ ବରବାଦ ନକରି ଏହାକୁ କିଛି ଶିକ୍ଷଣୀୟ କାର୍ଯ୍ୟରେ ଲଗାନ୍ତୁ ।

ଏଥିପାଇଁ ଗୁଗୁଲ ଲଞ୍ଚ କରିଛି ‘ଗ୍ରୋ ୱିଥ ଗୁଗୁଲ ଅନଏୟାର’ । ଏହି ଅନଲାଇନ ଲର୍ଣ୍ଣିଂ ଆପ୍‌ ଜରିଆରେ ଆମେରିକା ଓ କାନାଡାବାସୀ ଘରେ ବସି ବିଭିନ୍ନ ଡିଜିଟାଲ ସ୍କିଲ ଶିଖିପାରିବେ । ସୋମବାର ଏହାର ଲଞ୍ଚିଂ ନେଇ ଘୋଷଣା କରିଛନ୍ତି ଗ୍ରୋ ୱିଥ ଗୁଗୁଲ ନିର୍ଦ୍ଦେଶକ ଜେସେ ହୈନ୍ସ । ପୂର୍ବରୁ 2017ରେ ଏହାର ଅଫଲାଇନ ଭର୍ସିନ ଲଞ୍ଚ ହୋଇଥିବା ବେଳେ ଏହି ସର୍ଭିସର ଏଯାବତ୍‌ 4 ମିଲିୟନ ଲୋକେ ଲାଭ ଉଠାଇଛନ୍ତି । ତେବେ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା ।

ସେ ଛୋଟ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟକ୍ତି ହୁଅନ୍ତୁ ଅବା ଚାକିରୀ ସନ୍ଧାନରେ ଥିବା ଲୋକେ, ଏହି ଆପ୍‌ ଜରିଆରେ ଲୋକେ ବିଭିନ୍ନ ଡିଜିଟାଲ ସ୍କିଲ ଶିଖିବା ସହ ନିଜ ଆୟ ମଧ୍ୟ ବଢାଇପାରିବେ । ଏଥିରେ ଡିଜିଟାଲ ସ୍କିଲ ଟ୍ରେନିଂ ଓ କ୍ୟାରିଅର ଏକ୍ସପର୍ଟଙ୍କ ସହ ଇଣ୍ଟରଭ୍ୟୁ ପରି ସୁବିଧା ଲୋକେ ସହଜରେ ପାଇପାରିବେ । ତେବେ ଏହି ସର୍ଭିସ ଦ୍ବାରା ଆୟୋଜନ ହେଉଥିବା ଅନଲାଇନ ୱାର୍କସପ ପରେ ଲୋକେ ନିଜ ନାମକୁ ରେଜିଷ୍ଟର କରିପାରିବେ । ପରବର୍ତ୍ତୀ ସମୟରେ ସେମାନେ ବିଭିନ୍ନ ଅସୁବିଧା ନେଇ ଗୁଗୁଲ କର୍ମଚାରୀଙ୍କ ସହ ଆଲୋଚନା କରିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.