କାଲିଫର୍ଣ୍ଣିଆ: ମଲ୍ଟିନ୍ୟାସନାଲ କମ୍ପାନୀ ଗୁଗଲ ଜାତିଆଣ ବିରୋଧରେ ସ୍ବର ଉଠାଇଛି । ଜାତିଭେଦ ସମାନତାକୁ ଏହା ଗୁରୁତ୍ବ ଦେବା ସହ ସମର୍ଥନ ଦେଇଛି । ଏହାସହ ନିଜ ୱେବସାଇଟର ହୋମ୍ ପେଜରେ ଏହା ଏକ ମେସେଜ ଦେଇଛି ।
ସୋମବାର ୟୁଏସ ଗୁଗଲ ଓ ୟୁଟ୍ୟୁବର ହୋମ୍ ପେଜରେ ଗୁଗଲ ଜାତିଆଣ ସମର୍ଥନରେ ଏକ ମେସେଜ ସେୟାର କରିଛି । ଏହାସହ ଆମେରିକାରେ ଥିବା କଳା ସମ୍ପ୍ରଦାୟଙ୍କୁ ଏହା ସମର୍ଥନ କରିବା ସହ ସମବେଦନା ଜଣାଇଛି । ଟ୍ବିଟରରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏହା ଉପରେ ଏକ ମେସେଜ ଲେଖିଛନ୍ତି । ସେ କହିଛନ୍ତି ଯେ ଗୁଗଲ ଆମେରିକାରେ ଥିବା ବ୍ଲାକ୍ କମ୍ୟୁନିଟିକୁ ସମର୍ଥନ କରୁଛି ।
ଏହାସହ ଜର୍ଜ ଫ୍ଲେୟଡ୍, ବ୍ରେଓନ୍ନା ଟେଲର, ଅହମୌଦ୍ ଆରବେରୀଙ୍କ ସମର୍ଥନରେ ଏହା କମ୍ପାନୀ ଛିଡା ହୋଇଛି । ଗୁଗଲ ସେମାନଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସାଙ୍ଗରେ ଅଛି । କମ୍ପାନୀ ପକ୍ଷରୁ ଏହା ଜଣାଯାଉଛି ଯେ ଯିଏ ବି ଏକା, କ୍ରୋଧିତ, ଭୟଭୀତ, ଦୁଃଖିତ ବୋଲି ମନେ କରୁଛି ଏବଂ ସ୍ବର ଉଠାଇବାର ସାହାସ ଜୁଟାଇ ପାରୁନି ସେମାନଙ୍କ ସହ ଗୁଗଲ ଛିଡା ହୋଇଛି ବୋଲି ପିଚାଇ ଲେଖିଛନ୍ତି ।
ଏପରି ଟ୍ବିଟ୍ ସହ ଗୁଗଲ ହୋମ ପେଜର ଏକ ଫଟୋ ସେୟାର କରିଛନ୍ତି ପିଚାଇ । ଏଥିରେ ତଳ ପାର୍ଶ୍ବରେ ଏକ ବ୍ଲାକ୍ ରିବନ ଅଛି ଏବଂ ଲେଖାହୋଇଛି ଜାତିଆଣ ସମାନତାକୁ ଆମେ ସମର୍ଥନ କରୁ । ପ୍ରକାଶ ଥାଉ କି ନିକଟରେ ଏକ ଭିଡିଓ ଭାଇରାଲ ହେବା ପରେ ଗୁଗଲ ଏହି ପଦକ୍ଷେପ ନେଇଛି । ଏଥିରେ ଜଣେ ଆଫ୍ରିକୀୟ-ଆମେରିକୀୟ ଲୋକ ଜର୍ଜ ଫ୍ଲେୟଡର ବେକରେ ନିଜ ଆଣ୍ଠୁ ରଖି ତାହାର ମୁହଁକୁ ମାଟିରେ 8 ମିନିଟ୍ ଯାଏଁ ପୋତି ରଖିଥିଲେ ଜଣେ ପୋଲିସ ଅଫିସର ।
କୌଣସି ଏକ ଘଟଣାରେ ଫ୍ଲେୟଡକୁ ଗିରଫ କରିଥିଲେ 4 ଜଣ ପୋଲିସ ଅଫିସର । ଏହାପରେ ତାହା ଉପରେ ଅତ୍ୟାଚାର କରିଥିଲେ । ତେବେ ହସ୍ପିଟାଲରେ ଫ୍ଲେୟଡର ମୃତ୍ୟୁ ହେବା ପରେ ଆମେରିକାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକ ବିପୁଳ ସଂଖ୍ୟାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ 4 ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ରହିଛି ।