ETV Bharat / international

ବିଶ୍ବରେ 3.3 କୋଟି କୋରୋନା ସଂକ୍ରମିତ, ଶୋଚନୀୟ ସ୍ଥିତିରେ ଆମେରିକା ପରେ ଭାରତ

କୋରୋନା କାୟାରେ କଲବଲ ମାନବ ସମାଜ। ଭାଇରସ ଛୁଇଁଲେ ମଣିଷ ହେଉଛି ଅଛୁଆଁ ଓ ଅଲୋଡା । ବିଶ୍ବରେ କୋରୋନା ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାଇରସ ଯୋଗୁଁ ଶୁକ୍ରବାର ସକାଳ ୬ଟା ସୁଦ୍ଧା ୩ କୋଟି ୩ ଲକ୍ଷ ୩୩ ହଜାର ୯୧୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୫୦ ହଜାର ୧୩୯ ଜଣଙ୍କର ମୃତ୍ୟୁ ହୋଇଛି ।

author img

By

Published : Sep 18, 2020, 10:52 AM IST

ବିଶ୍ବରେ 3.3 କୋଟି ସଂକ୍ରମିତ, ଶୋଚନୀୟ ସ୍ଥିତିରେ ଆମେରିକା ପରେ ଭାରତ

ନୂଆଦିଲ୍ଲୀ: କୋରୋନା କାୟାରେ କଲବଲ ମାନବ ସମାଜ। ଭାଇରସ ଛୁଇଁଲେ ମଣିଷ ହେଉଛି ଅଛୁଆଁ ଓ ଅଲୋଡା। ବିଶ୍ବରେ କୋରୋନା ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାଇରସ ଯୋଗୁଁ ଶୁକ୍ରବାର ସକାଳ ୬ଟା ସୁଦ୍ଧା ୩ କୋଟି ୩ ଲକ୍ଷ ୩୩ ହଜାର ୯୧୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୫୦ ହଜାର ୧୩୯ ଜଣଙ୍କର ମୃତ୍ୟୁ ହୋଇଛି ।

ମୋଟ ୨ କୋଟି ୨୦ ଲକ୍ଷ ୨୧ ହଜାର ୯୨୦ ଜଣ ସୁସ୍ଥ ହୋଇଥିବା ବେଳେ ୭୩ ଲକ୍ଷ ୬୧ ହଜାର ୮୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ସକ୍ରିୟଙ୍କ ମଧ୍ୟରୁ ୬୧ ହଜାର ୩୪୬ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

ତେବେ ଦେଶରେ କୋରୋନା ପରିସ୍ଥିତି ଉତ୍କଟ ହେଉଥିବା ବେଳେ ଦ୍ବିତୀୟରୁ ପ୍ରଥମ ସ୍ଥାନକୁ ପହଁଞ୍ଚିବାକୁ ଆଉ ମାତ୍ର ଅଳ୍ପଦିନର ଅପେକ୍ଷା। ଆମେରିକା ସହ କଡ୍ଡା ଟକ୍କର ଦେଇ ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମଣ। ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ୬୮ ଲକ୍ଷ ୭୪ ହଜାର ୧୩୯ରେ ପହଞ୍ଚିଛି । ଏଥିରୁ ୨ ଲକ୍ଷ ୨ ହଜାର ୧୯୫ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ ମାର୍କରେ ପହଁଞ୍ଚିଛି। ଦିନକରେ 24 ଘଣ୍ଟା ମଧ୍ୟରେ ଦେଶରେ 96,424 ନୂଆ ମାମଲା ଚିହ୍ନଟ ହୋଇଛି। ସମାନ ସମୟରେ 24 ଘଣ୍ଟାରେ 1174 ଲୋକଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦେଇଛି।

ସେହିପରି ବିଶ୍ବର ଅନ୍ୟ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ବ୍ରାଜିଲରେ 44 ଲକ୍ଷ 57 ହଜାର 443 ସଂକ୍ରମିତ ରହିଥିବା ବେଳେ ଋଷ 10 ଲକ୍ଷ 85 ହଜାର 281 ଆକ୍ରାନ୍ତ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.