ଲକ୍ଷ୍ନୌ: ବାଇକରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆମେରିକାର ବବସନ କଲେଜରେ ପଢୁଥିବା ଭାରତୀୟ ଛାତ୍ରୀ। ସୋମବାର ଏହି ଦୁଃଖଦ ଘଟଣା ଘଟିଯାଇଛି। ତେବେ ଛାତ୍ରୀ ଜଣକ ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗରର ବାସିନ୍ଦା। ସେ 4 କୋଟିର ବୃତ୍ତି ପାଇବା ପରେ ଆମେରିକାରେ ଅଧ୍ୟୟନ କରୁଥିଲେ।
ଡେରୀ ସ୍କନର ନିବାସୀ ସୁଦୀକ୍ଷା ନିଜର ଦାଦାଙ୍କ ସହିତ ସିକନ୍ଦରାବାଦ (ବୁଲନ୍ଦସହର) ମାମୁଁଙ୍କୁ ଭେଟିବାକୁ ଯାଉଥିଲେ । ରାସ୍ତାରେ ତାଙ୍କର ସ୍କୁଟିକୁ ଜଣେ ବୁଲେଟ ଆରୋହୀ ଶକ୍ତ ଧକ୍କା ଦେବା ପରେ ସେ ଖସି ପଡି ମୃତ୍ୟୁ ବରଣ କରିଛନ୍ତି।
ସୁଦୀକ୍ଷା ଭାଟିଙ୍କ ସମ୍ପର୍କୀୟମାନେ ଗଣମାଧ୍ୟମକୁ କହିଛନ୍ତି, ସେ ଆସନ୍ତା ୨୦ ତାରିଖରେ ଆମେରିକା ଫେରିଯାଇଥାନ୍ତେ । ହେଲେ କୋରୋନା ସଂକ୍ରମଣ ଯୋଗୁଁ ସେ ଜୁନ ପ୍ରଥମ ସପ୍ତାହରେ ଆମେରିକାରୁ ଆସିଥିଲା । ସେ ନିଜର ମାମୁଁଙ୍କୁ ଭେଟିବା ଲାଗି ସୋମବାର ଦାଦା ସତ୍ୟେନ୍ଦ୍ର ଭାଟିଙ୍କ ସହିତ ଯାଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିବା ସହ ସୁଦୀକ୍ଷା ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ସତ୍ୟେନ୍ଦ୍ର ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ସୁଦୀକ୍ଷା ୨୦୧୮ର ସିବିଏସସି ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ଆଣିଥିଲେ । ଭଲ ନମ୍ବର ଆଣିଥିବାରୁ ତାଙ୍କୁ ଆମେରିକା ବବସନ କଲେଜରେ ୩.୮୩ କୋଟି ଟଙ୍କାର ଛାତ୍ରବୃତ୍ତି ମିଳିଥିଲା।