ETV Bharat / international

ଆଫଗାନିସ୍ତାନ ସଙ୍କଟ, ବ୍ରିଟିଶ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ଏସ.ଜୟଶଙ୍କର - FM Jaishankar

ଆଫଗାନିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାକୁ ଘଡିକି ଘଡି ବସୁଛି ବୈଠକ । ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟିଶ ପ୍ରତିପକ୍ଷ ଡୋମିନିକ ରାବଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ବିଟ୍ରିଶ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା

author img

By

Published : Aug 19, 2021, 12:57 PM IST

ନ୍ୟୁୟର୍କ: ଆଫଗାନିସ୍ତାନରେ ତାଲିବାନ ସଙ୍କଟ ଦେଖା ଦେଇଛି । ଦେଶକୁ ସଙ୍କଟରୁ ଉଦ୍ଧାର କରିବାକୁ ଘଡି କି ଘଡି ବସୁଛି ବୈଠକ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବ୍ରିଟିଶ ପ୍ରତିପକ୍ଷ ଡୋମିନିକ ରାବଙ୍କ ସହିତ ଆଲୋଚନା କରିଛନ୍ତି ।

ଆଫଗାନିସ୍ତାନ ସମସ୍ୟା ନେଇ ଅନେକ ଚ୍ୟାଲେଞ୍ଚ ସୃଷ୍ଟି ହୋଇଛି । ଏହାର ସମାଧାନ ପାଇଁ କି କି ଉନ୍ନୟନମୂଳକ ପଦକ୍ଷେପ ନିଆଯିବା ସେ ବିଷୟରେ ଆଲୋଚନା କରିଛନ୍ତି ଜୟଶଙ୍କର । ଜୟଶଙ୍କର ଚାରିଦିନିଆ ୟୁଏସ ଗସ୍ତରେ ଅଛନ୍ତି । ଡୋମିନିକ ରାବ ମଧ୍ୟ ଆଫଗାନିସ୍ତାନ ସଙ୍କଟ ନେଇ ୟୁଏସ ସଚିବ ବ୍ଲିନକେନଙ୍କ ସହିତ ଆଲୋଚନା କରିଛନ୍ତି ।

ପ୍ରକାଶ ଥାଉ କି ରବିବାର ତାଲିବାନ ଆତଙ୍କୀ ସଂଗଠନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ କବଜା କରିବା ପରେ ସବୁ କିଛି ଛାରଖାର ହୋଇଯାଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଆଫଗାନ ରାଷ୍ଟ୍ରପତି ମଧ୍ୟ ହାତ ଟେକି ଦେଇଛନ୍ତି । ଜୀବନ ବଞ୍ଚାଇବାକୁ ପ୍ରତିଟି ମୂହୁର୍ତ୍ତରେ ସଂଗ୍ରାମ କରୁଛନ୍ତି ଆଫଗାନିସ୍ତାନ ବାସୀ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି(ଗୁରୁବାର) ‘ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆନ୍ତର୍ଜାତୀୟ ଶାନ୍ତି ସୁରକ୍ଷା’ କିଭଳି ବିପଦରେ ତାହାର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ବିସ୍ତୃତ ତଥ୍ୟ ରଖିବେ । ଚଳିତ ମାସ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଛି । ଫଳରେ ଆଜି ହେବାକୁ ଥିବା ବୈଠକରେ ବୈଦେଶିକ ମନ୍ତ୍ରୀ ଅଧ୍ୟକ୍ଷତା କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.