ETV Bharat / international

ଜୋ ବାଇଡେନଙ୍କୁ ପ୍ରଥମ ଥର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ବିଦାୟୀ ଟ୍ରମ୍ପ ପ୍ରଥମ ଥର ବାଇଡେନ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 20, 2021, 11:57 AM IST

ଜୋ ବାଇଡେନଙ୍କୁ ପ୍ରଥମ ଥର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
ଜୋ ବାଇଡେନଙ୍କୁ ପ୍ରଥମ ଥର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ୱାଶିଂଟନ: ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏହି ଅବସରରେ ପ୍ରଥମ ଥର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକାଳର ଶେଷ ଦିନରେ ଟ୍ରମ୍ପ ଦେଶବାସୀଙ୍କୁ ଉଦବୋଧନ ଦେଇ ଭାବବିହ୍ବଳ ହୋଇପଡିଥିଲେ । ଟ୍ରମ୍ପ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ଶପଥ ସମାରୋହରେ ସାମିଲ ହେବେ ନାହିଁ ।

ଟ୍ରମ୍ପ ବିଦାୟ ନେବା ପୂର୍ବରୁ ଟ୍ରମ୍ପ ଗତ ଏକ ସପ୍ତାହ ଧରି ସର୍ବସାଧାରଣ ଆସିନଥିଲେ । ବିଦାୟୀ ସମାରୋହରେ ନିଜର ନିରବତାକୁ ଭାଙ୍ଗିଥିଲେ । ଏହି ସମୟରେ ସେ ପ୍ରଥମ ଥର ବାଇଡେନ ପ୍ରଶାସନର ସଫଳତା ପାଇଁ ଆମେରିକୀୟଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ ।

19 ମିନିଟର ପୂର୍ବ ରେକର୍ଡ ହୋଇଥିବା ଭିଡିଓରେ, ଟ୍ରମ୍ପ କ୍ୟାପିଟଲ ହିଲ ଦଙ୍ଗାକୁ ଦୃଢ ନିନ୍ଦା କରିଥିଲେ । ଆମେରିକା ଏକ ଅବର୍ଣ୍ଣନୀୟ, ଶାନ୍ତିପ୍ରେମୀ, ବିଶ୍ବସ୍ତ ଦେଶ । ତେଣୁ ଏଠି ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ରମ୍ପ କହିଥିଲେ ।

ଆମେରିକାର ଇତିହାସରେ ଅଧିକ ବୟସ୍କ ଭାବେ ଜୋ ବାଇଡେନ ଆଜି 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ତାଙ୍କ ସହ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଭାରତୀୟବଂଶଦ୍ଭୋବ କମଲା ହାରିସ(56) ଶପଥ ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.