ETV Bharat / international

ୟୁଜର୍ସଙ୍କୁ ସିକ୍ୟୁରିଟି ପଲିସି ଜଣାଇବ ଫେସବୁକର ଏହି ସ୍ବତନ୍ତ୍ର ପେଜ - ଫେସବୁକ ଲାଟେଷ୍ଟ ନ୍ୟୁଜ୍‌

ନିଜ ୟୁଜର୍ସଙ୍କୁ ଦୈନିକ ଅପଡେଟ ରଖିବା ପାଇଁ ଫେସବୁକ ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏନେଇ ଗୁରୁବାର ଘୋଷଣା କରି କମ୍ପାନୀ କହିଛି କି ଏହା କମ୍ପାନୀର ସିକ୍ୟୁରିଟି ପଲିସି ୟୁଜର୍ସଙ୍କୁ ବିସ୍ତୃତ ଭାବେ ବୁଝାଇବା ପାଇଁ ଏକ ସ୍ବତନ୍ତ୍ର ପେଜ ଡିଜାଇନ କରିଛି ।

new addition to facebook, special security page in facebook, facebook's special security page, facebook latest news, latest technology news, ଫେସବୁକରେ ନୂଆ ଆଡିସନ, ଫେସବୁକରେ ସିକ୍ୟୁରିଟି ପାଇଁ ସ୍ବତନ୍ତ୍ର ପେଜ, ସ୍ବତନ୍ତ୍ର ଫେସବୁକ ସିକ୍ୟୁରିଟି ପେଜ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ୟୁଜର୍ସଙ୍କୁ ସିକ୍ୟୁରିଟି ପଲିସି ଜଣାଇବ ଫେସବୁକର ଏହି ସ୍ବତନ୍ତ୍ର ପେଜ
author img

By

Published : Jun 19, 2020, 7:32 AM IST

ସାନଫ୍ରାନ୍ସିସ୍କୋ: ନିଜ ୟୁଜର୍ସଙ୍କୁ ଦୈନିକ ଅପଡେଟ ରଖିବା ପାଇଁ ଫେସବୁକ ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏନେଇ ଗୁରୁବାର ଘୋଷଣା କରି କମ୍ପାନୀ କହିଛି କି ଏହା କମ୍ପାନୀର ସିକ୍ୟୁରିଟି ପଲିସି ୟୁଜର୍ସଙ୍କୁ ବିସ୍ତୃତ ଭାବେ ବୁଝାଇବା ପାଇଁ ଏକ ସ୍ବତନ୍ତ୍ର ପେଜ ଡିଜାଇନ କରିଛି । ଏହି ପେଜରେ ସିକ୍ୟୁରିଟିକୁ ନେଇ ଏନେକ ଜଟିଳ ଓ ସାଧାରଣ ପ୍ରଶ୍ନର ସମାଧାନ ରହିଛି । ଯାହା ୟୁଜର୍ସଙ୍କୁ ସାହାଯ୍ୟ କରିବ ବୋଲି କମ୍ପାନୀ ଆଶା ରଖିଛି ।

ପୂର୍ବରୁ କମ୍ପାନୀ ସିକ୍ୟୁରିଟି ସମ୍ବନ୍ଧୀୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇସାରିଛି । ଯେଉଁଥିପାଇଁ କମ୍ପାନୀକୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡିଛି । ଗତ ବର୍ଷ ଜୁଲାଇରେ କମ୍ପାନୀ ଉପରେ ଆମେରିକୀୟ ଫେଡେରାଲ ଟ୍ରେଡ କମିଶନ(ଏଫଟିସି) 5 ବିଲିୟନ ଡଲାରର ଏକ ଫାଇନ ଚାର୍ଜ କରିଥିଲେ । କେମ୍ବ୍ରିଜ ଆନାଲିଟିକାଲ ସ୍କାଣ୍ଡାଲ ପାଇଁ କମ୍ପାନୀକୁ ପେନାଲଟି ଭୋଗିବାକୁ ପଡିଥିବା ବେଳେ ଏବେ ସତର୍କ ହୋଇଛି କମ୍ପାନୀ । ତେବେ ପଦକ୍ଷେପ ସ୍ବରୂପ ଆଡ ହୋଇଥିବ ଏହି ସ୍ବତନ୍ତ୍ର ପେଜରେ ସମସ୍ତ ସିକ୍ୟୁରିଟି ଡେଭେଲପମେଣ୍ଟକୁ ଅପଡେଟ କରାଯିବ । ଏଥିସହ ଏହାର ବିସ୍ତୃତ ବ୍ୟବହାର ମଧ୍ୟ କୁହାଯିବ । ଯାହା ୟୁଜର୍ସଙ୍କୁ କମ୍ପାନୀର ଅପଡେଟ ବୁଝିବାରେ ସାହାଯ୍ୟ କରିବ ।

ଏନେଇ ଫେସବୁକ କହିଛି କି କମ୍ପାନୀର ସମସ୍ତ ସିକ୍ୟୁରିଟି ଅପଡେଟ ଏବେ ନୂଆ ଭାବେ ପ୍ରସ୍ତୁତ ହୋଇଥିବା ପ୍ରାଇଭେସି କମିଟିକୁ ଅବଗତ କରାଯିବ । ଏହାପରେ ୟୁଜର୍ସ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏହି ସ୍ବାଧୀନ ତୃତୀୟ ପାର୍ଟିକୁ ଯୋଗାଯୋଗ କରି ନିଜ ଅସୁବିଧାର ସମାଧାନ ପାଇପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.