ETV Bharat / international

ବିଶ୍ବସ୍ତରୀୟ ଇଭେଣ୍ଟର ପୂର୍ବାନୁମାନ ସୂଚନା ଦେବ ଫେସବୁକର ଫୋରକାଷ୍ଟ ଆପ୍‌

author img

By

Published : Jun 26, 2020, 6:46 AM IST

ବିଶ୍ବରେ ମହାମାରୀରେ ପରିଣତ ହୋଇଛି କୋରୋନା ସଂକ୍ରମଣ । ଏହି ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ମୁଣ୍ଡ ଗଡିଥିବା ବେଳେ ଏହାର ପୂର୍ବାନୁମାନ ନେଇ ଜୋର ଧରିଛି ଚର୍ଚ୍ଚା । ଏମିତିରେ ଫେସବୁକ ଲଞ୍ଚ କରିବାକୁ ଯାଉଛି ଏକ ଏପରି ଆପ୍‌ ଯାହା କୋରୋନା ପରି ମହାମାରୀର ପୂର୍ବାନୁମାନ ଉପରେ ଆଲୋଚନା ପାଇଁ ଖୋଲିଛି ନୂଆ ପ୍ଲାଟଫର୍ମ ।

facebook latest news, facebook's new feature, facebook's forecaste feature, facebook's forecast app, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଫେସବୁକରେ ନୂଆ ଫିଚର, ଫେସବୁକର ଫୋରକାଷ୍ଟ ଫିଚର, ଫେସବୁକର ଫୋରକାଷ୍ଟ ଆପ୍‌
ବିଶ୍ବସ୍ତରୀୟ ଇଭେଣ୍ଟର ପୂର୍ବାନୁମାନ ସୂଚନା ଦେବ ଫେସବୁକର ଫୋରକାଷ୍ଟ ଆପ୍‌

ସାନ ଫ୍ରାନ୍ସିସ୍କୋ: ବିଶ୍ବରେ ମହାମାରୀରେ ପରିଣତ ହୋଇଛି କୋରୋନା ସଂକ୍ରମଣ । ଏହି ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ମୁଣ୍ଡ ଗଡିଥିବା ବେଳେ ଏହାର ପୂର୍ବାନୁମାନ ନେଇ ଜୋର ଧରିଛି ଚର୍ଚ୍ଚା । ଏମିତିରେ ଫେସବୁକ ଲଞ୍ଚ କରିବାକୁ ଯାଉଛି ଏକ ଏପରି ଆପ୍‌ ଯାହା କୋରୋନା ପରି ମହାମାରୀର ପୂର୍ବାନୁମାନ ଉପରେ ଆଲୋଚନା ପାଇଁ ଖୋଲିଛି ନୂଆ ପ୍ଲାଟଫର୍ମ । ଆଇଓଏସରେ ଲଞ୍ଚ ହେବାକୁ ଥିବା ଏହି ଆପ୍‌ ବିଶ୍ବସ୍ତରୀୟ ଇଭେଣ୍ଟକୁ ନେଇ କମ୍ୟୁନିଟି ଗଠନ କରିବ । ଏହି କମ୍ୟୁନିଟିର ସଦସ୍ୟମାନେ ଆଗକୁ ହେବାକୁ ଥିବା ଏପରି ଅନେକ ଇଭେଣ୍ଟ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ସହ ଭବିଷ୍ୟତ ସ୍ଥିତି ନେଇ ପୂର୍ବାନୁମାନ କରିପାରିବେ ।

ବର୍ତ୍ତମାନ ଏହି ଆପ୍‌ କେବଳ ଆମନ୍ତ୍ରଣ ଆଧାରିତ ବେଟା ଭର୍ସନରେ ସୀମିତ ରହିଛି । ଏନେଇ କମ୍ପାନୀ ସୂଚନା ଦେଇ କହିଛି କି ବିଭିନ୍ନ ଇଭେଣ୍ଟର ପୂର୍ବାନୁମାନକୁ ନେଇ ଗଠିତ କମ୍ୟୁନିଟି ଉପରେ କମ୍ପାନୀ ବିଶ୍ବାସ କରେ । ଏହା ନା ଯେ କେବଳ ଲୋକଙ୍କ ବିଭିନ୍ନ ସୂଚନା ଦେବାରେ ସକ୍ଷମ ବରଂ ଏହା ଅନଲାଇନ ପ୍ଲାଟଫର୍ମରେ ବିଭିନ୍ନ ବିଷୟ ଉପରେ ବାର୍ତ୍ତାଳାପକୁ ସଶକ୍ତ କରିବାରେ ମଧ୍ୟ ସକ୍ଷମ ।

ଫେସବୁକର ଏନପିଇ ଟିମ୍‌ ନାମକ ଅନ୍ତରୀଣ ରିସର୍ଚ୍ଚ ଓ ଡେଭେଲପମେଣ୍ଟ ଗ୍ରୁପର ସୂଚନା ମୁତାବକ ପ୍ରାଥମିକସ୍ତରରେ ଏହି ଆଇଓଏସ ଆପ୍‌ ଆମେରିକା ଓ କାନାଡାରେ କାର୍ଯ୍ୟକାରୀ ହେବ । ତେବେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ଇଭେଣ୍ଟକୁ ନେଇ ହେଉଥିବା ବାର୍ତ୍ତାଳାପ ସାର୍ବଜନୀନ ରହିବା ସହ ଏହା ସେୟାର ଉପଯୋଗୀ ବୋଲି ଫେସବୁକ ସ୍ପଷ୍ଟ କରିଛି । ଏନେଇ କମ୍ପାନୀ ସ୍ବାସ୍ଥ୍ୟ, ଅନୁସନ୍ଧାନ ଓ ଶିକ୍ଷା କ୍ଷେତ୍ରରେ ଗଠିତ କମ୍ୟୁନିଟିକୁ କୋରୋନା ମହାମାରୀ ଓ ବିଶ୍ବ ଉପରେ ଏହାର ପ୍ରଭାବ ସମ୍ପର୍କରେ ନିଜ ୟୁଜର୍ସଙ୍କ ସହ ଆଲୋଚନା କରିବାର ସୁଯୋଗ ଦେବା ପାଇଁ ସ୍ଥିର କରିଛି ।

  • ଫୋରକାଷ୍ଟ ଏକ ଏପରି ସ୍ଥାନ ଯେଉଁଠି ପ୍ରଶ୍ନ ପଚାରିବାର ସ୍ବାଧୀନତା ରହିଛି । ଏଥିସହ ଏଥିରେ ଥିବା ଇନ-ଆପ୍‌ ପଏଣ୍ଟ ଦ୍ବାରା ୟୁଜର୍ସ ମଧ୍ୟ କୌଣସି ବିଷୟରେ ପୂର୍ବାନୁମାନ କରିପାରିବେ ।
  • କମ୍ୟୁନିଟି ସମସ୍ତ ପ୍ରଶ୍ନ ଗ୍ରହଣ କରିବା ସହ ଫେସବୁକର ନିୟମାବଳୀ ଆଧାରରେ ଏହାର ଉତ୍ତର ଦେଇଥାଏ ।
  • ଫୋରକାଷ୍ଟ ବା ପୂର୍ବାନୁମାନ ପଛରେ ଥିବା ପ୍ରକୃତ ଯୁକ୍ତି ସମ୍ପର୍କରେ ମଧ୍ୟ ୟୁଜର୍ସ ଆଲୋଚନା କରିପାରିବେ । ଏହାଛଡା ଆଲୋଚନାରେ ସାମିଲ ଜଣେ ୟୁଜରଙ୍କ ପ୍ରୋଫାଇଲକୁ ଯାଇ ତାଙ୍କ ପୂର୍ବାନୁମାନ ଓ ଯୁକ୍ତି ମଧ୍ୟ ଦେଖାଯାଇପାରେ । ଯଦି କାହାର ପୂର୍ବାନୁମାନ ଓ ଯୁକ୍ତି ଅନ୍ୟ ୟୁଜର୍ସଙ୍କୁ ସୁହାଏ ତେବେ ସେମାନ ତାଙ୍କୁ ଫଲୋ କରି ନୋଟିଫିକେଶନ ପାଇପାରିବେ ।
  • ଫୋରକାଷ୍ଟରମାନେ ନିଜ ପ୍ରତ୍ୟେକ ପୂର୍ବାନୁମାନର ଟ୍ରାକ ରେକର୍ଡ ମଧ୍ୟ ରଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.