ETV Bharat / international

7.3 ତୀବ୍ରତା ଭୂମିକମ୍ପରେ ଦୋହଲିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି - New Zealand earthquake

ନ୍ୟୁଜିଲାଣ୍ଡରେ 7.3 ତୀବ୍ରତା ଭୂମିକମ୍ପ ପରେ ସୁନାମି ଆଲର୍ଟ । ନ୍ୟୁଜିଲାଣ୍ଡର ଉତ୍ତର ଆଇଲ୍ୟାଣ୍ଡ ଦ୍ବୀପରେ ଏହି ଭୂମିକମ୍ପ ହୋଇଛି । ଅଧିକ ପଢନ୍ତୁ...

7.3 ତୀବ୍ରତା ଭୂମିକମ୍ପରେ ଦୋହଲିଲା ନ୍ୟୁଜିଲାଣ୍ଡ, ସୁନାମୀ ଆଲର୍ଟ ଜାରି

author img

By

Published : Mar 4, 2021, 9:25 PM IST

ୱେଲିଙ୍ଗଟନ: ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 7.3 ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ନ୍ୟୁଜିଲାଣ୍ଡରେ ଏବେ ସୁନାମି ଆଲର୍ଟ ଜାରି କରାଯାଇଛି ।

ଗୁରୁବାର ନ୍ୟୁଜିଲାଣ୍ଡର ଉତ୍ତର ଆଇଲ୍ୟାଣ୍ଡ ଦ୍ବୀପରେ ଏହି ଭୂମିକମ୍ପ ହୋଇଛି । ପେସିଫିକ ସୁନାମି ଆଲର୍ଟ କେନ୍ଦ୍ରରୁ ଜାରି ସୂଚନା ଆନୁଯାୟୀ, ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ସୁନାମିର ଆଶଙ୍କା ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ 300 କିଲୋମିଟର ଭିତରେ ସୁନାମି ହେବା ନେଇ ଅନୁମାନ କରିଛି ପିଟିଡବ୍ଲ୍ୟୁସି ।

ଭୂମିକମ୍ପ ପରେ ଜନସାଧାରଣଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନି । ତେବେ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ପରାମର୍ଶ ଦିଆଯାଇଛି । ଗତମାସ ମଧ୍ୟ ନ୍ୟୁଜିଲାଣ୍ଡରେ ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରହିଥିଲା 7.7 । ଲୟାଲ୍ଟି ଦ୍ବୀପର ଦକ୍ଷିଣ-ପୂର୍ବରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.