ETV Bharat / international

ବିଡେନଙ୍କୁ ମିଳିଥିବା ପ୍ରତ୍ୟେକ ଭୋଟ ଆମେରିକାବାସୀଙ୍କ ସ୍ବାସ୍ଥ୍ୟସେବା ଅଧିକାର: କମଳା ହାରିସ

author img

By

Published : Nov 11, 2020, 3:53 PM IST

ଜୋ ବିଡେନଙ୍କୁ ମିଳିଥିବା ପ୍ରତ୍ୟେକ ଭୋଟ ଏକ ବିବୃତ୍ତି ଯେ ସ୍ବାସ୍ଥ୍ୟ ସେବା ସୁବିଧା ନୁହେଁ ଅଧିକାର ହେବା ଉଚିତ । ଅଧିକ ପଢନ୍ତୁ..

ବାଇଡେନଙ୍କୁ ମିଳିଥିବା ପ୍ରତ୍ୟେକଟି ଭୋଟ ଅର୍ଥ ଆମେରିକାବାସୀଙ୍କ ସ୍ବାସ୍ଥ୍ୟ ଅଧିକାର: କମଳା ହାରିସ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ ପୁଣି ଥରେ ସ୍ବାସ୍ଥ୍ୟ ସେବା ଉପରେ ନିଜର ଆଭିମୁଖ୍ୟକୁ ଦୋହରାଇଛନ୍ତି । ଜୋ ବିଡେନଙ୍କୁ ମିଳିଥିବା ପ୍ରତ୍ୟେକ ଭୋଟ ଏକ ବିବୃତ୍ତି ଯେ ସ୍ବାସ୍ଥ୍ୟ ସେବା ଅଧିକାର ହେବା ଉଚିତ, ଏହା କୌଣସି ସୁବିଧା ନୁହେଁ ।

କମଳା ହାରିସ୍‌ ଏପରି କହିଛନ୍ତି ଯେ, ନିକଟରେ ନିର୍ବାଚନ ସରିଛି ଆଉ ଦେଶ ମଧ୍ୟ ନିଜର ସ୍ପଷ୍ଟ ମତାମତ ଦେଇ ନିଜ ପସନ୍ଦ ଚୟନ କରିଛି । ରାଷ୍ଟ୍ରପତି ଜୋ ବିଡେନଙ୍କ ପାଇଁ ପ୍ରତ୍ୟେକ ଭୋଟ୍‌ ଏକ ବିବୃତ୍ତି ଥିଲା ଯେ ସ୍ବାସ୍ଥ୍ୟସେବା ସୁବିଧା ନୁହେଁ ବରଂ ଅଧିକାର ହେବା ଉଚିତ । ଏହି ନିର୍ବାଚନରେ ଆମେ ବହୁମତରେ ନିର୍ବାଚିତ ହୋଇଛୁ । ଆମେରିକା ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛୁ ବୋଲି ଟ୍ବିଟ କରି ଏପରି କହିଛନ୍ତି କମଳା ।

ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିବାକୁ ଟ୍ରମ୍ପଙ୍କ ଅନିଚ୍ଛା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ବାସ୍ଥ୍ୟ ଆଇନକୁ ପ୍ରତ୍ୟାହାର କରିବାକୁ ତାଙ୍କ ପ୍ରଶାସନିକ ମନ୍ତବ୍ୟ ମଧ୍ୟରେ ଏହି ଟିପ୍ପଣୀ ଦେଇଛନ୍ତି କମଳା । ଅତୀତରେ ବିଡେନ ନିର୍ବାଚିତ ହେଲେ ଆମେରିକା କଂଗ୍ରେସ ସହିତ ମିଶି ସ୍ବାସ୍ଥ୍ୟ ସେବା ଏଜେଣ୍ଡା କାର୍ଯ୍ୟକାରୀ କରିବାପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଜାନୁଆରୀ 20ରେ ବିଡେନ କାର୍ଯ୍ୟଭାର ଗ୍ରହଣ କରିବାର ସମ୍ଭାବନା ଅଛି, ସେ ପର୍ଯ୍ୟନ୍ତ ସେ କିଛି କରିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.