ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଚେତାବନୀ ଦେଇଛନ୍ତି । ଯଦି ଚୀନ କୋରୋନା ସଂକ୍ରମଣ ପାଇଁ ଦାୟୀ ବୋଲି ଜଣାପଡେ, ତେବେ ଏହାର ପରିଣାମ ସହିବାକୁ ପ୍ରସ୍ତୁତ ରୁହ ବୋଲି ଟ୍ରମ୍ପ ଧମକ୍ ଦେଇଛନ୍ତି । ଚୀନରୁ କୋରୋନା ଭାଇରସ ଆରମ୍ଭ ହେବା । ପ୍ରାରମ୍ଭିକରେ ଏହାକୁ ଲୁଚାଇବା ଓ ଆମେରିକାକୁ ପ୍ରଥମେ ସାହାଯ୍ୟ ନକରିବା ନେଇ ଟ୍ରମ୍ପକୁ ନିରାଶ କରିଛି ।
ହ୍ବାଇଟ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଟ୍ରମ୍ପ ଏହା କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, କୋଭିଡ-19 ସମଗ୍ର ବିଶ୍ବରେ ବ୍ୟାପିବା ପୂର୍ବରୁ ଚୀନ ସହିତ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ଚୀନରେ କୋରୋନା ଦ୍ବାରା ମୃତ୍ୟୁସଂଖ୍ୟାକୁ ବିଶ୍ବାସ କରନ୍ତି ନାହିଁ ଏବଂ ଆମେରିକା ଅପେକ୍ଷା ଚୀନାରେ ଅଧିକ ମୃତ୍ୟୁ ଘଟିଛି। ଚୀନ ହଠାତ୍ କୋରୋନା ଜୀବାଣୁର କେନ୍ଦ୍ରସ୍ଥଳ ଉହାନରେ ମୃତ୍ୟୁସଂଖ୍ୟାକୁ 50 ପ୍ରତିଶତ ବୃଦ୍ଧି କରିଥିବା ବେଳେ ଟ୍ରମ୍ପ ଏହି ବିବୃତ୍ତି ଦେଇଛନ୍ତି।
ଚୀନ ସହ ବାଣିଜ୍ୟ ଚୁକ୍ତିନାମାର ସମୟକୁ ମନେ ପକାଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଆମେ ଏକ ଚୁକ୍ତି କରୁଥିଲୁ ସେତେବେଳେ ସମ୍ପର୍କ ବହୁତ ଭଲ ଥିଲା । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭୁଲ ହେତୁ ସମସ୍ତ ଜିନିଷଗୁଡିକ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ଏବଂ ଯଦି ଉଦ୍ଦେଶ୍ୟମୂଳକ ଭାବରେ କିଛି କରାଯାଏ, ତେବେ ଏହା ମଧ୍ୟରେ ପାର୍ଥକ୍ୟ ଅଛି।
ଅନ୍ୟପକ୍ଷେ ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ, ଚୀନ ଚାହୁଁଛି ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତୁ। ବିଡେନ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଜୋ ବିଡେନ ଜିତନ୍ତି ତେବେ ଆମେରିକା ଚୀନ୍ ଦଖଲ କରିବ। ତେବେ କିଛି ଦିନ ମଧ୍ୟରେ ଆମେରିକାର ଅର୍ଥନୀତି ପୁଣିଥରେ ଫେରି ଆସିବ।