ETV Bharat / international

ଟ୍ରମ୍ପଙ୍କ କୋରୋନା ରିପୋର୍ଟ ନେଗେଟିଭ

author img

By

Published : May 8, 2020, 12:19 AM IST

ଟ୍ରମ୍ପଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ । ଉପରାଷ୍ଟ୍ରପତିଙ୍କର ମଧ୍ୟ ରିପୋର୍ଟ ନେଗେଟିଭ ରହିଥିବା ସୂଚନା । ଅଧିକ ପଢନ୍ତୁ...

Donald Trump Tests Negative for Coronavirus
ଫାଇଲ ଫଟୋ

ୱାଶିଂଟନ: ହ୍ବାଇଟ ହାଉସରରେ କାର୍ଯ୍ୟ କରୁଥିବା ଜଣେ ସହାୟକ କୋରୋନାରେ ଆକ୍ରାନ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସ କୋଭିଡ-19 ପରୀକ୍ଷା କରିଥିଲେ । ପରୀକ୍ଷାରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଟ୍ରମ୍ପଙ୍କ ଡେପୁଟି ପ୍ରେସ ସେକ୍ରେଟାରୀ ହୋଗାନ ଗିଡଲେ କହିଛନ୍ତି ଯେ, ହ୍ବାଇଟ ହାଉସ ମେଡିକାଲ ୟୁନିଟ ଦ୍ୱାରା ହ୍ୱାଇଟ ହାଉସରେ କାର୍ଯ୍ୟ କରୁଥିବା ସହାୟକଙ୍କର ପରୀକ୍ଷା କରାଯାଇଥିଲା । ଏହାପରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କର ପରୀକ୍ଷା କରାଯାଇଥିଲା ।

ହ୍ୱାଇଟ ହାଉସରେ ଟ୍ରମ୍ପଙ୍କର ଅତିଥିମାନଙ୍କୁ ନିୟମିତ ପରୀକ୍ଷା କରାଯାଉଛି । ପ୍ରାୟ 15 ମିନିଟ୍ ମଧ୍ୟରେ କୋରୋନା ପରୀକ୍ଷାର ଫଳାଫଳ ବାହାରିଥାଏ । ଯଦିଓ ଏହି ନିୟମ ତାଙ୍କ ସରକାରୀ ନିର୍ଦ୍ଦେଶାବଳୀର ଅନ୍ତର୍ଗତ । ଟ୍ରମ୍ପ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ପରି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ମନା କରି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.