ETV Bharat / international

କୋରୋନାରୁ ସୁସ୍ଥ ପରେ 'ସୁପରମ୍ୟାନ' ଅନୁଭବ କରୁଛନ୍ତି ଟ୍ରମ୍ପ

କୋରୋନାରୁ ସୁସ୍ଥ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି। ଏକ ବିମାନବନ୍ଦର ଟାର୍ମାକରେ ଟ୍ରମ୍ପ ସାଧାରଣ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ନିଜକୁ 'ସୁପରମ୍ୟାନ୍' ଭଳି ଅନୁଭବ କରୁଥିବା କହିଛନ୍ତି ।

author img

By

Published : Oct 14, 2020, 8:06 PM IST

କୋରୋନାରୁ ସୁସ୍ଥ ହେଲା 'ସୁପରମ୍ୟାନ' ପରି ଫିଲ୍ କରୁଛନ୍ତି ଟ୍ରମ୍ଫ

ୱାଶିଂଟନ୍: ସୁପରମ୍ୟାନ ପରି ଅନୁଭବ କରୁଛନ୍ତି ଟ୍ରମ୍ପ । କୋରୋନାରୁ ସୁସ୍ଥ ହେଲା ପରେ ସେ ଏପରି ବୟାନ ରଖିଛନ୍ତି । ଏହି ଭାଇରସରେ ଆକ୍ରାନ୍ତ ପରେ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥିବା ସେ କହିଛନ୍ତି । ପରୀକ୍ଷାମୂଳକ COVID-19 ଚିକିତ୍ସା ପରେ ସେ ଗର୍ବ କରୁଛନ୍ତି କାରଣ ଏହି ଭାଇରସ 2,16,000 ଆମେରିକୀୟଙ୍କ ଜୀବନ ନେଇଛି ।

ଅକ୍ଟୋବର 1 ରେ ଟ୍ରମ୍ପ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାସହ 4 ଦିନ ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଟ୍ରମ୍ପ୍ ପରୀକ୍ଷାମୂଳକ ଆଣ୍ଟିବଡି ଡ୍ରଗ୍ କକଟେଲ ସହିତ ଚିକିତ୍ସିତ ହେବା ପରେ ନିଜକୁ ସୁସ୍ଥ ଥିବା ସର୍ବସାଧାରଣରେ ଘୋଷଣା କରିଥିଲେ ।

ନିର୍ବାଚନ ରାଲି କରିବା ପାଇଁ ହ୍ବାଇଟ ହାଉସର ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ଅନୁମତି ଦେଇଛନ୍ତି । ଟ୍ରମ୍ପଙ୍କ ରିପୋର୍ଟ ସମ୍ପୂର୍ଣ୍ଣ ନେଗେଟିଭ୍ ଥିବା ବେଳେ ଅନ୍ୟକୁ ସଂକ୍ରମଣର ଭୟ ନାହିଁ । ପେନ୍‌ସିଲଭାନିଆର ଜନ୍‌ଷ୍ଟାଉନ୍‌ର ଏକ ବିମାନବନ୍ଦର ଟାର୍ମାକରେ ନିର୍ବାଚନର ଦ୍ବିତୀୟ ରାଲିକୁ ସମ୍ବୋଧନ କରୁଥିବା ବେଳେ ଟ୍ରମ୍ପ ନିଜକୁ 'ସୁପରମ୍ୟାନ୍' ଭଳି ଅନୁଭବ କରିଥିବା କହିଥିଲେ ।

"ମୁଁ ଜାଣେ ମୁଁ କିଛି ନେଇଛି । ଯେଉଁଥି ପାଇଁ ମୁଁ ବହୁତ ଶୀଘ୍ର ସୁସ୍ଥ ଅନୁଭବ କଲି । ମୁଁ ଜାଣେ ନାହିଁ ଏହା କ’ଣ, ଆଣ୍ଟିବଡି । ମୁଁ ଏହାକୁ ନେଇଥିଲି, ମୁଁ କେବଳ ଏତିକି ଜାଣିଛି ମୁଁ ସୁପରମ୍ୟାନ୍ ଭଳି ଅନୁଭବ କରୁଛି ବୋଲି'' ଟ୍ରମ୍ପ କହିଛନ୍ତି । ପେନସିଲଭାନିଆରେ ନିଜର ସମର୍ଥକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.