ETV Bharat / international

ଚୀନ ଚାହୁଁଛି ମୁଁ ନିର୍ବାଚନ ହାରିଯାଏ: ଟ୍ରମ୍ପ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

କୋରୋନା ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ରାଜନୀତି ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

donald trump
ଚୀନ ଚାହୁଁଛି ମୁଁ ନିର୍ବାଚନ ହାରିଯାଏ
author img

By

Published : Apr 30, 2020, 1:09 PM IST

ୱାଶିଂଟନ: କୋରୋନା ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ରାଜନୀତି ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ କହିଛନ୍ତି,ଚୀନ ଯେଉଁଭଳି କୋରୋନା ସଙ୍କଟକୁ ମୁକାବିଲା କରୁଛି, ସେଥିରୁ ଏହା ଦୃଢ ପ୍ରମାଣ ଯେ ରାଷ୍ଟ୍ରପତି ନିର୍ବାଚନରେ ​​ଚୀନ ମୋତେ ପରାସ୍ତ କରିବାକୁ ଚାହୁଁଛି।

ଓଭାଲ କାର୍ଯ୍ୟାଳୟକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ମୁଁ ଭାଇରସ ପ୍ରତି ଚୀନ୍‌ର ମନୋଭାବକୁ ନେଇ ବିଭିନ୍ନ ଫଳାଫଳ ଉପରେ ବିଚାର କରୁଛି। ଚୀନ କହିଥିଲା କି ସେ ବହୁତ କିଛି କରିପାରିବ ’।

ପ୍ରକାଶଥାଉକି, ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ କ୍ରମାଗତ ଭାବରେ କୋରୋନାକୁ ନେଇ ଚୀନକୁ ଦାୟୀ କରିଆସୁଛନ୍ତି। ନିକଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, କୋରୋନା ଭାଇରସ ମହାମାରୀକୁ ନେଇ ଆମେରିକା ଚୀନ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଯାଞ୍ଚ କରୁଛି । ସେ କହିଛନ୍ତି, କୋରୋନା ବିସ୍ତାର ପାଇଁ ଚୀନକୁ ଦାୟୀ କରିବା ପାଇଁ ଅନେକ ଉପାୟ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଏହାର ଗୁରୁତର ଅନୁସନ୍ଧାନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.