ETV Bharat / international

ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା; ଗଣତିରେ ହେରଫର ଆବେଦନକୁ ଖାରଜ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା । ଭୋଟ ଗଣତିରେ ହେରଫେର ଓ ଜାତିଆତି ଅଭିଯୋଗକୁ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ...

author img

By

Published : Nov 6, 2020, 11:03 AM IST

Updated : Nov 6, 2020, 11:12 AM IST

ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା
ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା

ୱାଶିଂଟନ: ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା । ମଚିଗାନ ଓ ଜର୍ଜିଆରେ ଭୋଟ ଗଣତି ହେରଫେର ଆବେଦନକୁ ଖାରଜ କଲେ କୋର୍ଟ । ମିଚିଗାନର ରାଜ୍ୟ ସଚିବ ସ୍ଥାନୀୟ ଗଣତି ପ୍ରକ୍ରିୟାରେ ସାମିଲ ହୋଇନାହାଁନ୍ତି । ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ଗଣତି ହୋଇଛି କହିଲେ କୋର୍ଟ ।

ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ଆଗରେ ରହିଛନ୍ତି । ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରମ୍ପ ଅଧିକା ଭୋଟ ପାଇଥିଲେ । ପରେ ପଛରେ ପଡିଯିବାରୁ ଭୋଟ ଗଣିତରେ ହେରଫେର ଓ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ ଡୋନାଲ୍ଡ ଟ୍ରମ୍ପ ।

ସୂଚନାମୁତାବକ, ଡେମୋକ୍ରାଟ ପାର୍ଟିର ଜୋ ବାଇଡେନଙ୍କ ସପକ୍ଷରେ 264 ଇଲେକ୍ଟ୍ରୋରାଲ ଭୋଟ ପଡିଛି । ବହୁମତ ହାସଲ ପାଇଁ ବାଇଡେନଙ୍କୁ ମାତ୍ର 6ଟି ଭୋଟର ଆବଶ୍ୟକ ରହିଛି । ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 214 ଇଲେକ୍ଟ୍ରୋରାଲ ଭୋଟ ପାଇଛନ୍ତି ।

ପେନସଲଭେନିଆ ଓ ଜର୍ଜିଆରେ ଏବେ ବାଇଡେନଙ୍କ ବିଜୟୀ ହୋଇଛି । ପୂର୍ବରୁ ଟ୍ରମ୍ପ ଏଠାରେ ଆଗରେ ରହିଥିଲେ । ନେଭାଦା ଓ ଆରିଜୋନାରେ ମଧ୍ୟ ବାଇଡେନ ଆଗରେ ରହିଛି । ଆରିଜୋନାରେ ବର୍ତ୍ତମାନ 98 ପ୍ରତିଶତ ଭୋଟ ଗଣତି ହୋଇଛି । ସେଥିମଧ୍ୟରୁ ଟ୍ରମ୍ପଙ୍କ ସପକ୍ଷରେ 48.3 ପ୍ରତିଶତ ଓ ବାଇଡେନଙ୍କ ପକ୍ଷରେ 50.3 ପ୍ରତିଶତ ଭୋଟ ପଡିଛି ।

Last Updated : Nov 6, 2020, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.