ETV Bharat / international

ଆମେରିକାର ପ୍ରତିରକ୍ଷା ସଚିବଙ୍କୁ ବହିଷ୍କାର କଲେ ଟ୍ରମ୍ପ

author img

By

Published : Nov 10, 2020, 1:20 PM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ହେବା ପରେ ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗୋଟିଏ ପଟେ ବିଡେନଙ୍କ ବିଜୟକୁ ସ୍ବୀକାର କରୁନଥିବାବେଳେ ଅନ୍ୟପଟେ ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କୁ ବହିଷ୍କାର କରିଛନ୍ତି । ଅଧିକ ପଢନ୍ତୁ...

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି । ତେବେ ଟ୍ରମ୍ପ, ବିଡେନଙ୍କ ବିଜୟକୁ ସ୍ବୀକାର କରୁନଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏଭଳି ସ୍ଥିତିରେ ଟ୍ରମ୍ପ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କୁ ବହିଷ୍କାର କରିଛନ୍ତି । ଫଳରେ ସରକାରରେ ଏକ ଅସ୍ଥିରତା ଆଣିବାକୁ ଟ୍ରମ୍ପ ଚେଷ୍ଟା କରୁଛନ୍ତି । ଡୋନାଲ୍ଟ ଟ୍ରମ୍ପ ଟ୍ବିଟ କରି ସୂଚନା ଦେବା ସହ ମାର୍କ ଏସ୍ପରଙ୍କ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଏସ୍ପରଙ୍କ ସ୍ଥାନରେ ଜାତୀୟ ଆତଙ୍କବାଦ ନିରୋଧ କେନ୍ଦ୍ରର ବର୍ତ୍ତମାନର ମୁଖ୍ୟ ତଥା ପୂର୍ବତନ ସ୍ବତନ୍ତ୍ର ବାହିନୀ ଅଧିକାରୀ ଖ୍ରୀଷ୍ଟୋଫର ମିଲରଙ୍କୁ ନିଯୁକ୍ତି କରାଯାଇଛି ।

ଗତ 4 ବର୍ଷରେ ମଧ୍ୟରେ ଟ୍ରମ୍ପଙ୍କ ଚତୁର୍ଥ ପେଣ୍ଟାଗନ୍ ମୁଖ୍ୟ ଏସ୍ପର୍ 16 ମାସ ପରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ପେଣ୍ଟାଗନର ଅମଲାତନ୍ତ୍ର ସୁଧାରିବାକୁ ଚେଷ୍ଟା କରାଯିବା ସମୟରେ ଏସ୍ପରଙ୍କୁ ହଟେଇ ଦିଆଯାଇଛି । ସେ ଆମେରିକାର ପ୍ରତିରକ୍ଷା ବିଭାଗ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ କିନ୍ତୁ ଚୀନକୁ ସାମ୍ନା କରିବାକୁ ସକ୍ଷମ ନଥିଲେ । ସେପଟେ ଏସ୍ପର ଚୀନକୁ ବିରୋଧ କରିବା ସହ ବିଶ୍ବରେ ସୃଷ୍ଟି ହୋଇଥିବା ଅଶାନ୍ତିକୁ ନିୟନ୍ତ୍ରିତ କରିବାକୁ ସରକାରୀ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଥିବା ନେଇ ଲଗାତାର ଦାବି କରୁଥିଲେ । ଯାହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏଥିସହ ମାର୍କ ଏସ୍ପର ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ସପକ୍ଷରେ ନଥିଲେ ଟ୍ରମ୍ପ । ଏହା ପର ଠାରୁ ଦେଶରେ ହିଂସା ପରିସ୍ଥିତି ଉପୁଜିଛି । ଏସ୍ପରଙ୍କ ଏଭଳି ଧୀର କାର୍ଯ୍ୟ ପାଇଁ ଟ୍ରମ୍ପ ତାଙ୍କୁ ବହିଷ୍କାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.